ଟ୍ରେନ ଦୁର୍ଘଟଣା ମାମଲା: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା

Published: Jun 17, 2024, 11:08 am IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କାଞ୍ଚନଜଙ୍ଗା ଏକ୍ସପ୍ରେସ ଆଜି ସକାଳେ ନ୍ୟୁ ଜଲପାଇଗୁଡି ନିକଟରେ ଏକ ମାଲବାହୀ ଟ୍ରେନ ଶୀତ ଧକ୍କା ହୋଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି।

ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, NFR ଅଞ୍ଚଳରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ରେଳବାଇ, NDRF ଏବଂ SDRF ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Related posts