Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ମାଷ୍ଟର୍ସ ଦୌଡ କୁଦରେ ମାଳବିକାଙ୍କୁ ୩ସ୍ଵର୍ଣ୍ଣ, ୨ରୌପ୍ୟ
ଆଜିର ଖବର

ଜାତୀୟ ମାଷ୍ଟର୍ସ ଦୌଡ କୁଦରେ ମାଳବିକାଙ୍କୁ ୩ସ୍ଵର୍ଣ୍ଣ, ୨ରୌପ୍ୟ

March 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ମାଷ୍ଟର୍ସ ଗେମ୍ସ ଆଣ୍ଡ ସ୍ପୋର୍ଟ ୨୦୨୫  କ୍ରୀଡା ପ୍ରତିଯୋଗିତାରେ ଭୁବନେଶ୍ୱର ମୁଖ୍ୟାଳୟର କର୍ମଚାରୀ ମାଳବିକା  ମିଶ୍ର ୩ ଟି ସ୍ୱର୍ଣ୍ଣ ଓ ୨ ଟି ରୌପ୍ୟ ପଦକ ଜିତି ଓମଫେଡ୍ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି କୃତିତ୍ୱ ପାଇଁ ଓମଫେଡ୍ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତୋତ୍ତର କାମନା କରିଛନ୍ତି। ମାଳବିକାଙ୍କର ଏହି କୃତିତ୍ୱକୁ ନେଇ ଓମଫେଡ୍ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏହି ଜାତୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୩ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ। ୪୫ ବର୍ଷ ବର୍ଗରେ ମାଲବିକା ମିଶ୍ର ୩ଟି ଇଭେଣ୍ଟ ଯଥା-୧୦୦ ମିଟର ହର୍ଡଲ୍ସ, ୪୦୦ ମିଟର ହର୍ଡଲ୍ସ, ୪ ରାଉଣ୍ଡ ରିଲେ ରେସରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଲଙ୍ଗ ଜମ୍ପ ଓ ମିକ୍ସ ରିଲେରେ ରୌପ୍ୟ ପଦକ ଜିଣି ଓଡିଶା ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇଛନ୍ତି  ମାଳବିକା। ଏଥିପାଇଁ ଓମଫେଡ୍ ପରିଚାଳନା ନିର୍ଦେଶକଙ୍କ ସହ ବରିଷ୍ଠ ଅଧିକାରୀମାନେ ତାଙ୍କୁ ପ୍ରତି ପାଦରେ ସହାୟତା ଏବଂ ଉତ୍ସାହିତ କରୁଥିବାରୁ ସେମାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

ମାଲବିକାଙ୍କ ନିଜ ଘର ରାଉରକେଲା ଶକ୍ତି ନଗରରେ। ସେ ପ୍ରମୋଦ କୁମାର ମିଶ୍ର ଏବଂ ଅନୁରାଧ ମିଶ୍ରଙ୍କ ପୁତ୍ରୀ । ମା ବାପାଙ୍କ ପ୍ରେରଣାରୁ ପିଲାଟି ଦିନରୁ ଖେଳ ପ୍ରତି ରୁଚି ରଖି ରୀତିମତ ଅଭ୍ୟାସ କରୁଥିଲେ। ତାଙ୍କର ପ୍ରଥମ ଖେଳ ରାଉରକେଲାରୁ ହିଁ ଆରମ୍ଭ  ହୋଇଥିଲା। ରାଉରକେଲା, ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେ ଅନେକ ପଦକ ହାସଲ କରିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ଏହା ଛଡା ସେ ଦୁଇ ଥର କୁମାର ମଙ୍ଗଳମ୍  ବେଷ୍ଟ ଆଥଲେଟ୍ସ ଆୱାର୍ଡ ମଧ୍ୟ ପାଇଛନ୍ତି।

ଆଗାମୀ ଦିନରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲଡ ମାଷ୍ଟର୍ସ ଗେମ୍ସ-୨୦୨୫ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି ମାଳବିକା। ସଂପ୍ରତି ମାଲବିକା ଭୁବନେଶ୍ୱର ସହିଦ ନଗରସ୍ଥିତ ଓମଫେଡ଼ କର୍ପୋରେଟ କାର୍ଯ୍ୟାଳୟରେ କାର୍ଯ୍ୟରତ। ଚୀନରେ ଓ୍ୱାର୍ଲ୍ଡ ମାଷ୍ଟର୍ସ ଗେମ୍ସରେ ଭାଗ ନେବାକୁ ଥିବାରୁ ଏବେଠାରୁ ସେ ଅଭ୍ୟାସକୁ ଜୋରଦାର କରିବା ପାଇଁ ମନସ୍ଥ କରିଛନ୍ତି। ଆଗାମୀ ଦିନରେ ଓଡିଶା ପାଇଁ ଅଧିକ ପଦକ ଆଣିବେ ବୋଲି ଆଶାବାଦୀ ଅଛନ୍ତି। ତେବେ ରାଜ୍ୟ ସରକାର ତାଙ୍କୁ ସହାୟତା ଯୋଗାଇ ଦେଲେ, ସେ ଆହୁରି ଆଗକୁ ବଢିପାରନ୍ତେ ଏବଂ ରାଜ୍ୟ ପାଇଁ ଗୌରବ ଆଣିପାରନ୍ତେ ବୋଲି କହିଛନ୍ତି ମାଳବିକା।

ବିଜୟ ଅମୃତା କୁଲାଙ୍ଗେ
Share. Facebook Twitter LinkedIn Email WhatsApp Copy Link

Related Posts

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ, ଆଦୌ କରନ୍ତୁ ନାହିଁ ଅଣଦେଖା

September 9, 2025

ଲିକ୍ ହେଲା ଏସିଆ କପ୍ ପାଇଁ ଭାରତର ପ୍ଲେଇଂ-୧୧: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

September 9, 2025

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025
Latest News

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ, ଆଦୌ କରନ୍ତୁ ନାହିଁ ଅଣଦେଖା

September 9, 2025

ଲିକ୍ ହେଲା ଏସିଆ କପ୍ ପାଇଁ ଭାରତର ପ୍ଲେଇଂ-୧୧: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

September 9, 2025

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.