Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେଲର ପ୍ରସ୍ତୁତି ମାଧ୍ୟମରେ ସୃଜନଶୀଳତାର ପରିପ୍ରକାଶ ପାଇଁ ପ୍ରତିଯୋଗିତା
ଆଜିର ଖବର

ଟ୍ରେଲର ପ୍ରସ୍ତୁତି ମାଧ୍ୟମରେ ସୃଜନଶୀଳତାର ପରିପ୍ରକାଶ ପାଇଁ ପ୍ରତିଯୋଗିତା

February 3, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ ସପ୍ତାହରେ ଗୁରୁତେଗ ବାହାଦୂର ଚତୁର୍ଥ ଶତବାର୍ଷିକୀ ଇଞ୍ଜିନିୟରିଂ କଲେଜ (ଜି.ଟି.ବି.4.ସି.ଇ.ସି.)ଠାରେ ଆୟୋଜିତ ଟ୍ରେଲର୍ ପ୍ରସ୍ତୁତି ପ୍ରତିଯୋଗିତା-ଦିଲ୍ଲୀ ରୋଡ ଶୋ’ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦେଶବ୍ୟାପୀ ଟ୍ରେଲର୍ ତିଆରି ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ବା ଅନ୍ତିମ ପ୍ରତିଯୋଗିତା ପାଇଁ ଜାରି ରହିଥିବା ଏକାଧିକ ରୋଡ ଶୋ’ ମଧ୍ୟରୁ ଏହା ଥିଲା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ରେସକିଲ ଦ୍ୱାରା ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା। ଏଥିରେ ସୃଜନଶୀଳ ଅଂଶୀଦାର ଭାବରେ ନେଟଫ୍ଲିକ୍ସ ଏବଂ ଶିକ୍ଷାନୁଷ୍ଠାନ ଅଂଶୀଦାର ଭାବରେ ଜିଟିବି4ସିଇସି ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ପ୍ରୟାସ ଅଂଶଗ୍ରହଣକାରୀମାନଙ୍କୁ କାହାଣୀ କହିବା ଏବଂ ଭିଡିଓ ଏଡିଟିଂ ବା ସମ୍ପାଦନାର କଳାକୁ ଅନ୍ୱେଷଣ କରିବା ପାଇଁ ଏକ ଅତୁଳନୀୟ ମଞ୍ଚ ପ୍ରଦାନ କରିଥିଲା।

ୱେଭସ୍ ୨୦୨୫ର ଅଂଶବିଶେଷ ଭାବେ ନେଟଫ୍ଲିକ୍ସ ଫଣ୍ଡ ଫର କ୍ରିଏଟିଭ୍ ଇକ୍ୱିଟି ଦ୍ୱାରା ପରିଚାଳିତ ଟ୍ରେଲର୍ ନିର୍ମାଣ ପ୍ରତିଯୋଗିତା ହେଉଛି ଆକାଂକ୍ଷୀ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅନୁପ୍ରାଣିତ କରିବା ଏବଂ ସେମାନଙ୍କୁ ସଜ୍ଜିତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ପ୍ରତିଯୋଗିତା। ଏହି ଅନନ୍ୟ ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ନେଟଫ୍ଲିକ୍ସର ବ୍ୟାପକ କଣ୍ଟେଣ୍ଟ ବିଷୟବସ୍ତୁ ଲାଇବ୍ରେରୀରୁ ଆକର୍ଷଣୀୟ ଟ୍ରେଲର୍ ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିଥାଏ। ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ଭିଡିଓ ଏଡିଟିଂ, କାହାଣୀ କହିବା ଏବଂ ଟ୍ରେଲର୍ ନିର୍ମାଣରେ ଗଭୀର କୌଶଳରେ ଦକ୍ଷତ କରିବା ପାଇଁ ୩ ମାସର ଏକ ସୁଯୋଗ ପ୍ରଦାନ କରିଥିଲା।

ଟ୍ରେଲର୍ ପ୍ରସ୍ତୁତି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ସେମାନଙ୍କ ପ୍ରଦର୍ଶନ ଆଧାରରେ ବିଭିନ୍ନ ମାନ୍ୟତା ଏବଂ ପୁରସ୍କାର ପାଇବେ। ଏକ ବୈଧ ଟ୍ରେଲର୍ ଦାଖଲ କରୁଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପାଇଁ ପ୍ରମାଣପତ୍ର ପ୍ରଦାନ କରାଯିବ। ଶ୍ରେଷ୍ଠ ୫୦ ପ୍ରତିଯୋଗୀଙ୍କୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫଆଇସିସିଆଇ) ଏବଂ ନେଟଫ୍ଲିକ୍ସରୁ ସ୍ୱତନ୍ତ୍ର ସ୍ୱୀକୃତି ସହିତ ଉତ୍କର୍ଷତା ପ୍ରମାଣପତ୍ର ପ୍ରଦାନ କରାଯିବ।

ଅଧିକନ୍ତୁ, ଶ୍ରେଷ୍ଠ ୨୦ ପ୍ରତିଯୋଗୀଙ୍କୁ ଏକ ଟ୍ରଫି, ସ୍ୱତନ୍ତ୍ର ବାଣିଜ୍ୟ ଏବଂ ୱେଭ୍ସରେ ଅଂଶଗ୍ରହଣ ସହ ସେମାନଙ୍କ ସଫଳତା ପ୍ରଦର୍ଶନ କରିବା ଏବଂ ଶିଳ୍ପ ନେତୃବର୍ଗଙ୍କ ସହ ଯୋଡ଼ି ହେବାର ଅନନ୍ୟ ସୁଯୋଗ ପ୍ରଦାନ କରାଯିବ।

ବର୍ତ୍ତମାନ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଜାରି ରହିଛି ଏବଂ ଏହା ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଶେଷ ହେବ। ବର୍ତ୍ତମାନ ସୁଦ୍ଧା, ସାରା ବିଶ୍ୱରୁ ପ୍ରାୟ ୩୨୦୦ ପଞ୍ଜୀକରଣ କରାଯାଇଛି। କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଆଗ୍ରହୀ କଣ୍ଟେଣ୍ଟ କ୍ରିଏଟର୍‌ ବା ବିଷୟବସ୍ତୁ ନିର୍ମାତା ଏବଂ ଭିଡିଓ ଏଡିଟରମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ପେସାଦାର ବ୍ୟକ୍ତିମାନେ ମଧ୍ୟ ଏଥିରେ ଭାଗ ନେଇପାରିବେ ଏବଂ ସମ୍ପାଦକ ଓ ନିର୍ମାତା ଭାବେ ନିଜର ବର୍ତ୍ତମାନର କାର୍ଯ୍ୟକୁ ବ୍ୟବହାର କରି ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ।

ଦିଲ୍ଲୀ ରୋଡ ଶୋ’ରେ ଅଂଶଗ୍ରହଣକାରୀଙ୍କୁ ଗ୍ରୀନ୍‌ ସ୍କ୍ରିନ୍‌ ଏଡିଂ, କଲର କରେକ୍ସନ ଓ ଅତ୍ୟାଧୁନିକ ଭିଡିଓ ଏଡିଟିଂ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା। ସେମାନେ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ସେମାନଙ୍କର କାହାଣୀ ବର୍ଣ୍ଣନା ଓ ବୈଷୟିକ କ୍ଷମତା ପ୍ରଦର୍ଶନ କରିଥିଲେ। ଏହି ରୋଡ ଶୋ’ ପ୍ରତିଭାବାନ ଚଳଚ୍ଚିତ୍ର ନିର୍ମାତା, ସମ୍ପାଦକମାନଙ୍କୁ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେଇଥିଲା ଏବଂ ଗ୍ରାଣ୍ଡ ଫିନାଲେ ବା ଚୂଡ଼ାନ୍ତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିଥିଲା ।

ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଭିଡିଓ ଏଡିଟର ଧ୍ରୁବ ମାଥୁର ଯୋଗ ଦେଇ ଭିଡିଓ ଏଡିଟିଂ କ୍ଷେତ୍ରରେ ନିଜର ବିଶେଷଜ୍ଞତାକୁ ଆଧାରକରି ପ୍ରତିଯୋଗୀଙ୍କ ମାର୍ଗଦର୍ଶନ କରିଥିଲେ।

ଟ୍ରେଲର୍ ପ୍ରସ୍ତୁତି ପ୍ରତିଯୋଗିତା ଏବଂ ଏହାର ରୋଡ୍ ଶୋ’ର ଉଦ୍ଦେଶ୍ୟ ହେଉଛି ପରବର୍ତ୍ତୀ ପିଢ଼ିର ଚଳଚ୍ଚିତ୍ର ନିର୍ମାତା ଓ କାହାଣୀକାରମାନଙ୍କୁ ଚିହ୍ନଟ କରିବା ଏବଂ ପ୍ରୋତ୍ସାହନ ଦେବା। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହେବା ସହିତ, ପ୍ରତିଯୋଗୀମାନେ ବର୍ତ୍ତମାନ ୱେଭ୍ସ ସମ୍ମିଳନୀର ଗ୍ରାଣ୍ଡ ଫାଇନାଲରେ ସମ୍ମାନଜନକ ପୁରସ୍କାର ଏବଂ ଶିଳ୍ପ ସ୍ୱୀକୃତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହୋଇସାରିଛି । ଦିଲ୍ଲୀ ରୋଡ ଶୋ’ କାହାଣୀ କହିବା ଏବଂ ଭିଡିଓ ସମ୍ପାଦନାର ପରିବର୍ତ୍ତନଶୀଳ ଶକ୍ତିର ଏକ ପ୍ରମାଣ ଥିଲା, ଯାହା ଏହି ଦେଶବ୍ୟାପୀ ପ୍ରତିଯୋଗିତାର ଏକ ରୋମାଞ୍ଚକର ସମାପ୍ତି ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.