Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ସହରରୁ କ୍ଯାବିନ ଉଚ୍ଛେଦକୁ ନେଇ ସହରରେ ଧାରା ୧୬୩: ବିରୋଧ ପରେ ନରମିଲା ପ୍ରଶାସନ
ଆଜିର ଖବର

ଖୋର୍ଦ୍ଧା ସହରରୁ କ୍ଯାବିନ ଉଚ୍ଛେଦକୁ ନେଇ ସହରରେ ଧାରା ୧୬୩: ବିରୋଧ ପରେ ନରମିଲା ପ୍ରଶାସନ

December 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରିବା ପାଇଁ ଆଜି ସକାଳୁ ପକ୍ରିୟା ଆରମ୍ଭ କରିଛି ପ୍ରଶାସନ। କ୍ୟାବିନ ଉଚ୍ଛେଦ ପାଇଁ ପ୍ରଶାସନ ଗତକାଲି ରାତିରୁ ଅଧା ସହରକୁ ଭାରତୀୟ ନ୍ୟାୟ ସଂହିତା ଧାରା ୧୬୩ ଲାଗୁ କରିଥିବା ବେଳେ ପଦକ୍ଷେପ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନ ରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହର ଟ୍ରାଫିକ ଛକ, ବ୍ୟାଙ୍କ୍ ଛକ, ମୁଖ୍ୟରାସ୍ତା ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଚ୍ଛେଦ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଟ୍ରାଫିକ ଛକରେ ଶହ ଶହ ସଂଖ୍ୟାରେ ବ୍ୟବସାୟୀଙ୍କ ସହ ପୌରାଧକ୍ଷା ଓ କାଉନସିଲର ମାନେ ଧାରଣା ବସିଛନ୍ତି।

ଅନ୍ୟପଟେ ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର, ନିର୍ବାହୀ ଅଧିକାରୀ ପୋଲିସ ଅଧିକାରୀ ଫୋର୍ସ ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ବେଳେ ବ୍ୟବସାୟୀ ମାନଙ୍କୁ ପ୍ରଥମେ ଥଇଥାନ ଓ ପାରେ ଉଛେଦ କରିବାକୁ ଦାବୀ ହୋଇଥିଲା। ଧାରଣା ସ୍ଥଳରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ପହଞ୍ଚି ସରକାରଙ୍କ ଏଭଳି ନିଷ୍ପତିକୁ ତୀବ୍ର ସମାଲୋଚନା କରିବା ସହ ନିରୀହ ଦୋକାନୀଙ୍କ ଉପରେ ପ୍ରଶାସନ ଦାଦାଗିରୀ ଦେଖାଉଥିବା କହିଛନ୍ତି।

ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରି ସୁନ୍ଦର କରିବାର ଆବଶ୍ୟକତା ରହିଛି ଏବଂ ଏହା ସମସ୍ତେ ଚାଁହୁଛନ୍ତି କିନ୍ତୁ ପ୍ରଶାସନ ଯେଉଁଭଳି ଢଙ୍ଗରେ କାମ କରୁଛି ଆମେ ତାକୁ ବିରୋଧ କରୁଛୁ। ସେହିପରି ବ୍ୟବସାୟୀଙ୍କ ସହ ଧାରଣା ଦେଇଥିବା ପୌରାଧକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି ଆମକୁ ନଜଣାଇ ପ୍ରଶାସନ ମନଇଚ୍ଛା କାମ କରୁଛି। ପ୍ରଶାସନ ହଠାତ ପ୍ରଶାସନ ଯେଉଁ ନିଷ୍ପତି ନେଇଛି ଆମେ ଏହାକୁ ବିରୋଧ କରିବା ସହ ବ୍ୟବସାୟୀଙ୍କ ସହିତ ରହିଥିବା କହିଛନ୍ତି।

ସେହିପରି ଘଟଣାସ୍ଥଳରେ କଂଗ୍ରେସ ନେତ୍ରୀ ସୋନାଲି ସାହୁ ପହଞ୍ଚି ବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ଆଗ ଥଇଥାନ ଓ ପାରେ ଉଛେଦ ପକ୍ରିୟା କରାଯାଉ ବୋଲି ଦାବୀ କରିଛନ୍ତି। ସେପଟେ ଏହି ସମସ୍ୟା ସମ୍ପର୍କରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପାରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । 5 ଦିନ ପାଇଁ ସମୟ ଦେଇଛି ଜିଲା ପ୍ରଶାସନ।

ଆସନ୍ତା ୧୫ ତାରିଖ ସୁଦ୍ଧା ଆବଣ୍ଟିତ ହୋଇଥିବା ୧୬୬ ଟି ଭେଣ୍ଡିଙ୍ଗ ଜୋନକୁ ସ୍ଥାନାନ୍ତର ସହ ପୌର ପ୍ରଶାସନ ସହ ଚୁକ୍ତିନାମା କରି ଅମାନତ ଦାଖଲ କରିବେ ଏବଂ ଆସନ୍ତା ୧୬ ତାରିଖରୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। ସେପଟେ ଖୋର୍ଦ୍ଧା ସହରରେ ୫୦୦ ରୁ ଉର୍ଦ୍ଧ୍ଵ କ୍ୟାବିନ ରହିଥିବା ବେଳେ ସେମାନଙ୍କୁ ଥଇଥାନ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬୬ ଟି ନୂତନ ଭେଣ୍ଡିଂ ଜୋନ କରାଯାଇଛି ଏବଂ ସେଠାରେ ବ୍ୟବସାୟୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ପର୍ଯ୍ୟାୟ କ୍ରମେ ସମସ୍ତ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ଜଣାପଡିଛି।

ଖୋର୍ଦ୍ଧା ସହର ଭେଣ୍ଡିଂ ଜୋନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ସାଂସଦ ସତୀଶ ଗୌତମଙ୍କ ନାମରେ ନକଲି ଆଇଡି: ମହିଳାଙ୍କୁ କରାଯାଉଛି ଟାର୍ଗେଟ

September 11, 2026

ବିନେଶ ଫୋଗାଟଙ୍କୁ ବଡ଼ ଝଟକା: ବିଶ୍ୱ ଚାମ୍ପିଅନସିପ୍ ଟ୍ରାଏଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ମନା

September 11, 2026

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026
Latest News

ବିଜେପି ସାଂସଦ ସତୀଶ ଗୌତମଙ୍କ ନାମରେ ନକଲି ଆଇଡି: ମହିଳାଙ୍କୁ କରାଯାଉଛି ଟାର୍ଗେଟ

September 11, 2026

ବିନେଶ ଫୋଗାଟଙ୍କୁ ବଡ଼ ଝଟକା: ବିଶ୍ୱ ଚାମ୍ପିଅନସିପ୍ ଟ୍ରାଏଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ମନା

September 11, 2026

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.