Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ଆଇସିସି ଅଧ୍ୟକ୍ଷ ହେବେ କି ଜୟ ଶାହା?: ଶୀଘ୍ର ଏକ ନୂତନ ଭୂମିକାରେ ଆସିବେ ନଜର!
ଆଜିର ଖବର

ନୂତନ ଆଇସିସି ଅଧ୍ୟକ୍ଷ ହେବେ କି ଜୟ ଶାହା?: ଶୀଘ୍ର ଏକ ନୂତନ ଭୂମିକାରେ ଆସିବେ ନଜର!

August 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କଲେ ଘୋଷଣା କରିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ନୂତନ ଚେୟାରମ୍ୟାନ୍ ହେବାର ଦୌଡ ଆକର୍ଷଣୀୟ ହୋଇପାରିଛି, ଯେଉଁଥିରେ ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହାଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି। ଜୟ ଶାହା ଚେୟାରମ୍ୟାନ୍ ଭୂମିକାରେ ଆସିବାକୁ ଚାହୁଁଛନ୍ତି କି ନାହିଁ, ଅଗଷ୍ଟ ୨୭ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ। କାରଣ ୨୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିପାରିବେ।

ପ୍ରକାଶ ଯେ, ଜଣେ ବ୍ୟକ୍ତି ତିନିଥର ଆଇସିସି ଚେୟାରମ୍ୟାନ୍ ହୋଇପାରିବେ ଏବଂ କାର୍ଯ୍ୟକାଳ ୨ ବର୍ଷ ହେବ। ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ଶୀଘ୍ର ଚେୟାରମ୍ୟାନ୍ ଭାବରେ ଚାରି ବର୍ଷ ପୂରଣ କରିବେ ଏବଂ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ନଭେମ୍ବର 3୩୦ ତାରିଖରେ ଶେଷ ହେବ। ଅର୍ଥାତ୍ ଡିସେମ୍ବର ୧ ତାରିଖରୁ ନୂତନ ଚେୟାରମ୍ୟାନ୍ ଆଇସିସି ଦାୟିତ୍ଵ ଗ୍ରହଣ କରିବେ ଏବଂ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ରଖାଯାଇଛି।

ଜୟ ଶାହା ଆବେଦନ କରିବେ କି?:

ପୂର୍ବରୁ ମଧ୍ୟ କଳ୍ପନାଜଳ୍ପନା ଚାଲିଛି ଯେ, ଜୟ ଶାହା ହେଉଛନ୍ତି ସବୁଠାରୁ ବଡ ପ୍ରତିଯୋଗୀ ଯିଏ ଆଇସିସି ଚେୟାରମ୍ୟାନ୍ ଭାବରେ ଗ୍ରେଗ ବାର୍କଲେଙ୍କ ସ୍ଥାନ ନେଇପାରିବେ। ପ୍ରକାଶ ଯେ, ଜୟ ଶାହା ୨୦୧୯ ରେ ବିସିସିଆଇ ସଚିବ ଭାବରେ ଦୟାଇତ୍ଵ ଗ୍ରହଣ କରିଥିଲେ ଏବଂ ୨୦୨୫ ମସିହାରେ ସେ ଏହି ପଦବୀରେ ୬ ବର୍ଷ ପୂରଣ କରିବେ। ଶ୍ରୀ ଶାହା ବର୍ତ୍ତମାନ ଆଇସିସିରେ ଆର୍ଥିକ ଏବଂ ବାଣିଜ୍ୟିକ ବ୍ୟାପାରର ମୁଖ୍ୟ ଅଟନ୍ତି। ଭଲ କଥା ହେଉଛି ସମସ୍ତ ୧୬ ଭୋଟ୍ ସଦସ୍ୟଙ୍କ ସହ ଶାହାଙ୍କର ବହୁତ ଭଲ ସମ୍ପର୍କ ଅଛି।

ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଯେ, ଜୟ ଶାହା ମାତ୍ର ୩୫ ବର୍ଷ ବୟସରେ ସର୍ବକନିଷ୍ଠ ଆଇସିସି ଚେୟାରମ୍ୟାନ୍ ହୋଇ ଇତିହାସ ସୃଷ୍ଟି କରିପାରନ୍ତି। ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ହେଉଛନ୍ତି ଭାରତୀୟ, ଯେଉଁମାନେ ଆଇସିସି ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଛନ୍ତି।

BCCI Cricket News icc ICC Chairman Jay Shah
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଐତିହାସିକ ଟି-୨୦ ବିଶ୍ୱକପ୍ ବିଜେତା ଦଳକୁ ନୀତା ଅମ୍ବାନୀଙ୍କ ଅଭିନନ୍ଦନ

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026
Latest News

ଭାରତର ଐତିହାସିକ ଟି-୨୦ ବିଶ୍ୱକପ୍ ବିଜେତା ଦଳକୁ ନୀତା ଅମ୍ବାନୀଙ୍କ ଅଭିନନ୍ଦନ

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.