Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାମଲିଙ୍ଗେଶ୍ୱର ପାର୍କ ଠାରେ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ମୂର୍ତ୍ତି ଅନାବରଣ
ଆଜିର ଖବର

ରାମଲିଙ୍ଗେଶ୍ୱର ପାର୍କ ଠାରେ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ମୂର୍ତ୍ତି ଅନାବରଣ

December 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ରାମଲିଙ୍ଗେଶ୍ୱର ପାର୍କ ଠାରେ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ଜନ୍ମ ତିଥି ଅବସରରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ର ଶୁଭ ଉନ୍ମୋଚନ କଲେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ମନମୋହନ ସାମଲ ଉନ୍ମୋଚନ କରିଛନ୍ତି। ସମଗ୍ର ବିଶ୍ବରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ପ୍ରେମ ଓ ବନ୍ଧୁତ୍ୱ ସ୍ଥାପନ କରି ଶାନ୍ତି ପ୍ରତିଷ୍ଠା କରିବା ଅଟଳ ବିହାରୀ ବାଜପେୟୀଙ୍କ ଏକ ମାତ୍ର ଲକ୍ଷ୍ୟ ଥିଲା। ତାଙ୍କର ୧୦୦ ତମ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶ କୁ ସାକାର କରିବା ଏବଂ ତାଙ୍କର ସ୍ୱପ୍ନ କୁ ସାକାର କରିବା ପାଇଁ ନିଜକୁ ସମର୍ପିତ କରିବା, ଏହି ନିତି ଆଦର୍ଶ ଘରେଘରେ, ପୁରପଲ୍ଲୀ, ସ୍କୁଲ କଲେଜ ଚାରି ଆଡ଼େ ବର୍ଷ ସାରା ବିଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଭାରତୀୟ ଜନତା ପାର୍ଟି ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ।

ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଅଟଳ ଜୀଙ୍କ ଆଦର୍ଶକୁ ଶାକାର କରିବା ପାଇଁ ସୁଶାସନ, ଏକତା ଏବଂ ପ୍ରଗତିର ନୀତି କୁ ପ୍ରତିଫଳିତ କରିବା ଉପରେ ଆମ ଦେଶର ସାମର୍ଥ଼୳ ନିର୍ଭର କରେ ଏବଂ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦିଏ ବୋଲି କହିଥିଲେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉନ୍ମୋଚନ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ନାୟକ, ସରୋଜ ଦାସ,ଧର୍ମା ସ୍ଵାମୀ, ଶିବ ଯାଦବ, ଶଙ୍କର ରାଓ ଭିକି ଆଚାରି, ପ୍ରତାପ ସେଠି, ସୁବ୍ରତ ପାଳ, ଅରୁଣ ନାଇଡୁ ଜନତା ପାର୍ଟିର ବହୁ ବରିଷ୍ଠ ସଦସ୍ୟ /ସଦସ୍ୟା ଓ ବ୍ରହ୍ମପୁରର ଜନସାଧାରଣ।

ଏହି ଅବସରରେ ବିଧାୟକ ଏବଂ ସାଂସଦଙ୍କ ଗାନ୍ଧୀ ନଗର କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଦିଗଦର୍ଶନ ଦେଇଥିଲେ। ଅବିଶ୍ରାନ୍ତ ସତ୍ତ୍ୱେ ବ୍ରହ୍ମପୁର ବାସୀ ବହୁତ ସଂଖ୍ଯାରେ ଯୋଗ ଦେଇଥିଲେ ଏବଂ ବହୁତ କମ ଦିନ ଭିତରେ ସୁନ୍ଦର ସୁଉଚ୍ଚ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିବାରୁ ବିଭିନ୍ନ ମହଲରୁ ବିଧାୟକ କେ ଅନିଲ କୁମାରଙ୍କୁ ପ୍ରସଂଶା ଛୁଟୁଛି।

ଅଟଳ ବିହାରୀ ବାଜପେୟୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ଭାରତରତ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ CADA ବିଭାଗର ଯନ୍ତ୍ରୀ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

June 23, 2026

ଆଜି କେଉଁ ଷ୍ଟକ୍‌ରେ ରହିବ ବଜାରର ନଜର? ବଡ଼ ଘୋଷଣା ପରେ ଚର୍ଚ୍ଚାରେ ୭ କମ୍ପାନୀ

June 23, 2026

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026
Latest News

ମୋଦି ମନ୍ତ୍ରୀମଣ୍ଡଳରେ ପୁନର୍ଗଠନ ହେବ କି?: ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍

June 23, 2026

ଭିଜିଲାନ୍ସ ଜାଲରେ CADA ବିଭାଗର ଯନ୍ତ୍ରୀ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

June 23, 2026

ଆଜି କେଉଁ ଷ୍ଟକ୍‌ରେ ରହିବ ବଜାରର ନଜର? ବଡ଼ ଘୋଷଣା ପରେ ଚର୍ଚ୍ଚାରେ ୭ କମ୍ପାନୀ

June 23, 2026

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.