Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ବାଡ଼ କାର୍ଯ୍ୟ ପାଇଁ ୧୦୦୦ କୋଟିରୁ ଅଧିକ ଅନୁମୋଦନ
ଆଜିର ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ବାଡ଼ କାର୍ଯ୍ୟ ପାଇଁ ୧୦୦୦ କୋଟିରୁ ଅଧିକ ଅନୁମୋଦନ

March 5, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳବାଇ
ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରେଲୱେ ସୁରକ୍ଷାକୁ ବୃଦ୍ଧି କରିବା ଏବଂ ଟ୍ରେନର ଚଳାଚଳ ଗତିରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପୂର୍ବତଟ ରେଳପଥ କ୍ଷେତ୍ରାଧିକାରରେ ବିଭିନ୍ନ ରେଳ ସେକ୍ସନର ସମ୍ବେଦନଶୀଳ ଅଞ୍ଚଳ ମାନଙ୍କରେ ସୁରକ୍ଷା ବାଡ଼ ପ୍ରକଳ୍ପ ଆରମ୍ଭ କରାଯାଇଅଛି।

ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥ ମଧ୍ୟରେ ୮୬୫ କୋଟି ଟଙ୍କା ବ୍ୟୟରେ ମୋଟ ୨୭୯୨ କିଲୋମିଟର ସୁରକ୍ଷା ବାଡ଼ କାର୍ଯ୍ୟ କରାଯାଉଅଛି। ଏହି କାର୍ଯ୍ୟଗୁଡ଼ିକର ଲକ୍ଷ୍ୟ ହେଉଛି ସୁରକ୍ଷିତ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା, ଅନଧିକୃତ ଅନୁପ୍ରବେଶକୁ ବନ୍ଦ କରିବା ଏବଂ ରେଳ ଟ୍ରାକ୍ ନିକଟରେ ଗୃହପାଳିତ ପଶୁ ଏବଂ ବନ୍ୟ ପ୍ରାଣୀଙ୍କ ଗତିବିଧିକୁ ପ୍ରତିବନ୍ଧିତ କରିବା। ଏହି ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରି, ପୂର୍ବତଟ ରେଳପଥ ଏକ ସୁରକ୍ଷିତ ଏବଂ ଦକ୍ଷ ରେଳପଥ ନେଟୱାର୍କ ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରୁଛି। ଏହା ବ୍ୟତୀତ, ଟିଟିଲାଗଡ଼ ଏବଂ ଲାଖୋଲି ମଧ୍ୟରେ ଏବଂ ବଲାଙ୍ଗୀର-ଥେରୁବାଲି-ସିଙ୍ଗାପୁର ରୋଡ୍ ରେଳ ସେକ୍ସନ ମଧ୍ୟରେ ଟ୍ରାକ୍ ସେଫ୍ଟି ଫେନ୍ସିଂ କାର୍ଯ୍ୟ ପାଇଁ ୨୦୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ପୂର୍ବତଟ ରେଳପଥରେ ସୁରକ୍ଷା ବାଡ଼ କାର୍ଯ୍ୟର ସ୍ଥିତି —

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ:

ଭଦ୍ରକ-ପଲାସା ଏବଂ ଖୋର୍ଦ୍ଧା ରୋଡ୍-ପୁରୀ ରେଳ ସେକ୍ସନରେ ୭୯୭.୩ କିଲୋମିଟର ଏବଂ ନିର୍ଗୁଣ୍ଡି-କେରଜଙ୍ଗ ରେଳ ସେକ୍ସନରେ ୨୨୮ କିଲୋମିଟର ସମେତ ୧୦୨୫.୩ କିଲୋମିଟର ଦୈର୍ଘ୍ୟ ରେଳ ଧାରଣା ସୁରକ୍ଷା ବାଡ଼ (ଟ୍ରାକ୍ ସେଫ୍ଟି ଫେନ୍ସିଂ) କାର୍ଯ୍ୟ ପାଇଁ ୩୮୮.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ପରବର୍ତ୍ତୀ ପର୍ଯ୍ୟାୟରେ, ଜଖପୁରା-କେନ୍ଦୁଝରଗଡ଼-ନୟାଗଡ଼ ରେଳ ସେକ୍ସନ ଏବଂ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ଫେନ୍ସିଂ ପାଇଁ ପ୍ରସ୍ତାବ ରହିଛି।

ସମ୍ବଲପୁର ରେଳମଣ୍ଡଳ :

ମୋଟ ୮୩୦ କିଲୋମିଟର ରେଳ ଧାରଣା କଡରେ ସୁରକ୍ଷା ବାଡ଼ କାର୍ଯ୍ୟ ମଧ୍ୟରୁ ୪୬୮.୨୩ କିଲୋମିଟର ଦୈର୍ଘ୍ୟ ଟ୍ରାକ୍ ସେଫ୍ଟି ଫେନ୍ସିଂ କାର୍ଯ୍ୟ ପାଇଁ ୨୮୮.୦୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସରଲା ରୋଡ୍-ବଲାଙ୍ଗିର ରେଳ ଲାଇନ ସେକ୍ସନରେ ୧୨୪.୧୫ କିଲୋମିଟର ଏବଂ ଝାରସୁଗୁଡା ରୋଡ୍-ସମ୍ବଲପୁର ସିଟି-କେରଜଙ୍ଗ ରେଳ ସେକ୍ସନରେ ୩୪୪.୦୮ କିଲୋମିଟର ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ଏହା ବ୍ୟତୀତ, ବଲାଙ୍ଗୀର-ଥେରୁବାଲି-ସିଙ୍ଗାପୁର ରୋଡ଼ ମଧ୍ୟରେ ୧୮୮.୮୯ କିଲୋମିଟର ମଞ୍ଜୁରୀ ପ୍ରାପ୍ତ ହେଉଛି ଏବଂ ଟିଟିଲାଗଡ଼ ଓ ଲାଖୋଲି ମଧ୍ୟରେ ୧୭୨.୭୮୧ କିଲୋମିଟର ପ୍ରସ୍ତାବିତ ଅନ୍ତର୍ଭୁକ୍ତ ।

ୱାଲଟିୟର ରେଳ ମଣ୍ଡଳ :

ପଲାସା-ବିଶାଖାପାଟନମ୍-ଦୁଭାଡା ଏବଂ ବିଜୟନଗରମ୍-ସିଙ୍ଗାପୁର ରୋଡ୍ ରେଳ ସେକ୍ସନରେ ୬୦୦ କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ମଧ୍ୟରେ ସମ୍ବେଦନଶୀଳ ରେଳ ଧାରଣା କଡରେ ସୁରକ୍ଷା ବାଡ଼ ପାଇଁ ୧୮୭.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।

କାର୍ଯ୍ୟକାରୀତା ଏବଂ ଲାଭ

* ସୁରକ୍ଷା ବୃଦ୍ଧି ପାଇଁ ଫିକ୍ସ ନଟ୍ ଫେନ୍ସିଂ ଏବଂ ଡବଲ୍ ଡବ୍ଲୁ ମେଟାଲ୍ ବିମ୍ କ୍ରାସ୍ ବାରିଅର୍ ସ୍ଥାପନ କରାଯାଉଛି।

* ସୁରକ୍ଷା ବାଡ଼ ବିଭିନ୍ନ ସେକ୍ସନରେ ୧୩୦ କିଲୋମିଟର ଘଣ୍ଟା ଏବଂ ତା’ଠାରୁ ଅଧିକ ବେଗରେ ଟ୍ରେନ୍ ପରିଚାଳନାକୁ ସହାୟତା କରିବ।

* ଏହି ପଦକ୍ଷେପ ଅନଧିକୃତ ଅନୁପ୍ରବେଶକୁ ମଧ୍ୟ ବନ୍ଦ କରିବା ସହ ରେଳ ଟ୍ରାକରେ ଗୃହପାଳିତ ପଶୁ ଏବଂ ବନ୍ୟପ୍ରାଣୀଙ୍କ ପ୍ରବେଶକୁ ପ୍ରତିବନ୍ଧିତ କରିବ।

* ଏହା ଲେଭଲ୍ କ୍ରସିଂ, ରୋଡ଼ ଓଭର ବ୍ରିଜ (ROB), ରୋଡ଼ ଅଣ୍ଡର ବ୍ରିଜ (RUB) ବା ଉପାମାର୍ଗ ଏବଂ ସେତୁରେ ପ୍ରବେଶକୁ ମଧ୍ୟ ବନ୍ଦ କରିବ, ସୁଗମ ଟ୍ରେନ୍ ଚଳାଚଳ ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବ।

ବ୍ରହ୍ମପୁର-ଗୋଳନ୍ଥରା ରେଳ ସେକ୍ସନ ସହିତ ଭୁବନେଶ୍ୱର ଏବଂ ପଲାସା ରେଳ ଷ୍ଟେସନ ନିକଟରେ ଦୁଇଟି ପାଇଲଟ୍ ସେକ୍ସନରେ କାର୍ଯ୍ୟ ପୂର୍ବରୁ ଆରମ୍ଭ ହୋଇସାରିଥିବା ବେଳେ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ କେତେକ ସମ୍ବେଦନଶୀଳ ରେଳ ଧାରଣା କଡରେ ସୁରକ୍ଷା ବାଡ଼ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା, ୩୦ କିଲୋମିଟର ବାଡ଼ ସମ୍ପୂର୍ଣ୍ଣ ହୋଇଛି। ଦକ୍ଷତା ସୁନିଶ୍ଚିତ କରିବା ଏବଂ ଟ୍ରେନ ଚଳାଚଳ ବାଧାକୁ କମ କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ରକ୍ଷଣାବେକ୍ଷଣ ଏବଂ ଭବିଷ୍ୟତର ସମ୍ପ୍ରସାରଣ ପାଇଁ ଆବଶ୍ୟକୀୟ ପ୍ରବେଶ ବଜାୟ ରଖି ଟ୍ରାକ ନିକଟରେ ସୀମା ପ୍ରାଚୀର ନିର୍ମାଣ କରାଯିବ। ସୁରକ୍ଷା ବାଡ଼ ପାଇଁ ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଛି କାରଣ ରେଳ ଧାରଣା ସହିତ ସଡକ ଉଚ୍ଚତା ପ୍ରାୟ ରେଳ ସ୍ତରରେ ଅଛି ଏବଂ ଯେଉଁଠାରେ ଗୃହପାଳିତ ପଶୁମାନେ ପ୍ରାୟତଃ ଟ୍ରାକ୍ ପାର ହେଉଛନ୍ତି।

ଭାରତରେ ଆଧୁନିକ ଟ୍ରେନ୍ ଯାତ୍ରାର ବିକଶିତ ଚାହିଦା ପୂରଣ କରିବା ପାଇଁ ରେଳ ସୁରକ୍ଷା ଏବଂ ଭିତ୍ତିଭୂମିକୁ ଆଗକୁ ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ। ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ, ଅଧିକ ଦକ୍ଷ ରେଳ ନେଟୱାର୍କ ସୁନିଶ୍ଚିତ କରିବା ଦିଗରେ ଏହି ସୁରକ୍ଷା ବାଡ଼ ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.