
ଖୋର୍ଦ୍ଧା: ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଟେବୁଲ୍ ଟପ ଅଭ୍ୟାସ ଆଜି ପୂର୍ବାହ୍ନ 10 ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଖୋର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଖୋର୍ଦ୍ଧା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଉପସ୍ଥିତ ଅବଜରଭର ଅବିନାଶ କୁମାର ଜେନା, joint special relief commissioner ଏବଂ ଅମ୍ବିକା ପ୍ରସାଦ ମିଶ୍ର, DGM, OSDMA, ଉପଜିଲ୍ଲାପାଳ, ଭୁବନେଶ୍ୱର, ଡ଼ଃ. ମହେନ୍ଦ୍ର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପରିଷଦ ବାଦଲ କୁମାର ମହାନ୍ତି ବୈଠକରେ ବିପର୍ଯୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ଦିଗଦର୍ଶନ ଦେଇଥିଲେ।
ବିଭିନ୍ନ ଲାଇନ ବିଭାଗ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବିଶଦ ଭାବେ ଆଲୋଚନା ହୋଇଥିଲା. ଟେବୁଲ ଟପ ଅଭ୍ୟାସ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କର କି ପଦକ୍ଷେପ ରହିବ ସେସବୁର ବିଶଦ ବିବରଣୀ ବୁଲେଟ ପଏଣ୍ଟରେ ଉପସ୍ଥାପନା କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ. ଦେଇଥିଲେ।
ସେହିପରି ମକଡ୍ରିଲ ଦିନ ବିଭିନ୍ନ ଯନ୍ତ୍ରପାତି / ବୋଟ ସବୁ ତ୍ରୁଟି ସଂଶୋଧନ କରେଇବାକୁ ନିର୍ଦେଶ ଦେଇଥିଲେ. ସାଇକ୍ଲୋନ୍ ଏବଂ ବନ୍ୟା ଆଶ୍ରୟସ୍ଥଳୀରେ ଆଗାମୀ ପଦକ୍ଷେପ ଆକଳନ କରିବାକୁ ନିର୍ଦେଶ ଦେଇଥିଲେ।
ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁରେନ୍ଦ୍ର ନାଥ ମୁର୍ମୁ ବିପର୍ଯୟ ପ୍ରସ୍ତୁତି ଦିଗରେ କି ପଦକ୍ଷେପ ନେବାକୁ ପଡିବ ତାହା ଉଲ୍ଲେଖ କରିଥିଲେ।
ସେହିପରି CDMO, /PWD/FIRE STATION / FOREST/CDVO /TPCODL /SDO, BSNL/CSO/RTO/DSWO/DWO/DEO/RWSS/WATCO/IRRIGATION/AGRICULTURE/R&B/RD/IRRIGATION /DCPO/ODRAF/DSSO/LDM/DLO
FISHERY. ବିଭାଗ ସହ ସମ୍ଭାବ୍ୟ ବାତ୍ୟା ପୂର୍ବରୁ, ପରେ ଏବଂ ବାତ୍ୟା ସମୟରେ ପ୍ରସ୍ତୁତି ରହି ଆଶ୍ରୟ ସ୍ଥଳୀମାନଙ୍କରେ ପୂର୍ବରୁ ହୋଇଥିବା ବାତ୍ୟାରେ ଅସୁବିଧାକୁ ଏଡାଇବାକୁ ସବୁ ପ୍ରକାର ପ୍ରସ୍ତୁତି ରହିବାକୁ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ସବ୍କଲେକ୍ଟର, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠି /cdmo ରାଜଲକ୍ଷ୍ମୀ ପଟ୍ଟନାୟକ, dcpo, ବାଣୀ ପଟ୍ଟନାଏକ ସମସ୍ତ ବିଭାଗୀୟ ଅଧିକାରୀ, ଲାଇନ ବିଭାଗ ଉପସ୍ଥିତ ଥିଲେ.ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ବରିଷ୍ଠ ଅଧିକାରୀ ଅଗ୍ନିଶମ ସେବା ଏବଂ ODRAF ପ୍ରମୁଖ ଉପସ୍ଥିତ ଥିଲେ।
ଡେପୁଟି କଲେକ୍ଟର, ଜରୁରୀକାଳୀନ, ଶ୍ରୀତପା ମିଶ୍ର, ସମସ୍ତଙ୍କୁ କଣ୍ଟ୍ରୋଲ ରୁମ ନମ୍ବର ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ଏତଦ ସହିତ evaluation form ରେ ତଥ୍ୟ ପ୍ରଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ସହ ସଭା ସାଙ୍ଗ କରାଯାଇଥିଲା।