Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ଅଞ୍ଚଳ ଏଥର ଓଏଏସ ପାଇବାରେ କଲା ରେକର୍ଡ, ଏକାଥରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ସଫଳତା
ଆଜିର ଖବର

ଚିଲିକା ଅଞ୍ଚଳ ଏଥର ଓଏଏସ ପାଇବାରେ କଲା ରେକର୍ଡ, ଏକାଥରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ସଫଳତା

October 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା ଅଞ୍ଚଳ ଏଥର ଓଏଏସ ପାଇବାରେ କଲା ରେକର୍ଡ, ଏକାଥରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ସଫଳତା

ଚିଲିକା( ସୀତାରାମ ଅଗ୍ରୱାଲ): ଏଥର ଚିଲିକା ନିର୍ବାଚନ ମଣ୍ଡଳି ଓଏସଏସ ପାଇବାରେ ରେକର୍ଡ ହାସଲ କରିଛି। କାରଣ ପୂର୍ବରୁ କାଁ ଭାଁ ଏହି ଅଞ୍ଚଳରୁ ସଫଳତା ହାସଲ କରୁଥିବା ବେଳେ ଏଥର ପାଞ୍ଚ ଜଣଙ୍କୁ ମିଳିଛି ଓଏଏସ, ଯାହା ସେହି ଅଞ୍ଚଳ ପାଇଁ ଖୁସିର ଖବର ହୋଇଯାଇଛି।

ଶିବାନୀ ରାଉତ: ବାଣପୁର ବ୍ଲକ ଭୀମପୁର ଗ୍ରାମର ନାରାୟଣ ରାଉତ ଓ କବିତା ରାଉତଙ୍କ କନିଷ୍ଠ କନ୍ୟା ହେଉଛନ୍ତି ଶିବାନୀ। ସେ ଓଡିଶାରେ ୧୭୦ ତମ ସ୍ଥାନ ହାସଲ କରିଛନ୍ତି। ସେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ସ୍ନାତକ ପାସ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି। ସେ ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଏଏସଓ ଭାବେ କାର୍ଯ୍ୟରତ ଅଛନ୍ତି।

ରାକେଶ ଜେନା: ସାରା ଓଡ଼ିଶାରେ ୨୪୭ ର‍୍ୟାଙ୍କ ରଖିଛନ୍ତି ବାଣପୁରର ରାକେଶ ଜେନା।ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଭାପୁର ଗ୍ରାମର ପ୍ରକାଶ ଜେନାଙ୍କ ପୁଅ ହେଉଛନ୍ତି ରାକେଶ। ବାପା ପେଶାରେ ଜଣେ ଦିନମଜୁରିଆ ହୋଇଥିବାବେଳେ ମାତା ଗୃହିଣୀ ଅଟନ୍ତି। ଏକ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ଉକ୍ତ ପରୀକ୍ଷାରେ ସଫଳ ହୋଇପାରିଛନ୍ତି ରାକେଶ।

ମନମୋହନ ସାହୁ: ସାରା ଓଡ଼ିଶାରେ ୩୬୨ ର‍୍ୟାଙ୍କ ରଖି ସଫଳ ହୋଇଛନ୍ତି ବାଲୁଗାଁ ପାଟଣାସାହିର ଯୁବକ ମନମୋହନ ସାହୁ। ବୈଦ୍ୟନାଥ ସାହୁ ଓ କ୍ଷଣପ୍ରଭା ସାହୁଙ୍କ ସୁପୁତ୍ର ହେଉଛନ୍ତି ମନମୋହନ। ସେ ଅତି ସାଧାରଣ ପରିବାରରୁ ଆସିଥିବା ବେଳେ ପିତା ବୈଦ୍ୟନାଥ ବାଲୁଗାଁରେ ଏକ ଛୋଟ ଭେରାଇଟି ଷ୍ଟୋର କରିଛନ୍ତି। ମନମୋହନ ବର୍ତ୍ତମାନ ବାଣପୁର ତହସିଲରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଛନ୍ତି।

ରାକେଶ ନାୟକ: ଚିଲିକା ବ୍ଲକ ନିମିକ୍ଷେତା ଗ୍ରାମର ରାକେଶ କୁମାର ନାୟକ ସାରା ଓଡ଼ିଶାରେ ୫୯୦ ର‍୍ୟାଙ୍କ ରଖି ସଫଳତା ହାସଲ କରିଛନ୍ତି। ରାକେଶ ନିମିକ୍ଷେତା ଗ୍ରାମର ବିଦ୍ୟାଧର ନାୟକ ଏବଂ ବିନୋଦିନୀ ନାୟକ ଙ୍କ ପୁତ୍ର। ବିଦ୍ୟାଧର ବାଲୁଗାଁ ଚିଲିକା କୁଳ ନିକଟରେ ଏକ କଂସାବାସନ ଦୋକାନ ଦେଇଛନ୍ତି। ସାଧାରଣ ପରିବାରରୁ ଆସିଥିବା ରାକେଶ ନିଜର ଦଶମ ଶ୍ରେଣୀ ପଦନପୁର ସତ୍ୟ ସାଇ ବିଦ୍ୟା ମନ୍ଦିରରୁ ପାସ କରିଥିବା ବେଳେ ଭୁବନେଶ୍ୱର ଜୁପିଟର ସାଇନ୍ସ କଲେଜରୁ ଯୁକ୍ତ ଦୁଇ ଏବଂ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବି ଟେକ ଡିଗ୍ରୀ ହାସଲ କରିଛନ୍ତି।

ଦେବାଶିଷ ସ୍ବାଇଁ: ନାଚୁଣୀର ଦେବାଶିଷ ସ୍ୱାଇଁ ସାରା ଓଡ଼ିଶାରେ ୨୨୮ ର‍୍ୟାଙ୍କ ରଖି ସଫଳତା ହାସଲ କରିଛନ୍ତି।  ଦେବାଶିଷ ବଉଳାବନ୍ଧ ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜୁନ ସ୍ୱାଇଁ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ହରିଚନ୍ଦନଙ୍କ ପୁତ୍ର। ଦେବାଶିଷ ଭୁବନେଶ୍ୱର ଡ଼ିଏଭି ସ୍କୁଲ ପୋଖରୀପୁଟରୁ ଦଶମ ଏବଂ ଯୁକ୍ତ ଦୁଇ ସମାପ୍ତ କରିଛନ୍ତି। ସେ ରାଜଧାନୀ ମହାବିଦ୍ୟାଳୟରୁ ଯୁକ୍ତ ତିନି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ପିଜି ପାସ କରିବା ସହ ୨୦୨୩ ରେ ବିଇଡ଼ି ପାସ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା କୌଣସି ବୁଝାମଣା ନାହିଁ”: ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

July 25, 2026

“ଏଆଇର ଅପବ୍ୟବହାରକୁ ସହ୍ୟ କରାଯିବ ନାହିଁ…”: ନକଲି ଭିଡିଓ ଉପରେ କେନ୍ଦ୍ର ମନ୍ତ୍ରୀ କ୍ଷୁବ୍ଧ

July 25, 2026

ଆଉ କେତେ ଦିନ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରହିବେ ଗୌତମ ଗମ୍ଭୀର?: ଜାଣନ୍ତୁ BCCI ର ଚୁକ୍ତି

July 25, 2026

ଶ୍ରୀଲଙ୍କା ସିରିଜ ପରେ ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!

July 25, 2026
Latest News

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା କୌଣସି ବୁଝାମଣା ନାହିଁ”: ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

July 25, 2026

“ଏଆଇର ଅପବ୍ୟବହାରକୁ ସହ୍ୟ କରାଯିବ ନାହିଁ…”: ନକଲି ଭିଡିଓ ଉପରେ କେନ୍ଦ୍ର ମନ୍ତ୍ରୀ କ୍ଷୁବ୍ଧ

July 25, 2026

ଆଉ କେତେ ଦିନ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରହିବେ ଗୌତମ ଗମ୍ଭୀର?: ଜାଣନ୍ତୁ BCCI ର ଚୁକ୍ତି

July 25, 2026

ଶ୍ରୀଲଙ୍କା ସିରିଜ ପରେ ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!

July 25, 2026

ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲେ ୱେଷ୍ଟଇଣ୍ଡିଜ୍ ଖେଳାଳି: ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.