Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୨ତମ ପ୍ରତିଷ୍ଠା ଦିବସ ପାଳିତ
ଆଜିର ଖବର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

September 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ପରିଷଦ (ସି.ଏଚ.ଏସ.ଇ) ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲିସ ନିଯୁକ୍ତି ବୋର୍ଡ଼ (Police Recruitment Board)ର ଅଧ୍ୟକ୍ଷ ତଥା ଅଗ୍ନିଶମ ବାହିନୀର ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଷଦର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସରକାରୀ ବିଦ୍ୟାଳୟରେ ଅଧିକରୁ ଅଧିକ ନାମ ଲେଖାଇବା ପାଇଁ ଉତ୍ସାହିତ କରିଥିଲେ। ଏଥିସହ ନୈତିକ ଶିକ୍ଷାକୁ ଗୁରୁତ୍ବ ଦେଇ ସୃଜନଶୀଳ କାର୍ଯ୍ୟକଳାପ ଯଥା ପରିବେଶ ସୁରକ୍ଷା, କ୍ରୀଡ଼ା, ସଙ୍ଗୀତ, ବ୍ୟାୟାମ ଆଦିକୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟ ଅତିଥି।

ଅନ୍ୟପକ୍ଷେ ସମାରୋହରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଓ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ କୁମାର ତରାଇ ଯୋଗ ଦେଇଥିଲେ। ଜାତୀୟ ଶିକ୍ଷା ନୀତି- ୨୦୨୦ ସମ୍ପର୍କରେ ଆଲୋଚନା କରି ଶ୍ରୀମତୀ ନନ୍ଦ କହିଥିଲେ ଯେ ନିଜ ଆଗ୍ରହ ମୁତାବକ ବିଷୟ ବାଛି ପିଲାମାନେ ପଢ଼ିପାରିବେ ଏବଂ ନୂତନ ପଦ୍ଧତିକୁ ଆପଣେଇ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବେ। ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ତରାଇ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ବାରୋପ କରିଥିଲେ। ବିଦ୍ୟାଳୟସ୍ତରରୁ ତୃତୀୟ ଭାଷାରେ ଧନ୍ଦାମୂଳକ ଶିକ୍ଷାକୁ ବାଛି ପାରିବାର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ। ଅଧିକରୁ ଅଧିକ ଧନ୍ଦାମୂଳକ ବିଷୟରୁ ଜ୍ଞାନ ଆହରଣ କରିବାକୁ ଶ୍ରୀ ତରାଇ ଆହ୍ବାନ କରିଥିଲେ।

ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ବିନୀ କୁମାର ମିଶ୍ର ସର୍ବପ୍ରଥମେ ସ୍ବାଗତ ଅଭିଭାଷଣ ରଖି ସି.ଏଚ.ଏସ.ଇର ଭୂମିକା ସମ୍ପର୍କରେ ଜରୁରୀ ତଥ୍ୟ ଉପସ୍ଥାପନା କରିଥିଲେ। ପରୀକ୍ଷା ପରିଚଳନାରେ ସଫଳତା, ପାଠ୍ୟକ୍ରମରେ ପରିବର୍ତ୍ତନ, ଜାତୀୟ ସେବା ଯୋଜନା (ଏନ.ଏସ.ଏସ) ସ୍ବେଚ୍ଛାସେବୀଙ୍କ ସାମାଜିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରେ ପରେ ପରିଷଦ ସଚିବ ଶ୍ରୀମତୀ ଶୁଭ୍ରାବାଳା ବେହେରା ପରିଷଦର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।

ଏହି ଭବ୍ୟ ଆୟୋଜନ ସ୍ମୃତିରେ ବିଦ୍ୟାର୍ଥୀମାନଙ୍କ ବହୁବିଧ ଆଲେଖ୍ୟକୁ ନେଇ ଏକ ବିଶେଷ ସ୍ମରଣିକା ‘ପ୍ରଜ୍ଞା’ ଉନ୍ମୋଚିତ କରାଯାଇଥିଲା। ଏଥିସହ ପ୍ରଥମ ଥର ପାଇଁ ଚେୟାରମ୍ୟାନ କପ୍ ବକ୍ତୃତା ପ୍ରତିଯୋଗିତା ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ପରିଷଦର ଅଧିକାରୀ, କର୍ମଚାରୀ ଏବଂ ପରିଷଦର ସଦସ୍ୟ ତଥା ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏହି ସମାରୋହକୁ ସଫଳ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

WTC ଫାଇନାଲରୁ ବାଦ ପଡିଲା ପାକିସ୍ତାନ: ଜାଣନ୍ତୁ ଭାରତର ସ୍ଥିତି

July 29, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ

July 29, 2026

ଶିଳ୍ପ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରୁ ଫେରିବେ ଓଡିଆ ଯୁବକ

July 29, 2026

କ୍ରିସ୍ ଗେଲ୍‌ଙ୍କୁ ବହୁତ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ ପାର୍ଥକ୍ୟ

July 29, 2026
Latest News

WTC ଫାଇନାଲରୁ ବାଦ ପଡିଲା ପାକିସ୍ତାନ: ଜାଣନ୍ତୁ ଭାରତର ସ୍ଥିତି

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ

July 29, 2026

ଶିଳ୍ପ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରୁ ଫେରିବେ ଓଡିଆ ଯୁବକ

July 29, 2026

କ୍ରିସ୍ ଗେଲ୍‌ଙ୍କୁ ବହୁତ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ ପାର୍ଥକ୍ୟ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.