Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇ ଓ ଇନ୍ଦୋର ମଧ୍ୟରେ ୩୦୯ କିଲୋମିଟର ଲମ୍ବର ନୂଆ ରେଳ ଲାଇନ୍ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ
ଆଜିର ଖବର

ମୁମ୍ବାଇ ଓ ଇନ୍ଦୋର ମଧ୍ୟରେ ୩୦୯ କିଲୋମିଟର ଲମ୍ବର ନୂଆ ରେଳ ଲାଇନ୍ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ

September 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ରେଳ ମନ୍ତ୍ରଣାଳୟ ଅଧୀନରେ ମୋଟ ୧୮,୦୩୬ କୋଟି ଟଙ୍କା (ପାଖାପାଖି) ବ୍ୟୟରେ ନୂତନ ରେଳ ଲାଇନ୍ ପ୍ରକଳ୍ପକୁ ଅନୁମୋଦନ କରିଛି।

ଇନ୍ଦୋର ଏବଂ ମନମାଡ଼ ମଧ୍ୟରେ ପ୍ରସ୍ତାବିତ ନୂତନ ରେଳପଥ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାରେ ଉନ୍ନତି ଆଣିବ, ଯାହା ଭାରତୀୟ ରେଳବାଇ ପାଇଁ ଉନ୍ନତ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ।

ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ନୂତନ ଭାରତର ଦୃଷ୍ଟିକୋଣ ଅନୁଯାୟୀ ହୋଇଛି, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ମାଧ୍ୟମରେ “ଆତ୍ମନିର୍ଭର” କରିବ ତଥା ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ।

ଏହି ପ୍ରକଳ୍ପ ହେଉଛି ମଲ୍ଟି- ମୋଡାଲ୍ ସଂଯୋଗ ପାଇଁ ପିଏମ୍ -ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ପରିଣାମ , ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକମାନଙ୍କ ଯାତାୟତ ନିମନ୍ତେ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ।

ଏହି ପ୍ରକଳ୍ପ ୨ଟି ରାଜ୍ୟ ଯଥା: ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ୬ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ, ଯାହା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦୯ କିଲୋମିଟର ବୃଦ୍ଧି କରିବ।

ଏହି ପ୍ରକଳ୍ପ ମାଧ୍ୟମରେ ୩୦ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ, ଯାହା ଆକାଂକ୍ଷୀ ଜିଲ୍ଲା ବରୱାନୀକୁ ଯୋଗାଯୋଗ ବୃଦ୍ଧି କରିବ। ନୂଆ ଲାଇନ୍ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୦ ଗାଁ ଓ ପ୍ରାୟ ୩୦ ଲକ୍ଷ ଜନସଂଖ୍ୟାକୁ ସଂଯୋଗ ଯୋଗାଇ ଦିଆଯିବ।

ଏହି ପ୍ରକଳ୍ପ ଦେଶର ପଶ୍ଚିମ / ଦକ୍ଷିଣ – ପଶ୍ଚିମ ଭାଗକୁ କେନ୍ଦ୍ରୀୟ ଭାରତ ସହିତ ଛୋଟ ମାର୍ଗ ପ୍ରଦାନ କରି ଏହି ଅଞ୍ଚଳରେ ପର‌୍ୟ୍ୟଟନକୁ ପ୍ରୋତ୍ସାହିତ କରିବ। ଏହା ଦ୍ୱାରା ଶ୍ରୀ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ସମେତ ଉଜ୍ଜୟନୀ – ଇନ୍ଦୋର ଅଞ୍ଚଳର ବିଭିନ୍ନ ପର‌୍ୟ୍ୟଟନ ଓ ଧାର୍ମିକ ସ୍ଥଳକୁ ପର‌୍ୟ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ।

ଏହି ପ୍ରକଳ୍ପ ଜେଏନପିଏର ଗେଟ୍ ୱେ ବନ୍ଦର ଏବଂ ଅନ୍ୟାନ୍ୟ ରାଜ୍ୟ ବନ୍ଦରରୁ ପିଥମପୁର ଅଟୋ କ୍ଲଷ୍ଟର (୯୦ଟି ବୃହତ୍ ୟୁନିଟ୍ ଏବଂ ୭୦୦ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଅବସ୍ଥିତ) କୁ ସିଧାସଳଖ ସଂଯୋଗ ପ୍ରଦାନ କରିବ। ଏହି ପ୍ରକଳ୍ପ ମଧ୍ୟପ୍ରଦେଶର ମୋଟା ଶସ୍ୟ ଉତ୍ପାଦନକାରୀ ଜିଲ୍ଲା ଏବଂ ମହାରାଷ୍ଟ୍ରର ପିଆଜ ଉତ୍ପାଦନକାରୀ ଜିଲ୍ଲାଗୁଡିକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ ଯାହା ଦେଶର ଉତ୍ତର ଏବଂ ଦକ୍ଷିଣ ଭାଗକୁ ଏହାକୁ ବଣ୍ଟନ କରିବାରେ ଅଧିକ ସହାୟକ ହେବ।

କୃଷିଜାତ ଦ୍ରବ୍ୟ, ସାର, କଣ୍ଟେନର, ଲୁହାପଥର, ଇସ୍ପାତ, ସିମେଣ୍ଟ, ପିଓଏଲ୍ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏହା ଏକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି ହେବା ଫଳରେ ବାର୍ଷିକ ପ୍ରାୟ ୨୬ ଏମଟିପିଏ (ନିୟୁତ ଟନ୍‌) ପରିମାଣର ଅତିରିକ୍ତ ମାଲ ପରିବହନ ହେବ।

ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଅନୁକୂଳ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚକୁ ହ୍ରାସ କରିବା, ତୈଳ ଆମଦାନୀ (୧୮ କୋଟି ଲିଟର) ହ୍ରାସ କରିବା ଏବଂ କମ୍ ଅଙ୍ଗାରକାମ୍ଳ ନିର୍ଗମନ (୧୩୮ କୋଟି କିଲୋଗ୍ରାମ) କରିବାରେ ସାହାଯ୍ୟ କରିବ , ଯାହାର ୫.୫ ପରିମାଣ କୋଟି ବୃକ୍ଷରୋପଣ ସହିତ ସମାନ।

ନରେନ୍ଦ୍ର ମୋଦୀ ରେଳ ମନ୍ତ୍ରଣାଳୟ ସିସିଇଏ
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026
Latest News

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.