Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟପାଳଙ୍କ ଦ୍ବାରା ଉଦ୍‌ଘାଟିତ ହେଲା ରଥଯାତ୍ରା ଜାତୀୟ ସେବା ଶିବିର
ଆଜିର ଖବର

ରାଜ୍ୟପାଳଙ୍କ ଦ୍ବାରା ଉଦ୍‌ଘାଟିତ ହେଲା ରଥଯାତ୍ରା ଜାତୀୟ ସେବା ଶିବିର

July 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ସଂସ୍ଥା ଆନୁକୂଲ୍ୟରେ ରଥଯାତ୍ରା ଜାତୀୟ ସେବା ଶିବିର ଆଜି ଠାରୁ ଠ୯ ତାରିଖ ପର୍ଯ୍ୟନ୍ତ ପୁରୀ ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ହେଉଅଛି। ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ଵ ରୋଭର, ରେଞ୍ଜର, ସ୍କାଉଟ, ଗାଇଡ୍ ଉକ୍ତ ସେବା ଶିବିରରେ ଯୋଗଦାନ କରି ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇଛନ୍ତି।

ଆଜି ପୁରୀର ସେଣ୍ଟ୍ରାଲ ସାଂସ୍କ୍ରିଟ୍ ୟୁନିଭରସିଟି ଜୟଦେବ ଅଡିଟୋରିୟମ୍‌ରେ ୧୨.୩୦ ମିନିଟ୍ ସମୟରେ ମୁଖ୍ୟ ଅତିଥି ଓଡିଶାର ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟ ପୃଷ୍ଠପୋଷକ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରଘୁବର ଦାସ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥିଭାବେ ନିର୍ଦ୍ଦେଶକ ସେଣ୍ଟ୍ରାଲ ସାଂସ୍କ୍ରିଟ୍ ୟୁନିଭରସିଟି ପ୍ରଫେସର ବନମାଳି ବିଶ୍ଵାଳ ଯୋଗଦାନ କରି ରୋଭର ଓ ରେଞ୍ଜରମାନଙ୍କୁ ପବିତ୍ର ରଥଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ। ଶ୍ରୀଗୁଣ୍ଡିଚା ଦିନ ରୋଭର ଓ ରେଞ୍ଜରମାନେ ଭିନ୍ନ ଭିନ୍ନ ଦଳରେ ବିଭକ୍ତ ହୋଇ ସହରର ବିଭିନ୍ନ ଜାଗାରେ ଯାନବାହାନ ନିୟନ୍ତ୍ରଣ, ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବ୍ୟବସ୍ଥା, ସେମାନଙ୍କ ଉପରେ ଜଳ ସିଂଚନ, ପ୍ରାଥମିକ ଚିକିତ୍ସା ପ୍ରଦାନ, ସ୍ୱଚ୍ଛ ଭାରତ ଅଭିଯାନ ଆଦି ବିଭିନ୍ନ ସେବା ଯୋଗାଇ ଦେଇଥିଲେ।

ଏହି ଶିବିରଟିକୁ ଯୁଗ୍ମ ସମ୍ପାଦକ ମିହିର ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ପୁରୀ ଜିଲ୍ଲାଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ସହଯୋଗ କରିଥିଲେ। ଏହିସେବା କାର୍ଯ୍ୟ ନବଯୌବନ ଦର୍ଶନଠାରୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ଜାରି ରହିବବୋଲି କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି।

କାର୍ଯ୍ୟବ୍ୟସ୍ତତା ଯୋଗୁ ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଏସଟି ଓ ଏସସି ବିକାଶ, ସଂଖ୍ୟାଲକ୍ଷୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବବ୍ୟାପାର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇପାରିନଥିଲେ ମଧ୍ୟ ସମସ୍ତ ରୋଭର, ରେଞ୍ଜର, ସ୍କାଉଟ ଏବଂ ଗାଇଡ୍‌ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇ ଉତ୍ସାହିତ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026
Latest News

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.