Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱାର୍ଲ୍ଡ ଫୁଡ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା
ଆଜିର ଖବର

ୱାର୍ଲ୍ଡ ଫୁଡ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା

September 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ୱାର୍ଲ୍ଡ ଫୁଡ ଇଣ୍ଡିଆ-୨୦୨୪ର ଆୟୋଜନ ବିଷୟରେ ଜାଣି ଖୁସି ହେଲି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।

ୱାର୍ଲ୍ଡ ଫୁଡ ଇଣ୍ଡିଆ-୨୦୨୪ରେ ଅନେକ ଦେଶର ପ୍ରତିନିଧି ଅଂଶ ଗ୍ରହଣ କରିଥିବାରୁ ଏହା ବୈଶ୍ୱିକ ଖାଦ୍ୟ ଉଦ୍ୟୋଗ, ଶିକ୍ଷା ଓ ଅନୁସନ୍ଧାନ ସହ ସମ୍ପର୍କ ଥିବା ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ଉତ୍ସାହପୂର୍ଣ୍ଣ ମଞ୍ଚ ଭାବେ ସାବ୍ୟସ୍ତ ହୋଇଛି। ଫଳରେ ସମସ୍ତେ ମିଳୁଥିବା ସୁଯୋଗରୁ ଅଧିକ ଲାଭ ଉଠାଇପାରିବେ ଏବଂ ପରସ୍ପରର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବା ସହ ଏହାର ଆଦାନପ୍ରଦାନ କରିପାରିବେ।

ଭାରତରେ ଜୀବନ୍ତ ଓ ବିବିଧିପୂର୍ଣ୍ଣ ଖାଦ୍ୟ ସଂସ୍କୃତି ରହି ଆସିଛି। ଭାରତୀୟ ଖାଦ୍ୟ ବ୍ୟବସ୍ଥାରେ କୃଷକ ମେରୁଦଣ୍ଡ। କୃଷକମାନେ ହିଁ ପୌଷ୍ଟିକ ଓ ସ୍ୱାଦିଷ୍ଟ ଖାଦ୍ୟର ପରମ୍ପରାକୁ ସୁନିଶ୍ଚିତ କରିଛନ୍ତି। ସେମାନଙ୍କ କଠିନ ପରିଶ୍ରମକୁ କେନ୍ଦ୍ର ସରକାର ନବୋନ୍ମେଷ ନୀତି ଓ ଏହାର କାର୍ଯ୍ୟାନ୍ୱୟନ ଜରିଆରେ ସମର୍ଥନ କରିଆସୁଛନ୍ତି।

ଆଧୁନିକ ଯୁଗରେ ଆମର ଏହି ପ୍ରଚେଷ୍ଟା ଯେ, ପ୍ରଗତିଶୀଳ କୃଷି ପଦ୍ଧତି, ସୁଦୃଢ଼ ପ୍ରଶାସନିକ ଢାଞ୍ଚା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଭାରତ ଖାଦ୍ୟ କ୍ଷେତ୍ରରେ ନବସୃଜନ, ସ୍ଥିରତା ଏବଂ ସୁରକ୍ଷା ବିଶ୍ୱସ୍ତରୀୟ ମାନାଙ୍କ ସ୍ଥାପନ କରୁ।

ବିଗତ ୧୦ ବର୍ଷ ମଧ୍ୟରେ ଆମେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛୁ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ନିବେଶ, ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା, ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା ଆଦି ମାଧ୍ୟମରେ ଆମେ ଦେଶବ୍ୟାପୀ ଆଧୁନିକ ଭିତ୍ତିଭୂମି, ଉନ୍ନତ ଯୋଗାଣ ଶୃଙ୍ଖଳ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିର ଏକ ସୁଦୃଢ଼ ବାତାବରଣ ସ୍ଥାପନ କରିପାରିଛୁ।

ଆମ ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକୁ ସଶକ୍ତ କରିବା। ଆମେ ଚାହୁଁଛୁ, ଆମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ସୁଦୃଢ଼ ହୁଅନ୍ତୁ ଏବଂ ବୈଶ୍ୱିକ ମୂଲ୍ୟ ଶୃଙ୍ଖଳାର ଅଭିନ୍ନ ଅଙ୍ଗ ବନିବା ସହ ମହିଳାମାନଙ୍କୁ କ୍ଷୁଦ୍ର ଉଦ୍ୟୋଗୀ ହେବାକୁ ପ୍ରୋତ୍ସାହିତ କରନ୍ତୁ।

ଏଭଳି ସମୟରେ ୱାର୍ଲ୍ଡ ଫୁଡ ଇଣ୍ଡିଆ ଆମ ପାଇଁ ଏକ ଆଦର୍ଶ ମଞ୍ଚ। ଏହା ଦ୍ୱାରା ବିଟୁବି (ବିଜିନେସ ଟୁ ବିଜିନେସ) ଭାବବିନିମୟ ଏବଂ ପ୍ରଦର୍ଶନ, ରିଭର୍ସ କ୍ରେତା-ବିକ୍ରେତା ମିଟ୍‌, ଦେଶ, ରାଜ୍ୟ ଓ ଆଞ୍ଚଳିକ ଭିତ୍ତିରେ ଅନ୍ୟମାନଙ୍କ ସହ କାର୍ଯ୍ୟ କରିବା ସମ୍ଭବ ହୋଇପାରିବ।

ଏହାବାଦ୍ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ – ଏଫଏସଏସଏଆଇ ଦ୍ୱାରା ବୈଶ୍ୱିକ ଖାଦ୍ୟ ବିନିୟାମକ ଶିଖର ସମ୍ମିଳନୀ ଆୟୋଜନ, ବିଶ୍ୱ ଖାଦ୍ୟ ସଙ୍ଗଠନ, ଖାଦ୍ୟ ଏବଂ କୃଷି ସଙ୍ଗଠନ ତଥା ଅନେକ ପ୍ରତିଷ୍ଠିତ ଘରୋଇ ସଂସ୍ଥାନ ସହ ବୈଶ୍ୱିକ ବିନିୟାମକଗୁଡ଼ିକୁ ଖାଦ୍ୟ ସୁରକ୍ଷା, ଗୁଣବତ୍ତା ମାନାଙ୍କ ତଥା ସର୍ବୋତ୍ତମ ବ୍ୟବସ୍ଥା ଆଦି ପ୍ରସଙ୍ଗରେ ବ୍ୟାପକ ଚର୍ଚ୍ଚା ସମ୍ଭବ ହୋଇପାରୁଛି।

ଏଥିସହ ମୁଁ ନିଶ୍ଚିତ ଯେ, ଖାଦ୍ୟ ସୁରକ୍ଷା ବୃଦ୍ଧି ଓ ଭୋଜନ ନଷ୍ଟକୁ ହ୍ରାସ କରିବା ଲାଗି ଖାଦ୍ୟ ବିକିରଣ, ପୋଷଣ ତଥା ସ୍ଥିରତାକୁ ବୃଦ୍ଧି କରିବା ଲାଗି ବୃକ୍ଷ ଆଧାରିତ ପ୍ରୋଟିନ୍ ତଥା ସର୍କୁଲାର ଇକୋନୋମି ଆଦି ପ୍ରଦର୍ଶିତ ହେବ।

ଆସନ୍ତୁ ଆମେ ଆଗକୁ ବଢ଼ିବା ତଥା ସ୍ଥାୟୀ, ସୁରକ୍ଷିତ, ସମାବେଶୀ ତଥା ପୁଷ୍ଟିକର ସମାଜ ନିର୍ମାଣର ସ୍ୱପ୍ନକୁ ସଫଳ କରିବା।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026
Latest News

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.