Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁପମ ପଟ୍ଟନାୟକଙ୍କ ବିଗ ବଜେଟ ଚଳଚ୍ଚିତ୍ର “କର୍ମ” ରେ ସୁପରଷ୍ଟାର ଅନୁଭବ ମହାନ୍ତି
ଆଜିର ଖବର

ଅନୁପମ ପଟ୍ଟନାୟକଙ୍କ ବିଗ ବଜେଟ ଚଳଚ୍ଚିତ୍ର “କର୍ମ” ରେ ସୁପରଷ୍ଟାର ଅନୁଭବ ମହାନ୍ତି

June 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “କର୍ମ” ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ଜ୍ୟୋତି ମୋଟର୍ସ ପାଖ ସଙ୍କଟ ମୋଚନ ବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ନେଇ ଏକ ବିଗ ବଜେଟ ର ସିନେମା ଆସନ୍ତା ଦୁର୍ଗା ପୂଜାରେ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେବା ପାଇଁ ଅନୁପମ ପଟ୍ଟନାୟକ ପ୍ରୟାସ କରିଛନ୍ତି। ପୂର୍ବରୁ ଅନୁପମ ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ଜାତୀୟ ପୁରସ୍କାର ଲାଭ କରି ଓଡ଼ିଆ ସିନେ ଜଗତ ପାଇଁ ଖୁସି ଆଣିଦେଇଥିଲା, ତାପରେ ତିନି ଜଣ ନାରୀ ଙ୍କ ସଂଘର୍ଷ ର କାହାଣୀକୁ ନେଇ ନିର୍ଦ୍ଦେଶନା ଦେଇଥିବା ଚଳଚ୍ଚିତ୍ର ତ୍ରିକନ୍ୟା ର ବିରାଟ ସଫଳତା, ଆଗକୁ ଚଳଚ୍ଚିତ୍ର “କର୍ମ” ଇତିହାସ ସୃଷ୍ଟି କରିବା ନେଇ ଚର୍ଚ୍ଚା ହେଉଛି।

କର୍ମ ର ଶୁଭ ମହୁରତ ଏବଂ ସ୍କ୍ରିପ୍ଟ ପୂଜା ଉତ୍ସବରେ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, କାର୍ଯ୍ୟକାରିଣୀ ପ୍ରଯୋଜିକା ବର୍ଷା ପଟ୍ଟନାୟକ, ଲେଖକ ମାନସ ପଢ଼ିଆରୀ, କ୍ୟାମେରାମ୍ୟାନ ଦୀପକ କୁମାର, ସଙ୍ଗୀତ ନିର୍ଦ୍ଦେଶକ ଆଶୀଷ ପ୍ରଧାନ, ସାଉଣ୍ଡ ଡିଜାଇନର ଶକ୍ତି ସ୍ୱରୂପ ଦ୍ବିବେଦୀ, ସମ୍ପାଦକ ରଶ୍ମି ରଞ୍ଜନ ଦାଶ, ଲାଇନ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ, କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଙ୍କ ସମେତ ମୁଖ୍ୟ ଚରିତ୍ର ଗୁଡିକରେ ଅଭିନୟ କରୁଥିବା ଅଭିନେତା ସନୋଜ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ମନ୍ମୟ ଦେ, ଉଦିତ ଗୁରୁ, ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ଦିବ୍ୟା ଉପସ୍ଥିତ ଥିଲେ।

ଅମୀୟ ପଟ୍ଟନାୟକ ପ୍ରଡ଼କସନ ବ୍ୟାନରରେ ଦର୍ଶକ ପୂର୍ବରୁ ମମତା ମାଗେ ମୂଲ, ହାକିମ ବାବୁ, ପୁଅ ମୋର କଳାଠାକୁର, ଚକା ଆଖି ସବୁ ଦେଖୁଚି ଏବଂ ରାଜାରାଣୀ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ର ଦେଖି ଆସିଛନ୍ତି। ଅନୁପମ ତାଙ୍କ ମାନସ ସନ୍ତାନ ହିସାବରେ ତାଙ୍କରି ନାମ କୁ ଯଥାର୍ଥତା ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଅନୁପମ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଧାରାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି। ପ୍ରତୀକ୍ଷା ଜରିଆରେ ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇପାରିଥିଲେ।

ତେବେ ଅନୁପମ ଙ୍କ ପ୍ରତୀକ୍ଷା, ତ୍ରିକନ୍ୟା ଠୁ ଅଧିକ ଭଲ ପାଇବା କର୍ମକୁ ଦେବେ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା।

ଅନୁପମ ପଟ୍ଟନାୟକ ଅନୁଭବ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଜମ୍ମୁ କାଶ୍ମୀରରେ ସେନା ଏବଂ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଦୁଇ ଆତଙ୍କବାଦୀ ନିହତ

September 17, 2026

ଭରତପୁର-ଚନ୍ଦକା ରାସ୍ତାରେ ଦନ୍ତା ଆତଙ୍କ, ଆହତ ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ

September 17, 2026

୨୦୨୬ ଏସୀୟ କ୍ରୀଡ଼ା: ସେମିଫାଇନାଲ୍ ରେ ପହଞ୍ଚିଲା ବାଂଲାଦେଶ ମହିଳା ଦଳ

September 17, 2026

ଆନ୍ତଃରାଜ୍ୟ ବାଇକ ଚୋର ଗିରଫ, ବାଇକ୍‌ ଓ ମୋବାଇଲ ଜବତ

September 17, 2026
Latest News

ଜମ୍ମୁ କାଶ୍ମୀରରେ ସେନା ଏବଂ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଦୁଇ ଆତଙ୍କବାଦୀ ନିହତ

September 17, 2026

ଭରତପୁର-ଚନ୍ଦକା ରାସ୍ତାରେ ଦନ୍ତା ଆତଙ୍କ, ଆହତ ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ

September 17, 2026

୨୦୨୬ ଏସୀୟ କ୍ରୀଡ଼ା: ସେମିଫାଇନାଲ୍ ରେ ପହଞ୍ଚିଲା ବାଂଲାଦେଶ ମହିଳା ଦଳ

September 17, 2026

ଆନ୍ତଃରାଜ୍ୟ ବାଇକ ଚୋର ଗିରଫ, ବାଇକ୍‌ ଓ ମୋବାଇଲ ଜବତ

September 17, 2026

ପୂଜା ପାଇଁ ଫୁଲ ତୋଳିବା ହେଲା କାଳ, ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକ ମୃତ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.