Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପ୍ରସ୍ତୁତି ତଦାରଖ କଲେ ଆଇନ ମନ୍ତ୍ରୀ
ଆଜିର ଖବର

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପ୍ରସ୍ତୁତି ତଦାରଖ କଲେ ଆଇନ ମନ୍ତ୍ରୀ

March 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଓଡ଼ିଶା ପ୍ରସିଦ୍ଧ ବାଣପୁର ଐତିହାସିକ ପଞ୍ଚୁଦୋଳ ଯାତ୍ରା ମାର୍ଚ୍ଚ ୧୯-୨୦ ତାରିଖରେ ପଲଟଣ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଠାକୁର ଓ ଠାକୁରାଣୀ ମାନଙ୍କ ଆଗମନ, ନିରବଛିନ୍ନ ବିଦ୍ୟୁତ ସେବା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ଶ୍ରଦ୍ଧାଳୁ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ପରିଷ୍କାର, ପରିଚ୍ଛନ୍ନତା ଆଦି ସମସ୍ତ ବିଷୟରେ ବିସ୍ମୃତ ଭାବେ ଆଲୋଚ଼ନା କରିବା ସହ ପଞ୍ଚୁଦୋଳ ଯାତ୍ରାକୁ ମହାଆଡମ୍ବରରେ ପାଳନ କରିବାପାଇଁ ଯାହା ଯାହା ଆବଶ୍ୟକ, ତାହା ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ପଞ୍ଚୁଦୋଳ ଯାତ୍ରାକୁ ଚିତାକର୍ଷକ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଏକାଧିକ ପଦକ୍ଷେପ ନେଇଥିବା ଜଣାପଡିଛି। ରାଜ୍ୟ ସଂକୃତି ବିଭାଗର ସହଯୋଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚ଼ଞ୍ଚଳ ରଣା, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ପଞ୍ଚୁଦୋଳ କମିଟି ସଭାପତି ତଥା ବାଣପୁର ତହସିଲଦାର ଟି.ପଦ୍ମନାଭ ଦୋରା, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଞ୍ଚୟ କୁମାର ପଟ୍ଟନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, ବାଣପୁର ଥାନାଧିକାରୀ ରମେଶ କୁମାର ଦେବତ୍ତା, ବାଲୁଗାଁ ଥାନାଧିକାରୀ ଜୟପ୍ରକାଶ ପରିଡ଼ା, ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ, ବିଦ୍ୟୁତ୍ ବିଭାଗର ଏସଡ଼ିଓ ଟୁକୁନା ଦଳାଇ, ପଞ୍ଚୁଦୋଳ କମିଟିର ସମ୍ପାଦକ ମାଧବ ବାରିକି, ଉପସଭାପତି ବୀରଭଦ୍ର କାଣ୍ଡିଙ୍କ ସମେତ ପଞ୍ଚୁଦୋଳ କମିଟି ର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

ଆଇନ ମନ୍ତ୍ରୀ ପଞ୍ଚୁଦୋଳ ଯାତ୍ରା ପୃଥ୍ୱୀରାଜ ହରିଚନ୍ଦନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026
Latest News

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.