‘ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରିଛି ବିଜେପି’: ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀଙ୍କ ବଡ ଅଭିଯୋଗ

Published: May 30, 2024, 1:34 pm IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଓଡିଶାବାସୀଙ୍କୁ ବିଜେପି ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ”ନିକଟରେ ଜଣେ ବିଜେପି ନେତା ଦାବି କରିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭକ୍ତ।”

ଭଦ୍ରକ ଲୋକସଭା ଆସନର ସିମୁଳିଆରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ଭାରତର ସମ୍ବିଧାନ ତଥା ଦେଶରେ ଗଣତନ୍ତ୍ର ରକ୍ଷା କରିବାକୁ ଶପଥ ନେଇଛନ୍ତି। ବିଜେପି ଓଡିଶାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅପମାନିତ କରିଛି କାରଣ ଏହାର ଜଣେ ନେତା ଦାବି କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତ।’

ଏହାପୂର୍ବରୁ ବାଲେଶ୍ଵରରେ ବିଜେପି ଓ ବିଜେଡି ଉପରେ ଆକ୍ରମଣ କରି ସେ କହିଥିଲେ ଯେ, ‘ଓଡିଶାରେ ବିଜେପି ଓ ବିଜେଡି ଅଛି। ଉଭୟ ସମାନ ପାର୍ଟୀ। ସେମାନଙ୍କର ଏଠାରେ ସହଭାଗୀତା ରହିଛି। ମୁଁ ବିଜେପି ବିରୋଧରେ ଲଢୁଛି। ମୋ ବିରୋଧରେ ୨୪ଟି ମାମଲା ଦାୟର କରିଛି ବିଜେପି। ମୋତେ ୨ ବର୍ଷ ଜେଲ ପଠାଇଲେ, ମୋର ସଦସ୍ୟତା ଛଡ଼ାଇ ନିଆଗଲା। ଇଡି ମୋତେ ୫୦ ଘଣ୍ଟା ଜେରା କରିଥିଲା, କିନ୍ତୁ ଯଦି ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକୃତରେ ବିଜେପି ବିରୋଧରେ ଲଢୁଛନ୍ତି, ତେବେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ? କାରଣ ବିଜେଡିର ନବୀନ ପଟ୍ଟନାୟକ ବିଜେପି ପାଇଁ କାମ କରୁଛନ୍ତି।

Related posts