Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ବ୍ୟାଙ୍କର ‘ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍’ ରିପୋର୍ଟ୍ ଉନ୍ମୋଚିତ
ଆଜିର ଖବର

ବିଶ୍ୱ ବ୍ୟାଙ୍କର ‘ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍’ ରିପୋର୍ଟ୍ ଉନ୍ମୋଚିତ

November 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ, ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ସହ ୬ଟି ରାଜ୍ୟର ଯୁବବର୍ଗଙ୍କ ପାଇଁ ‘ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍ : ଏ ଜବ୍ସ ଡାଇଗ୍ନୋଷ୍ଟିକ୍ସ ଫର୍ ୟଙ୍ଗ୍ ପିପୁଲ ଅନ୍ ସିକ୍ସ ଷ୍ଟେଟ୍ସ’ (Jobs at Your Doorstep: A Jobs Diagnostics for Young People in Six States) ଶୀର୍ଷକ ଏକ ରିପୋର୍ଟ ଉନ୍ମୋଚନ କରିଛନ୍ତି। ଏହି ୬ଟି ରାଜ୍ୟ ହେଲା ଓଡ଼ିଶା, ହିମାଚଳ ପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ। ଏହି ରିପୋର୍ଟ ଉପରୋକ୍ତ ୬ଟି ରାଜ୍ୟର ଚାକିରି ଅନ୍ୱେଷଣ କରିବା ସହ ମାଧ୍ୟମିକ ବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଯୁବକମାନଙ୍କ ପାଇଁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା ପ୍ରମୁଖ ପ୍ରାଥମିକତା କ୍ଷେତ୍ରକୁ ଚିହ୍ନଟ କରିବ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ୬ଟି ରାଜ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପାଇଁ ବିଶ୍ୱବ୍ୟାଙ୍କ୍ ଟିମକୁ ପ୍ରଶଂସା କରିବା ସହ ବିଶ୍ୱବ୍ୟାଙ୍କ ଟିମକୁ ସର୍ବଭାରତୀୟ ଫ୍ରେମଓ୍ୱାର୍କ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି  ଏହି ରିପୋର୍ଟ ଦକ୍ଷତା ଏବଂ ନିଯୁକ୍ତି ଉପରେ ଷ୍ଟେକହୋଲ୍ଡରମାନଙ୍କୁ ନୂତନ ଢାଞ୍ଚା ସୃଷ୍ଟି କରିବାରେ ସକ୍ଷମ କରିବ ଏବଂ ଆମ ଜନସଂଖ୍ୟାକୁ ସଶକ୍ତ କରିବା ପାଇଁ ପ୍ରଗତିଶୀଳ ନୀତି ପ୍ରସ୍ତୁତ କରିବାରେ ସମର୍ଥ ହେବ। ଚାକିରି ଓ ନିଯୁକ୍ତିର ସଂଜ୍ଞାକୁ ବ୍ୟାପକ କରିବାର ଆବଶ୍ୟକତା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ ଭାରତକୁ ଏକ ବିଶ୍ୱ ଦକ୍ଷତା କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଆମ ଦେଶର ଜନସଂଖ୍ୟା ବିଶ୍ୱ ଅର୍ଥନୀତିର ଡ୍ରାଇଭର ହେବ। ଏଥିପାଇଁ ବିଦ୍ୟାଳୟଗୁଡ଼ିକରେ ଦକ୍ଷତାକୁ ପ୍ରଧାନ୍ୟ ଦେବାର ଆବଶ୍ୟକତା ରହିଛି। ଜାତୀୟ ଶିକ୍ଷା ନୀତିରେ ବିଦ୍ୟାଳୟଗୁଡିକରେ ଦକ୍ଷତାକୁ ମୁଖ୍ୟ ସ୍ରୋତରେ ଆଣିବାର ପରିକଳ୍ପନା କରାଯାଇଛି। ବୈଷୟିକ ଜ୍ଞାନକୌଶଳ ଭବିଷ୍ୟତରେ ନିଯୁକ୍ତି ଏବଂ ଆର୍ଥିକ କ୍ଷେତ୍ରକୁ ପରିବର୍ତ୍ତନ କରିବ। ଏଥିପାଇଁ  ଭବିଷ୍ୟତରେ କର୍ମଚାରୀମାନଙ୍କୁ ଅପ୍-ସ୍କିଲ୍ ଏବଂ ରି-ସ୍କିଲ୍ କରାଇବାର ଆବଶ୍ୟକତା ରହିଛି। ବିଶ୍ୱର ଦକ୍ଷତା ରାଜଧାନୀ ଭାବେ ଉଭା ହେବା ପାଇଁ ଆମର ବୃହତ ଜନସଂଖ୍ୟାକୁ ସ୍କିଲ, ରି-ସ୍କିଲ୍ ଏବଂ ଅପ୍-ସ୍କିଲ୍ କରାଇବା ଦିଗରେ ସାମଗ୍ରିକ ସରକାରୀ ଆଭିମୁଖ୍ୟ ସହ  ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷା ନୀତି ଏବଂ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ଏକ ବଡ ପଦକ୍ଷେପ ନିଆଯାଇଛି। ଉଭୟ ନୀତିରେ ବିଦ୍ୟାଳୟଗୁଡ଼ିକରେ ଦକ୍ଷତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ୨୦୨୫ ସୁଦ୍ଧା ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଦକ୍ଷତାଭିତ୍ତିକ ଶିକ୍ଷା ହାସଲ କରିବା ଏବଂ ୨୦୩୦ ସୁଦ୍ଧା ଦକ୍ଷତାଭିତ୍ତିକ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ମାଧ୍ୟମିକ ବିଦ୍ୟାଳୟକୁ ସ୍କିଲିଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରହିଛି। ଏହି ପରିପ୍ରେକ୍ଷୀରେ “ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍” ରିପୋର୍ଟ ଶିକ୍ଷା ଏବଂ ଭାରତର ଚାକିରି ଏଜେଣ୍ଡା ମଧ୍ୟରେ ଷ୍ଟ୍ରାଟେଜିକ୍ ସମ୍ପର୍କ ଏବଂ ସମନ୍ୱୟ ପ୍ରଦାନ କରିବା ଦିଗରେ ଏକ ରୋଡମ୍ୟାପ୍ ଭାବରେ କାର୍ଯ୍ୟ କରିବ।

ହିମାଚଳ ପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ରାଜସ୍ଥାନ (ସାମୂହିକ ଭାବେ ଷ୍ଟାର୍ସ ରାଜ୍ୟ) ଭଳି ୬ଟି ରାଜ୍ୟକୁ ଅନ୍ତର୍ଭୁକ୍ତ କରି ଶିକ୍ଷା-ଶିକ୍ଷଣ ଏବଂ ଫଳାଫଳ (ଷ୍ଟାର୍ସ) ନାମକ ଏକ କାର୍ଯ୍ୟକ୍ରମରେ ବିଶ୍ୱ ବ୍ୟାଙ୍କ ଭାରତ ଶିକ୍ଷା ମନ୍ତ୍ରଣାଳୟକୁ ସହାୟତା କରିଥାଏ। ୬ଟି ଷ୍ଟାର୍ସ ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ଗବେଷଣା ମାଧ୍ୟମରେ ପ୍ରଦାନ କରାଯାଉଥିବା ଦକ୍ଷତା ଶିକ୍ଷାକୁ ପୁନଃକଳ୍ପନା କରିବା ପାଇଁ ଏହି ଅଧ୍ୟୟନ ଆରମ୍ଭ କରାଯାଇଥିଲା।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱ ବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.