Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏୟୁ ସିରିଜ୍‌ର ଉଠାଣ
ଆଜିର ଖବର

ଓଡିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏୟୁ ସିରିଜ୍‌ର ଉଠାଣ

September 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏୟୁ ସିରିଜ୍‌ର ଉଠାଣ

ଭୁବନେଶ୍ୱର: ଆଜି ଓଡିଶା ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଆନୁକୁଲ୍ୟରେ ଓଡିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏୟୁ ସିରିଜ୍‌ ଉଠାଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଅବସରରେ ଜନସାଧାରଣ ଅପବ୍ୟୟ ପରିହାର କରି ମିତବ୍ୟୟିତା ଅବଲମ୍ବନ ପୂର୍ବକ ନିୟମିତ ସଞ୍ଚୟ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ କରିବା ପାଇଁ ସେ ଆହ୍ୱାନ କରିଥିଲେ। ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶିକା ଡ. ପ୍ରଜ୍ଞାସ୍ମିତା ସାହୁ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସଞ୍ଚୟର ବାର୍ତ୍ତା ଯେଭଳି ସାମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ କିପରି ବିଶେଷ ଭାବେ ଲାଭବାନ ଓ ଉପକୃତ ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଆରୋପ କରିଥିଲେ ।

ଆଇନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଭଗବାନ ପ୍ରସାଦ ସାହୁ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ବେହେରା ଓ ବିଶିଷ୍ଟ ଶିକ୍ଷାବିତ୍‌ ଅବସରପ୍ରାପ୍ତ ଓଡିଆ ବିଭାଗର ସହଯୋଗୀ ପ୍ରଫେସର୍‌ ଡ. ରଞ୍ଜିତ କୁମାର ପରିଡାଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ଉଠାଣରେ ୨୭୭୧ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୮ଟି ବର୍ଗରେ, ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୪୦୦୦ ଟଙ୍କା ହିସାବରେ ସମୁଦାୟ ୧ କୋଟି ୫୦ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ପ୍ରଥମ ପୁରସ୍କାରରେ ୫ଲକ୍ଷ ଟଙ୍କା, ଦ୍ୱିତୀୟ ପୁରସ୍କାରରେ ୩ଲକ୍ଷ ଟଙ୍କା ଓ ୨ଲକ୍ଷ ଟଙ୍କା, ତୃତୀୟ ଉଠାଣରେ ୧ଲକ୍ଷ ଟଙ୍କା ରହିଛି ।

କାର୍ଯ୍ୟକ୍ରମ ପରିଶେଷରେ ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଉଠାଣର ଫଳାଫଳ, ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି, ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଶାଶ୍ୱତ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026

ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

August 12, 2026

“RSS କୁ ସମସ୍ତ ପାଣ୍ଠି ଯିବା ପାଇଁ ବ୍ୟବସ୍ଥା”: FCRA ବିଲ୍ କୁ ତାଚ୍ଛଲ୍ୟ କଲେ ମହୁଆ ମୋଇତ୍ରା 

August 12, 2026

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026
Latest News

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026

ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

August 12, 2026

“RSS କୁ ସମସ୍ତ ପାଣ୍ଠି ଯିବା ପାଇଁ ବ୍ୟବସ୍ଥା”: FCRA ବିଲ୍ କୁ ତାଚ୍ଛଲ୍ୟ କଲେ ମହୁଆ ମୋଇତ୍ରା 

August 12, 2026

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026

କେନ୍ଦ୍ର ବିରୋଧରେ ୨ ଦିନରେ ୨ ଟି ପ୍ରସ୍ତାବ ପାରିତ କଲେ ମୁଖ୍ୟମନ୍ତ୍ରୀ ବିଜୟ: ସମର୍ଥନ କଲା DMK

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.