Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତରଙ୍ଗ ରେ କଳାକାର ସମାବେଶ
ଆଜିର ଖବର

ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତରଙ୍ଗ ରେ କଳାକାର ସମାବେଶ

February 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତରଙ୍ଗ ରେ କଳାକାର ସମାବେଶ

ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ମାସ ୨ ତାରିଖ ଦିନ ଗୁରୁ କେଳଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଅନୁକୁଲ୍ୟରେ ଏକ ସମୃଦ୍ଧି ସାଂସ୍କୃତିକ କାର୍ଯ୍ୟକ୍ରମ “ସପ୍ତରଙ୍ଗ” ଅନୁଷ୍ଠିତ ହୋଇଛି। ଯେଉଁଥିରେ ସଙ୍ଗୀତ, ସୀତାର ବାଦନ, ନୃତ୍ୟକଳା ର ବର୍ଣ୍ଣାଢ୍ୟ ସମାବେଶ ମାଧ୍ୟମରେ ଭାରତୀୟ ବିମୁଦ୍ଘ କଳାର ପ୍ରଦର୍ଶନ କରାଯାଇଛି।

ଏହି ଉତ୍ସବରେ ଓଡ଼ିଶୀ ଗାୟନ ପରମ୍ପରାର ମହାନ୍ ପ୍ରତିଭା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପାରମ୍ପରିକ ସଙ୍ଗୀତର ସୁନାମଧନ୍ୟା ଗାୟିକା ଶ୍ରୀମତୀ ସଙ୍ଗୀତା ଗୋସାଇଁ ଓ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ମୀରା ଦାସଙ୍କ ଯୋଗଦାନ କାର୍ଯ୍ୟକ୍ରମର ଗୁଣାତ୍ମକମାନ ବୃଦ୍ଧି କରିବା ସହ ଏହି ସବୁ କଳା ପରିପାଟୀ ମହାଭାରତୀୟ ସାଂସ୍କୃତିକ ପରିମଣ୍ଡଳକୁ କିପରି ଭାବରେ ସମୃଦ୍ଧ କରିଛି ତାର ଗୋଟିଏ ଆଭାସ ଦେଖିବାକୁ ମିଳିଛି।

ଶ୍ରୀମତୀ ସୀମା ପଟ୍ଟନାୟକ, ପ୍ରଫେସର ସୁଚେତା ପ୍ରିୟବାଦିନୀ ଙ୍କର ଯୁଗଳ ସୀତାର ବାଦ୍ୟ ପରିବେଷଣ, ଡଃ ବର୍ଷା ବୈଶାଳୀ ପରିଡ଼ାଙ୍କ ଅନନ୍ୟ ଓଡ଼ିଶୀ ନୃତ୍ୟ ଅଭିନୟ, ଶ୍ରୀମତୀ ସୀମା ନାୟାର, ଐଶ୍ଵର୍ଯ୍ୟା ରାଣୀ ଆର୍, ଗୋପିକା ଲକ୍ଷ୍ମଣ, ପ୍ରିୟଙ୍କା ବିଜୟ ରାଜ୍, ଶ୍ରୀମତୀ ଆକାଂକ୍ଷା ବିଜୟ ରାଜ୍ ଙ୍କ ଦ୍ଵାରା ପରିବେଷିତ ଭାରତନାଟ୍ୟମ୍ ଓ ମୋହିନିନାଟ୍ୟମ ଏହି କାର୍ଯ୍ୟକ୍ରମ ର ଏକ ଅନ୍ୟତମ ଆକର୍ଷଣ ଥିଲା। ଶେଷରେ ଶ୍ରୀମତୀ ଅନୁଯା ତାରିଣୀ ମିଶ୍ର, ଶ୍ରୀମତୀ ମିତାରାନୀ ବିଶ୍ଵାଳଙ୍କ ସଙ୍ଗୀତ ଦର୍ଶକ ଓ ଶ୍ରୋତାମାନଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା।

ଏହି କାର୍ଯ୍ୟକ୍ରମ ମହାଭରତୀୟ କଳା, ସଙ୍ଗୀତ, ନୃତ୍ୟବାଦ୍ୟ, ପ୍ରତି ପ୍ରଗାଢ ଅନୁରକ୍ତି ଓ ଆବେଗ ପୂର୍ଣ୍ଣ ରୁଚି ରଖିଥିବା ବିବିଧ ସାଂସ୍କୃତିକ ପରିବେଶରେ ଆସିଥିବା କଳାକାରଙ୍କୁ ଗୋଟିଏ ମଞ୍ଚରେ ସମାବିତ କରିବା ସହ ସେମାନଙ୍କର ଭାବାଗତ ଆଦନ ପ୍ରଦାନ ଜରିଆରେ ଭାରତୀୟ ପାରମ୍ପରିକ ଐତିହ୍ୟ ସମ୍ପନ୍ନ, କଳା ନୈପୁଣ୍ୟ କିପରି ଆଧୁନିକ ଯୁଗରେ ପ୍ରାସଙ୍ଗିକତା ଲାଭ କରିଛି ତାହାର ଗୋଟିଏ ଛାପ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

ବିଭିନ୍ନ ବୃତ୍ତିଗତ ଶାସ୍ତ୍ରୀୟ କଳାକାର ମାନଙ୍କୁ ସୁଚେତା ପ୍ରିୟବାଦିନୀ ଏବଂ ସୀମା ପଟ୍ଟନାୟକଙ୍କ ଦ୍ଵାରା ଏକତ୍ରିତ କରାଯାଇଥିଲା। ସେମାନଙ୍କର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହେଉଛି ଜନତାଙ୍କ ମଧ୍ୟରେ ଶାସ୍ତ୍ରୀୟ ସଙ୍ଗୀତ ପ୍ରଚାର କରିବା, ଏହାର ସଂରକ୍ଷଣ ଓ ଏହାକୁ ଉନ୍ନତି ଦିଗରେ ଆଗେଇ ନେବା। ସେମାନଙ୍କ ଉଦ୍ୟମ ପ୍ରତିଭା ମାନଙ୍କୁ ସେମାନଙ୍କର କଳା ପ୍ରଦର୍ଶନ କରିବାକୁ ଭିତ୍ତି ସ୍ଥାପନ କରିଛି। ଅନେକ ଦିନରୁ ଏହି ଅନୁଷ୍ଠାନ ସହିତ ଯୋଡିହୋଇଥିବା ଗୋପାଳ ଚନ୍ଦ୍ର ଘଡେଇ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଦାୟିତ୍ୱ ନେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Latest News

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.