Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ପକ୍ଷ ପାଳନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
ଆଜିର ଖବର

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

April 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ‘ଅଧ୍ୟକ୍ଷତାରେ ‘ଓଡ଼ିଆ ପକ୍ଷ’ ପାଳନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଏହି ଓଡ଼ିଆ ପକ୍ଷକୁ ସମାରୋହ ସହକାରେ ଗର୍ବର ସହ ପାଳନ ନିମିତ୍ତ ସମସ୍ତ ଅଧିକାରୀ ଜନ ପତିନିଧି, ସ୍ଵେଚ୍ଛାସେବୀ ସଂଗଠନ, ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ମିଶନ ଶକ୍ତି, ଛାତ୍ରଛାତ୍ରୀ ସମସ୍ତଙ୍କୁ ସାମିଲ କରିବାକୁ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ।

ଏପ୍ରିଲ ଏକ ତାରିଖ ଓଡିଶା ଦିବସ ପାଳିତ ହୋଇଥିବା ବେଳେ, ଏପ୍ରିଲ 2 ତାରିଖ ଶିଶୁବାଟିକା 3 ଓ ପ୍ରଥମ ଶ୍ରେଣୀ ଶିଶୁ ମାନଙ୍କୁ ଖଡିଛୁଆଁ, 3ଏପ୍ରିଲ ପାରମ୍ପାରିକ ପୋଷାକ ପରିଧାନ ଦିବସ, 4 ଏପ୍ରିଲ ଓଡ଼ିଆରେ ନାମ ଫଳକ ଅଭିଯାନ, 5 ଏପ୍ରିଲ ଐତିହ ଗଣ ଦୌଡ, 6 ଏପ୍ରିଲ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ୱଚ୍ଛତା ଅଭିଯାନ, 7 ଏପ୍ରିଲ ବର୍ଣ୍ଣବୋଧ ବଣ୍ଟନ -ବର୍ଣ୍ଣବୋଧ ଉତ୍ସବ, 8 ଏପ୍ରିଲ ରକ୍ତଦାନ ଉତ୍ସବ, 9ଏପ୍ରିଲ ଆସ ବହିଟିଏ କିଣିବା ଦିବସ, 10 ଏପ୍ରିଲ ଲୋକକଳା ପାଇଁ ଦିନଟିଏ, 11ଏପ୍ରିଲ ଯୁବ ଲେଖକ ସମ୍ମିଳନୀ, 12ଏପ୍ରିଲ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା, 13 ଏପ୍ରିଲ ପାରାମ୍ପାରିକ ଖାଦ୍ୟ ଦିବସ ପାଳନ, 14 ଏପ୍ରିଲ ଓଡ଼ିଆ ନବବର୍ଷ ପାଳନ, ହୁଳହୁଳି, ଝୋଟି, ଚିତା, ମୁରୁଜ, ପିଠା ପଣା ପ୍ରତିଯୋଗିତା ପାଳନ କରାଯିବl ପାଇଁ ସମ୍ପୃକ୍ତ ଅଧିକାରୀ ମାନେ ଯତ୍ନବାନ ହେବାସହ ସଫଳ ଭାବେ ପାଳନ ନିମନ୍ତେ ଜିଲ୍ଲାପାଳ ଉତ୍ଥାପନ କରିଥିଲେ। ପରେ ଜିଲ୍ଲାପାଳ ଭିଭିନ୍ନ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାର ଅଗ୍ରଗତି ସମ୍ବଦ୍ଧରେ ସମୀକ୍ଷା କରି 4ତାରିଖ ସୁଧା ଜିଲ୍ଲାପ୍ରଶାସନ କୁ ରିପୋର୍ଟ ଦେବାକୁ ବି ଡ଼ି ଓ ଏବଂ ଲାଇନ ଡିପାର୍ଟମେଣ୍ଟ ଅଧିକାରିଙ୍କୁ ନିର୍ଦେଶ ଦେଇଥିଲେ।

ଆସନ୍ତା 7 ତାରିଖରୁ 10 ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିଵ ଚିତ୍ରା ଅରୁମୁଗମ ଙ୍କ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମକୁ ସଫଳ ରୁପାୟନ ଦେବା ନିମନ୍ତେ,ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀତା ରେ ଦୃଷ୍ଟାନ୍ତ ମୂଳକ ଅଗ୍ରଗତି କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଡ଼. ମନୋରଞ୍ଜନ ସାହୁ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀମତୀ କସ୍ତୁରୀବାଳା ଜେନା ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀବୃନ୍ଦ ବୈଠକରେ ଯୋଗ ଦେଇଥିଲେ।

ଓଡ଼ିଆ ପକ୍ଷ ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନର: ‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚିତ

January 29, 2026

ରାଜ୍ୟରେ କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0 ର ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

January 29, 2026

ଜାନୁୟାରୀ ୨୯ ତାରିିଖ ଗୁରୁବାର ଦିନ କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

January 29, 2026

ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ “ପାର୍ଶ୍ଵସ୍ରୋତ” ଉନମୋଚିତ

January 28, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନର: ‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚିତ

January 29, 2026

ରାଜ୍ୟରେ କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0 ର ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

January 29, 2026

ଜାନୁୟାରୀ ୨୯ ତାରିିଖ ଗୁରୁବାର ଦିନ କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

January 29, 2026

ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ “ପାର୍ଶ୍ଵସ୍ରୋତ” ଉନମୋଚିତ

January 28, 2026

India’s Regional PR Awards: ଆଡ୍‌ଭେଣ୍ଟୋ କମ୍ୟୁନିକେଶନ୍ସକୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.