Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ସୋଆରେ ଅନୁଷ୍ଠିତ ହେବ ତିନି ଦିନିଆ ଆନ୍ତର୍ଜାତିକ କର୍ମଶାଳା
ଆଜିର ଖବର

ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ସୋଆରେ ଅନୁଷ୍ଠିତ ହେବ ତିନି ଦିନିଆ ଆନ୍ତର୍ଜାତିକ କର୍ମଶାଳା

July 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
soa university
ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ଜୁଲାଇ ୧୮ ତାରିଖରୁ ଆୟୋଜିତ ହେବାକୁ ଥିବା ଏକ ୩- ଦିନିଆ ଆନ୍ତର୍ଜାତିକ କର୍ମଶାଳାରେ ଶିକ୍ଷା, ଶିଳ୍ପ, ଗବେଷଣା ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିତ୍ୱ କରୁଥିବା ବିଶେଷଜ୍ଞମାନେ ଏକାଠି ହୋଇ ଆଲୋଚନା କରିବେ।

‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ଏହି ଆନ୍ତର୍ଜାତିକ କର୍ମଶାଳାକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ), ସୋଆର କୃଷି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି।

କୃତ୍ରିମ ବୁଦ୍ଧିମତା, ଡ୍ରୋନ୍‌, କୃଷି କ୍ଷେତ୍ରରେ ସ୍ୱୟଂଚାଳିତ ରୋଗ ଚିହ୍ନଟ ଓ ଚିକିତ୍ସା ପରି ଉପଲବ୍ଧ ବ୍ୟବସ୍ଥା ଉପଯୋଗ କରି ବୈଜ୍ଞାନିକ ପଦ୍ଧତିରେ କୃଷି ଉତ୍ପାଦନକୁ ଅଧିକ କରିବା ତଥା ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ନିମନ୍ତେ ଆଲୋଚନା ସହିତ କ୍ଷେତ୍ର ନିର୍ଦ୍ଦିଷ୍ଟ ଜଳବାୟୁ ଅଂଚଳରେ ଫସଲ ଉତ୍ପାଦନର ବିକାଶ ଉପରେ ଚିନ୍ତନ ନିମନ୍ତେ ବୈଜ୍ଞାନିକ ସମୁଦାୟ ଓ ଅନ୍ୟାନ୍ୟ ଅଂଶୀଦାର ମାନଙ୍କୁ ଏକ ମଂଚ ପ୍ରଦାନ ନିମନ୍ତେ ଏହି ଉଦ୍ୟମ ସହାୟକ ହେବ ବୋଲି ସିସିଏସ୍‌ଏର ନିର୍ଦ୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷ୍ୟ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ପୃଥିବୀରେ ଜଳବାୟୁ, ଜଳସମ୍ପଦ ଏବଂ ପରିବେଶ ମିଳିତ ଭାବେ ସନ୍ତୁଳନ ରକ୍ଷା କରିଥାନ୍ତି। କିନ୍ତୁ ଦ୍ରୁତ ସହରୀକରଣ ଏବଂ ମାନବକୃତ କାର୍ଯ୍ୟକଳାପ ଯୋଗୁଁ ଏହି ସନ୍ତୁଳନ ଦୋହଲି ଯିବାରେ ଲାଗିଛି। ଏହାର ପ୍ରତିଫଳନ ପାଣିପାଗରେ ଅନିୟମିତତା ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ, ଜଳର ଅଭାବ ଓ ଜଳ, ବାୟୁ ଓ ଭୂମିର ପ୍ରଦୂଷଣ ଭାବେ ପରିଲକ୍ଷିତ ହେଉଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତନ ହେଉଛି ଏକ ପ୍ରମୁଖ ପ୍ରସଙ୍ଗ ଯାହାର ସମାଧାନ ଆବଶ୍ୟକ କାରଣ ଏହା ପରିବେଶ ଉପରେ ବହୁଳ ପ୍ରଭାବ ପକାଇପାରେ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

କୃଷି ଜଳସମ୍ପଦ ଉପରେ ନିର୍ଭରଶୀଳ ହୋଇଥିବାରୁ ଜଳ ଯୋଗାଣରେ ବିଭ୍ରାଟ କୃଷି ଉତ୍ପାଦନ କ୍ଷେତ୍ରରେ ଉତ୍କଟ ସମସ୍ୟା ସୃଷ୍ଟି କରିପାରେ ଯାହା ଫଳରେ ଦୀର୍ଘମିଆଦି ଓ ସ୍ୱଳ୍ୱମିଆଦି ମରୁଡ଼ି ଏବଂ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ କହିଥିଲେ।

ପ୍ରଫେସର ପଣ୍ଡା କହିଥିଲେ ଯେ, ଏହି ସମ୍ମିଳନୀରେ କୃଷି କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଆମେରିକା ଓ ଭାରତର ବିଶିଷ୍ଟ କୃଷି ବିଶେଷଜ୍ଞମାନେ ଯୋଗ ଦେଇ ସେମାନଙ୍କର ଉପଯୋଗୀ ମନ୍ତବ୍ୟ ରଖିବେ। ସେମାନଙ୍କ ମଧ୍ୟରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ, ଜୀବିକା ସନ୍ଧାନରେ ମହାରାଷ୍ଟ୍ରର ଗ୍ରାମାଂଚଳରୁ ସହରାଂଚଳକୁ ଚାଲି ଆସୁଥିବା ଲୋକଙ୍କୁ ପୁଣି ଥରେ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସଫଳ ହୋଇଥିବା ପାପଟରାଓ ପାୱାର ଓ ବିଶ୍ୱବ୍ୟାଙ୍କର କୃଷି ବିଶେଷଜ୍ଞ ଡକ୍ଟର ରଞ୍ଜନ ସାମନ୍ତରାୟ ଅଛନ୍ତି।

ଆନ୍ତର୍ଜାତିକ କର୍ମଶାଳା ଜଳବାୟୁ ପରିବର୍ତ୍ତନ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026
Latest News

‘ମୋଦୀଙ୍କ ବାପା ବି ଯିବ’: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖଡଗେଙ୍କ ବିବାଦୀୟ ବୟାନ, କାର୍ଯ୍ୟକ୍ରମରେ ହଙ୍ଗାମା

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

Mann Ki Baat 139: ଆଜି ମନ୍ କି ବାତ୍ କୁ ପୁରିଲା ୧୨ ବର୍ଷ, ଏହି ଦୀର୍ଘ ଯାତ୍ରାକୁ ମନେ ପକାଇଲେ ମୋଦି

October 25, 2026

‘ବସୁଧୈବ କୁଟୁମ୍ବକମ୍’ କେବଳ କଥାରେ ନୁହେଁ, କାର୍ଯ୍ୟରେ ପରିପ୍ରକାଶ ପାଉଛି: କେନ୍ଦ୍ର ବୈଦେଶିକ ମନ୍ତ୍ରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.