Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପକ୍ଷରୁ ଚଳିତ ବର୍ଷ ରଥ ଯାତ୍ରା ପାଇଁ ୩୧୫ ସ୍ୱତନ୍ତ୍ର ଟ୍ରେନ୍
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ଚଳିତ ବର୍ଷ ରଥ ଯାତ୍ରା ପାଇଁ ୩୧୫ ସ୍ୱତନ୍ତ୍ର ଟ୍ରେନ୍

June 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ 6 ଜୁଲାଇରୁ 19 ଜୁଲାଇ, 2024 ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ସମୟରେ ପୁରୀକୁ ଏବଂ ପୁରୀ ଠାରୁ 315 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି।

ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ କରାଯାଉଛି। ପୂର୍ବ ରଥ ଯାତ୍ରା ଉତ୍ସବରୁ ଅଭିଜ୍ଞତାକୁ ନଜରକୁ ନେଇ ପୂର୍ବତଟ ରେଳପଥ ଓଡିଶାର ବିଭିନ୍ନ ସ୍ଥାନ ସହିତ ପଡୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି। ଚଳିତ ବର୍ଷ ଜୁନାଗଡ଼ ରୋଡ, ସମ୍ବଲପୁର, କେନ୍ଦୁଝରଗଡ, ପାରାଦୀପ, ଭଦ୍ରକ, ଅନୁଗୁଳ, ଗୁଣୁପୁର, ବାଙ୍ଗିରିପୋସି ବ୍ୟତୀତ ନୂତନ ଭାବେ ବାଦାମପାହାଡ, ରାଉରକେଲା, ବାଲେଶ୍ୱର, ସୋନପୁର ଏବଂ ଦଶପଲ୍ଲା ଠାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରିବ।

ଏହା ବ୍ୟତୀତ ସାନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରାଯାଇଛି। ଚଳିତ ବର୍ଷ ରଥ ଯାତ୍ରାର ଅଧରପଣା ଉତ୍ସବ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି। ଏଗୁଡିକ ବ୍ୟତୀତ, ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମଧ୍ୟ ବ୍ୟବସ୍ଥା କରାଯିବ।  ଉପରୋକ୍ତ ଉତ୍ସବ ଦିନ ମାନଙ୍କରେ ଅଧିକ ଭକ୍ତଙ୍କ ସମାବେଶ ଆଶଙ୍କା କରି ରେଳବାଇ ଭକ୍ତଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ସୁନିଶ୍ଚିତ କରିଛି।

ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବତଟ ରେଳପଥ ରଥ ଯାତ୍ରା ଉତ୍ସବ ସମୟ ମଧ୍ୟରେ କିଛି ଦୂର ଦୂରାନ୍ତର ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ କ୍ଲାସ୍ ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରଥ ଯାତ୍ରା ସମୟରେ ଯାତ୍ରୀଙ୍କ ଯାତାୟାତ ସୁବିଧା ବ୍ୟତୀତ ଯାତ୍ରୀ ପରିସେବା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇଦେବାକୁ ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି।

ଭକ୍ତମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ରେଳ ମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ / ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର, 15 ହଜାର ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍ ପାଇଁ ମଧ୍ୟ ପୂର୍ବତଟ ରେଳପଥ ପଦକ୍ଷେପ ନେଇଛି। ଏହା ବ୍ୟତୀତ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ସେବା, ମେଡିକାଲ ସୁବିଧା ଏବଂ ଆମ୍ବୁଲାନ୍ସ, ଏବଂ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ନିରାପତ୍ତା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ଯୋଗାଇବା ପାଇଁ ମଧ୍ୟ ବିଶେଷ ପଦକ୍ଷେପ ଗ୍ରହଣ କରିଛି।

ପୂର୍ବ ତଟ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ପୁରୀ ରେଳ ଷ୍ଟେସନରେ ରଥ ଯାତ୍ରା ବ୍ୟବସ୍ଥା ଯାଞ୍ଚ କରି ତୀର୍ଥଯାତ୍ରୀଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକ ସମ୍ବଧରେ ଅବଗତ ହେବ ସହିତ ରଥ ଯାତ୍ରାର କାର୍ଯ୍ୟସୂଚୀର ବହୁ ପୂର୍ବରୁ ଯାତ୍ରୀ ସୁବିଧା ଉପଲବ୍ଧ କରାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

RathYatra2024 ପୁରୀ ପୂର୍ବତଟ ରେଳପଥ ରଥ ଯାତ୍ରା ରେଳ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଟ୍ରେନ୍
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.