ଚିଲିକାରେ ଚାଲିଛି ଅବାଧ ପକ୍ଷୀ ଶିକାର: ୧୮ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

Published: Jul 10, 2024, 4:49 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକାରେ ଦିନକୁ ଦିନ ଅବାଧ ପକ୍ଷୀ ଶିକାର ବଢ଼ିବାରେ ଲାଗିଛି। ନିକଟରେ ଦୁଇ ଜଣ ପକ୍ଷୀଶିକାରୀ ଗିରଫ ହୋଇଥିବା ବେଳେ ଆଜି ପୁଣି ଆଉଜଣେ ପକ୍ଷୀଶିକାରୀ ଗିରଫ ହୋଇଛନ୍ତି।

ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକଙ୍କ ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଭୂଷଣ୍ଡପୁର ବନ୍ୟପ୍ରାଣୀ ସେକ୍ସନ କର୍ମଚାରୀ ମାନେ ବିଧାରପୁର ସାହିର ଭାଗିରଥି ସ୍ୱାଇଁ (୪୮) ନାମକ ପକ୍ଷୀ ଶିକାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୧୮ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିଛନ୍ତି। ତେବେ ପକ୍ଷୀମାନଙ୍କୁ ବିଷ ଦେଇ ମାରିଦିଆଯାଇଥିବା ଅନୁମାନ କରୁଛି ବନ ବିଭାଗ।

ମୃତ ପକ୍ଷୀଙ୍କ ନମୁନା ଫରେନସିକ ଲାବକୁ ଅଧିକ ପରୀକ୍ଷା ପାଇଁ ପଠାଯିବ ବୋଲି ଡ଼ିଏଫଓ କହିଛନ୍ତି।

ସୂଚନା ଥାଉକି ପୁର୍ବରୁ କେବଳ ଶୀତ ଋତୁରେ ଵଦେଶୀ ପକ୍ଷୀ ଶିକାର ଚିଲିକାରେ ବଢୁଥିବା ବେଳେ ଚଳିତ ବର୍ଷ ଏହା ସ୍ୱାଭାବିକ ଭାବେ ବର୍ଷ ତମାମ ଜାରି ରହିଛି ଯାହା ପ୍ରକୃତିପ୍ରେମୀଙ୍କୁ ବ୍ୟଥିତ କରୁଛି। ବନ ବିଭାଗ ଏଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

Related posts