Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଶୀ ତାମିଲ ସଙ୍ଗମମ ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ
ଆଜିର ଖବର

କାଶୀ ତାମିଲ ସଙ୍ଗମମ ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ

January 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାଶୀ ତାମିଲ ସଙ୍ଗମମ୍ (କେଟିଏସ୍)ର ତୃତୀୟ ସଂସ୍କରଣ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି ଯେ  କାଶୀ ତାମିଲ ସଙ୍ଗମମ ୩.୦ ଆସନ୍ତା ଫେବୃଆରୀ ୧୫ରୁ ଉତ୍ତରପ୍ରଦେଶର ବାରଣାସୀରେ ଆରମ୍ଭ ହେବ ଏବଂ ୧୦ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଫେବୃଆରୀ ୨୪ରେ ଶେଷ ହେବ।

ଆଇଆଇଟି ମାଡ୍ରାସ ଦ୍ୱାରା ପରିଚାଳିତ ପୋର୍ଟାଲ kashitamil.iitm.ac.in ରେ ଫେବୃଆରୀ ୧, ୨୦୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିପାରିବେ। ଶ୍ରୀ ପ୍ରଧାନ କହିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ୩.୦ ଜରିଆରେ ତାମିଲନାଡୁ ଓ କାଶୀ ମଧ୍ୟରେ ଅତୁଟ ସମ୍ପର୍କ ସୃଷ୍ଟି ହେବ। କାଶୀ ତାମିଲ ସଙ୍ଗମମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ କଳ୍ପନା ଥିଲା। ତାମିଲନାଡୁ ଏବଂ କାଶୀ ମଧ୍ୟରେ ଚିରନ୍ତନ ସମ୍ପର୍କକୁ ପାଳନ କରିବା, ସଭ୍ୟତା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଆଗକୁ ବଢ଼ାଇବା ପାଇଁ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ । କାଶୀ ତାମିଲ ସଙ୍ଗମମ ଭାରତର ଅନ୍ୟତମ ପୂଜ୍ୟ ସାଧୁ ମହର୍ଷି ଅଗସ୍ତ୍ୟଙ୍କ ଉତ୍ସବ ହେବ । ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଢାଞ୍ଚାରେ ମହର୍ଷି ଅଗସ୍ତ୍ୟଙ୍କ ପରମ୍ପରା ଗଭୀର ଭାବରେ ଜଡ଼ିତ । ତାମିଲ ଭାଷା ଓ ସାହିତ୍ୟ ସହିତ ମିଳିତ ମୂଲ୍ୟବୋଧ, ଜ୍ଞାନ ପରମ୍ପରା ଓ ଐତିହ୍ୟର ମୂଳଦୁଆ ବୌଦ୍ଧିକ ପ୍ରତିଭା ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଚଳିତ ବର୍ଷ କାଶୀ ତାମିଲ ସଙ୍ଗମମର ବିଶେଷ ମହତ୍ତ୍ୱ ରହିଛି କାରଣ ଏହା ମହାକୁମ୍ଭ ସହିତ ଏକ ସଙ୍ଗେ ପଡୁଛି ଏବଂ ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ ପରେ ଏହା ପ୍ରଥମ ସଙ୍ଗମମ ଅଟେ। ମହାକୁମ୍ଭ ଏବଂ ଶ୍ରୀ ଅଯୋଧ୍ୟା ଧାମର କେନ୍ଦ୍ରୀୟ ବିଷୟବସ୍ତୁ ଏବଂ ପୃଷ୍ଠଭୂମି ଭାବରେ ମହର୍ଷି ଅଗସ୍ତ୍ୟ ସହିତ, କାଶୀ ତାମିଲ ସଙ୍ଗମମ୍ ୩.୦ ଏକ ଦିବ୍ୟ ଅନୁଭୂତି ପ୍ରଦାନ କରିବ । ଆମ ସଭ୍ୟତା ଏବଂ ସଂସ୍କୃତିର ଦୁଇଟି ଚିରନ୍ତନ କେନ୍ଦ୍ର – ତାମିଲନାଡୁ ଏବଂ କାଶୀକୁ ପୂର୍ବଅପେକ୍ଷା ଅଧିକ ନିକଟତର କରିବ । ଶ୍ରୀ ପ୍ରଧାନ ତାମିଲନାଡୁବାସୀଙ୍କୁ କାଶୀ ତାମିଲ ସଙ୍ଗମମ୍ ୩.୦ରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ ।

‘କାଶୀ ତାମିଲ ସଙ୍ଗମମ ଋଷି ଅଗସ୍ତୀ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.