Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଣିପୁର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ
ଆଜିର ଖବର

ମଣିପୁର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ

June 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସୋମବାର ନୂଆଦିଲ୍ଲୀରେ ମଣିପୁର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ, ସ୍ଥଳସେନା (ନାମାଙ୍କିତ) ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା, ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକ, ମଣିପୁର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ସେନା ଓ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରର ସୁରକ୍ଷା ସ୍ଥିତିର ସାମଗ୍ରିକ ସମୀକ୍ଷା କରିଥିଲେ ଏବଂ ମଣିପୁରରେ ଆଉ ଯେପରି ହିଂସାକାଣ୍ଡ ନ ଘଟେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ବାହିନୀର ରଣନୀତିକ ମୁତୟନ ଉପରେ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସୁରକ୍ଷାବଳ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ହିଂସାକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମଣିପୁରର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ। ବିଶେଷ କରି ଖାଦ୍ୟ, ପାଣି, ଔଷଧ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଉପଯୁକ୍ତ ଉପଲବ୍ଧତା ନେଇ ଶ୍ରୀ ଅମିତ ଶାହ ରିଲିଫ୍ କ୍ୟାମ୍ପର ସ୍ଥିତିର ସମୀକ୍ଷା କରିଥିଲେ। ବିସ୍ଥାପିତଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ତଥା ସେମାନଙ୍କ ଥଇଥାନ ସୁନିଶ୍ଚିତ କରିବାକୁ ଗୃହମନ୍ତ୍ରୀ ମଣିପୁରର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେଠାରେ ଲାଗି ରହିଥିବା ଜାତିଆଣ ସଂଘର୍ଷର ସମାଧାନ ପାଇଁ ସମନ୍ୱିତ ଆଭିମୁଖ୍ୟର ଗୁରୁତ୍ୱ ଉପରେ ଗୃହମନ୍ତ୍ରୀ ଜୋର ଦେଇଥିଲେ। ସେ କହିଥିଲେ ଯେ ଗୃହ ମନ୍ତ୍ରଣାଳୟ ଉଭୟ ଗୋଷ୍ଠୀ, ମୈତୀ ଏବଂ କୁକିମାନଙ୍କ ସହ କଥାବାର୍ତ୍ତା କରିବ, ଯାହାଦ୍ୱାରା ଜାତିଗତ ବିଭେଦକୁ ଯଥାଶୀଘ୍ର ଦୂର କରାଯାଇପାରିବ। ରାଜ୍ୟରେ ସୁରକ୍ଷା ସ୍ଥିତି ସୁଦୃଢ଼ କରିବା ପାଇଁ ଭାରତ ସରକାର ମଣିପୁର ସରକାରଙ୍କୁ ସକ୍ରିୟ ଭାବେ ସହଯୋଗ କରି ଆସୁଛନ୍ତି।

ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ ନରେନ୍ଦ୍ର ମୋଦୀ ମଣିପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.