Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପଦରେ ଗଜରାଜ: ୧୧କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ୍ୟୁ
ଆଜିର ଖବର

ବିପଦରେ ଗଜରାଜ: ୧୧କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ୍ୟୁ

August 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ଦିନକୁ ଦିନ ନାକଟିଦେଉଳ ବନାଞ୍ଚଳରେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗର ଚିନ୍ତାର କାରଣ ହୋଇଛି। ଗତକାଲି ରାତିରେ ନାକଟିଦେଉଳ ବନାଞ୍ଚଳ ଚରଡ଼ପଶି ନିକଟସ୍ଥ ବାବା ମଠ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ପ୍ରକାଶ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ସେକ୍ସନ, କାଉଁସିପାଳ ବିଟର ଚହଟାପଦା ଗ୍ରାମ ନିକଟ ବାବା ମଠ ଏନ୍ ଏଚ ରାସ୍ତାରୁ ମାତ୍ର ୨୦୦ ମିଟର ଦୂରରେ ଗୋଟିଏ ୨୦ ବର୍ଷର ମାଈହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଶନିବାର ବିଳମ୍ବିତ ରାତି ୧୦ଟା ୩୦ ମିନିଟ ସମୟରେ ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା। ସେଇ ସମୟରେ ବନ ବିଭାଗର କର୍ମଚାରୀ ମାନେ ହାତୀ ପଲକୁ ଘଉଡ଼ାଉଥିଲେ।

ସେଇ ସମୟରେ ହିଁ ହାତୀ ଟି ବିଦ୍ୟୁତ ସଂସ୍ପର୍ଶ ରେ ଆସି ମୃତ୍ୟୁ ହୋଇଥିବା ଜଣା ପଡିଛି। ହାତିଟି ମରିବା ପରେ ଅନ୍ୟ ସାଥି ହାତୀ ମାନେ ମୃତକ ହାତୀକୁ ଜଗି ରହିବାରୁ ବନ ବିଭାଗ ମୃତ ହାତୀ ପାଖକୁ ପହଁଚି ପାରି ନ ଥିଲେ।

ବହୁ ବିଳମ୍ବରେ ବନବିଭାଗ ହାତୀ ପାଖକୁ ପହଂଚି ଥିଲା। ଖବର ପାଇ ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା ତଥା ବନ ବିଭାଗର ଅନ୍ୟ କର୍ମଚାରୀ ମାନେ ପହଁଚି ଥିଲେ।

ଆଜି ସକାଳୁ ବିଦ୍ୟୁତ ବିଭାଗ ର ଏସଡ଼ିଓ ତଥା କନିଷ୍ଠ ଯନ୍ତ୍ରୀ ପହଂଚି ହାତୀ ମୃତ୍ୟୁର କାରଣ ଖୋଜି ଥିଲେ। ହାତୀର ଶବ ବ୍ୟବଚ୍ଛେଦ ପରେ ପୋତି ଦେଇ ଥିବା ବନ ବିଭାଗ କହିଛି।

ସୂଚନା ଥାଉକି ୨୦୦୬ମସିହାରେ ସେଇସ୍ଥାନ ଠାରୁ କିଛି ଦୂରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନୋଟି ହାତୀର ଜୀବନ ଯାଇଥିଲା। ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ବନବିଭାଗ ଓ ବିଦ୍ୟୁତ ବିଭାଗ ଘଟଣା ଟିକୁ ହାଲୁକା ନେଉଥିବା ଅନୁମାନ କରାଯାଉଛି।

ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲେ ସୁଦ୍ଧା ବନ ବିଭାଗ ନିଜ ଦୋଷ ଲୁଚାଉ ଥିବା ବେଳେ ସେ ପଟେ ବିଦ୍ୟୁତ ବିଭାଗର ଏସଡିଓ କେବୁଲ କାମ ଚାଲିଛି କହି ନିଜର ଦୋଷକୁ ଏଡାଇ ଦେଇଛନ୍ତି।

ନାକଟିଦେଉଳ ବନାଞ୍ଚଳ ବିଦ୍ୟୁତ୍ ସଂସ୍ପର୍ଶ
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତି ମୃତ

September 23, 2026

ମେଘାଳୟରେ ୟୁଡିପି କୁ ଝଟକା: ୧୨ ବିଧାୟକଙ୍କ ମଧ୍ୟରୁ ୮ ବିଧାୟକ ବିଜେପିରେ ସାମିଲ

September 23, 2026

ବିଶ୍ୱ ଗୋଲାପ ଦିବସରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

September 23, 2026

ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

September 23, 2026
Latest News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତି ମୃତ

September 23, 2026

୨୮ ବର୍ଷ ପରେ ଭାରତକୁ ମିଳିଲା ପଦକ: ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଲେ ମୀରାବାଇ ଚାନୁ

September 23, 2026

ମେଘାଳୟରେ ୟୁଡିପି କୁ ଝଟକା: ୧୨ ବିଧାୟକଙ୍କ ମଧ୍ୟରୁ ୮ ବିଧାୟକ ବିଜେପିରେ ସାମିଲ

September 23, 2026

ବିଶ୍ୱ ଗୋଲାପ ଦିବସରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

September 23, 2026

ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.