Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ସଂପର୍କିତ ସମୀକ୍ଷା ଏବଂ ସଚେତନତା କର୍ମଶାଳା 
ଆଜିର ଖବର

ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ସଂପର୍କିତ ସମୀକ୍ଷା ଏବଂ ସଚେତନତା କର୍ମଶାଳା 

August 18, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର (ରାଜ୍ୟ ସମ୍ମିଳନୀ କେନ୍ଦ୍ର) ରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏ.ଡି.ପି) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏ.ବି.ପି) ସଂପର୍କିତ ଏକ ସମୀକ୍ଷା ତଥା ସଚେତନତା କର୍ମଶାଳା ଆଜି ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଅତିରିକ୍ତ ସଚିବ ତଥା ଏ.ଡି.ପି ଓ ଏ.ବି.ପିର ମିଶନ ନିର୍ଦ୍ଦେଶକା ଗୀତାଞ୍ଜଳି ଗୁପ୍ତା, ଆଇ.ଏ.ଏସ୍ ଙ୍କ ନେତୃତ୍ୱରେ ନୀତି ଆୟୋଗର ଏ.ଡି.ପି ଏବଂ ଏ.ବି.ପି ସମ୍ପର୍କିତ ଅଧିକାରୀମାନେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରିବା ପାଇଁ ଦୁଇଟି କାର୍ଯ୍ୟକ୍ରମର ସମସ୍ତ ଦିଗକୁ ନେଇ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ଏହି ଅବସରରେ ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ଓଡ଼ିଶା ରାଜ୍ୟ ଉପଦେଷ୍ଟା ଡ. ପ୍ରଭାକର ସାହୁ ମଧ୍ୟ ଉପସ୍ଥିତ ଥିଲେ।

ଏହି କର୍ମଶାଳାରେ ରାଜ୍ୟ କୃଷି ଏବଂ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ଓଡ଼ିଶା ସରକାରଙ୍କ ପ୍ରମୁଖ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଏଥିସହ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକର ୧୬ ଜଣ ଜିଲ୍ଲାପାଳଙ୍କ ସମେତ ସଂପୃକ୍ତ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ (ଡିପିଏମ୍ୟୁ) ର ଉପ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ। ଏଥିରେ ୨୯ଟି ଆକାଂକ୍ଷୀ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।

ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣରେ ଏ.ଡି.ପି ଏବଂ ଏ.ବି.ପି ସୂଚକାଙ୍କଗୁଡ଼ିକର ସନ୍ତୁଳନ ହାସଲ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଏହା ବହୁମୁଖୀ ଦାରିଦ୍ର୍ୟ ହ୍ରାସ କରିବା ଏବଂ ନିରନ୍ତର ବିକାଶ ଲକ୍ଷ୍ୟ (ଏସ.ଡି.ଜି) ହାସଲ ଦିଗରେ ରାଜ୍ୟର ଅଗ୍ରଗତିକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଭିନ୍ନ ବିଭାଗର ପ୍ରୟାସ ଓ ସମନ୍ୱୟରେ ଏସଡିଜିଗୁଡ଼ିକୁ ସ୍ଥାନୀୟକରଣ କରିବା, ଶେଷ ମାଇଲ ପର୍ଯ୍ୟନ୍ତ ସମନ୍ୱିତ ଏବଂ ପ୍ରଭାବଶାଳୀ ଲାଭ ପ୍ରଦାନ ସୁନିଶ୍ଚିତ କରିବାରେ ଏହି କାର୍ଯ୍ୟକ୍ରମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ସେ ଆଲୋକପାତ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଡିପି ଓ ଏବିପିର ଇତିହାସ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଭୌଗୋଳିକ ବିବିଧତା, ଭିତ୍ତିଭୂମି ଅଭାବ ଏବଂ ସାମର୍ଥ୍ୟ ଅଭାବ ଭଳି ଅସୁବିଧା ଗୁଡ଼ିକୁ ଦୂର କରି ଅଭିବୃଦ୍ଧିର ସୁଯୋଗକୁ କାର୍ଯ୍ୟକାରୀ କରିବାକୁ ସେ ଅଂଶୀଦାରମାନଙ୍କୁ ଉତ୍ସାହିତ କରିଥିଲେ।

ନୀତି ଆୟୋଗର ଏଡିପି ଏବଂ ଏବିପିର ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଗୁପ୍ତା କାର୍ଯ୍ୟକ୍ରମର ମୂଳ ରଣନୀତି ଉପସ୍ଥାପନ କରି ସମସ୍ତ ଅଂଶୀଦାରମାନଙ୍କୁ ଚୟନ କରାଯାଇଥିବା ସୂଚକାଙ୍କଗୁଡ଼ିକର ସନ୍ତୁଳନ ହାସଲ କରିବା ପାଇଁ ଚାଲିଥିବା ସମ୍ପୂର୍ଣ୍ଣତା ଅଭିଯାନ ସମୟରେ ସେମାନଙ୍କ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ।

ଯୋଜନା ଓ ସଂଯୋଜନ ବିଭାଗର ଏଡିପି ଓ ଏବିପିର ଅତିରିକ୍ତ ଶାସନ ସଚିବ ମନୀଷ ଅଗ୍ରୱାଲ ରାଜ୍ୟର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ତାଙ୍କ ଉପସ୍ଥାପନାରେ ସେ ପାଞ୍ଚଟି ବିଷୟଗତ କ୍ଷେତ୍ରରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବାର୍ଷିକ ପ୍ରଦର୍ଶନ, ଚାଲୁଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଏବଂ ବ୍ଲକ ବିକାଶ ରଣନୀତିର କାର୍ଯ୍ୟକାରିତା ବୃଦ୍ଧି ପାଇଁ ଆକାଂକ୍ଷୀ ବ୍ଲକ କର୍ମଚାରୀ (ଫେଲୋମାନଙ୍କର) ଚାଲିଥିବା ନିଯୁକ୍ତି ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ଆସାମର ବାରପେଟା ଜିଲ୍ଲାର ଜିଲ୍ଲାପାଳ ଆୟୁଷ ଗର୍ଗ ଉପସ୍ଥାପନା କରିଥିଲେ। ଷଢେଇକଳା,ଖରସୁଆଁ, ଝାଡ଼ଖଣ୍ଡ; ଏବଂ ଜାମ୍ମୁ-କଶ୍ମୀର ବାରମୁଳାର ପୂର୍ବତନ ଡେପୁଟୀ କମିଶନର ଯଥାକ୍ରମେ ରବି ଶଙ୍କର ଶୁକ୍ଳା, ଡଃ. ସୟେଦ୍ ସେହରିଶ ଅସଗର (ବର୍ତ୍ତମାନ ଜମ୍ମୁ–କାଶ୍ମୀର ରାଜ୍ୟସ୍ତରରେ କାର୍ଯ୍ୟରତ) ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ ସଂପର୍କରେ ସେମାନଙ୍କର ଅନୁଭୂତି ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିଥିଲେ। ଏହା ବ୍ୟତୀତ, ଓଡ଼ିଶାର କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳମାନେ ଏଡିପି ଓ ଏବିପି ଅଧୀନରେ ନିଜ ନିଜ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରଦର୍ଶନ କରିଥିଲେ।

ଡ. ପ୍ରଭାକର ସାହୁ ତାଙ୍କ ଉପସ୍ଥାପନାରେ ଓଡ଼ିଶାର ବିକାଶ ଏଜେଣ୍ଡାକୁ ଆଗକୁ ବଢ଼ାଇବାରେ ନୀତି ଆୟୋଗର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ମନୋଜ ଆହୁଜା ଲୋକସେବା ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଗସ୍ତ ଅଧାରୁ ଦିଲ୍ଲୀ ଫେରି ଗଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

December 29, 2025

ଖଣ୍ଡଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର

December 29, 2025

ଓଡିଶାରେ ସ୍ବତନ୍ତ୍ର ଭୋଟର ସଂଶୋଧନ ପାଇଁ ଆଜି ବିଏଲଓଙ୍କ ବୈଠକ ନେବେ ମୁଖ୍ୟ ନିର୍ବାଚନ କମିଶନର

December 29, 2025

ପାର୍ବତୀ-ଅର୍ଗ ପକ୍ଷୀ ଅଭୟାରଣ୍ୟକୁ ଏକ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା

December 29, 2025
Latest News

ଗସ୍ତ ଅଧାରୁ ଦିଲ୍ଲୀ ଫେରି ଗଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

December 29, 2025

ଧୀରୁଭାଇ ଅମ୍ବାନୀଙ୍କ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ଫଳାଫଳ ଘୋଷଣା

December 29, 2025

ଖଣ୍ଡଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର

December 29, 2025

ଓଡିଶାରେ ସ୍ବତନ୍ତ୍ର ଭୋଟର ସଂଶୋଧନ ପାଇଁ ଆଜି ବିଏଲଓଙ୍କ ବୈଠକ ନେବେ ମୁଖ୍ୟ ନିର୍ବାଚନ କମିଶନର

December 29, 2025

ପାର୍ବତୀ-ଅର୍ଗ ପକ୍ଷୀ ଅଭୟାରଣ୍ୟକୁ ଏକ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.