Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ବ୍ଲକର ଉନ୍ନୟନ ପ୍ରକଳ୍ପରେ ଉପୁଜୁଥିବା ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ପ୍ରମୁଖ ଶାସନ ସଚିବ
ଆଜିର ଖବର

ବାଣପୁର ବ୍ଲକର ଉନ୍ନୟନ ପ୍ରକଳ୍ପରେ ଉପୁଜୁଥିବା ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ପ୍ରମୁଖ ଶାସନ ସଚିବ

April 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରିବୀମା ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଗତ ୮ ତାରିଖରୁ ତିନିଦିନିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଆଜି ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳର ପ୍ରକଳ୍ପ ଗୁଡିକର କାର୍ଯ୍ୟ ଧାରା ବୁଲିଦେଖିବା ସହ ଲୋକମାନଙ୍କ ସମ୍ପୃକ୍ତି, ଉପୁଜୁଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକରେ ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ବେଙ୍ଗରାଜପଲ୍ଲୀ ଠାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ପରିମଳ ବିଶୁଦ୍ଧି କରଣ ଜୈବିକ ପ୍ଳାଣ୍ଟ ପରିଦର୍ଶନ କରି ଏହା ଲୋକଙ୍କୁ କିପରି ସୁବିଧା ସୁଯୋଗ ଓ ସେବା ପ୍ରଦାନ କରୁଛି ସେ ସମ୍ବନ୍ଧରେ ବୈଶିୟିକ ବିଷlରଦ ସୁଶ୍ରୀ ସୁଚରିତାଙ୍କ ଠାରୁ ପଚାରି ବୁଝିଥିଲେ। ମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀଙ୍କୁ ଉକ୍ତପ୍ରକଳ୍ପରେ ସାମିଲ କରିବା ସହ ବ୍ୟାପକ ପ୍ରଚାର ପ୍ରସାରଦିଗରେ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବାଣପୁର ସହରାଞ୍ଚଳରେ ସ୍ୱୟଂ ସାହାୟିକା ଗୋଷ୍ଠୀ ମାନଙ୍କୁ ଦର୍ଜୀ କାମରେ ମିଶନ ଶକ୍ତି ଏବଂ ଓ ଏଲ ଏମ ଦ୍ୱାରା ପ୍ରୋତ୍ସାହନ ପ୍ରଦାନ କରି ସେମାନଙ୍କୁ ଅଧିକରୁ ଅଧିକ ରୋଜଗାର କ୍ଷମ କରିବାକୁ ନିର୍ଦେଶ ଦେଇଥିଲେ। ସହରାଞ୍ଚଳରେ ଯେଭଳି କୌଣସି ଛାତ୍ର ଛାତ୍ରୀ ଅଧାରୁ ପାଠ ନ ଛାଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦେଶ ଦେଇଥିଲେ। ପରେ ପ୍ରମୁଖ ଶାସନ ସଚିବ ଗୁରୁପଦ ଠାରେ ସାଲିଆ ଆଶ୍ରମ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି, ସୁ ଦୃଢ କରିବା, ସ୍ମାର୍ଟ ଶ୍ରେଣୀ ଗୃହ କାର୍ଯ୍ୟ କାରୀ କରିବା, ବୋରୱେଲ ପକାଇବା, ଛାତ୍ରା ବାସ ମରାମତି କାର୍ଯ୍ୟ କରିବା, ଉଦ୍ୟାନକୃଷି, ସଂଗୀତ, କ୍ରୀଡା, ଭିତିଭୂମି ସହ ଉକ୍ତ ବିଦ୍ୟାଳୟକୁ ଶିଳ୍ପାଦ୍ୟୋଗୀ ମାନଙ୍କ ଦ୍ୱାରା ପୋଷ୍ୟ ସ୍କୁଲ ଭାବେ ଦେଇ ସ୍ଥାୟୀ ସ୍ମାର୍ଟ ଶ୍ରଣୀ ଗୃହ ଭିତ୍ତିଭୂମି ସୁଦୃଢ କରିବାକୁ ନିର୍ଦେଶ ଦେଇଥିଲେ।

ବିଦ୍ୟାଳୟ ନୂତନ ଗୃହ ନିର୍ମାଣ ନିମନ୍ତେ ୧ କୋଟି ୭ ଲକ୍ଷ ଆର୍ଥିକ ମଞ୍ଜୁରୀ ମିଳିଲା ମାତ୍ରେ ଯୁଧ୍ୟ କାଳୀନ ଭିତ୍ତିରେ ଶ୍ରେଣୀଗୃହ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦାମିଆ ବରବରା ଗ୍ରାମପଞ୍ଚାୟତ ବୁଲି କାର୍ଯ୍ୟାଳୟଠାରେ ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କରି ସମସ୍ୟା ଶୁଣିଥିଲେ।

୮୦ ବର୍ଷ ବୟସର ବୃଦ୍ଧ ବୃଦ୍ଧାଙ୍କୁ ଜାତୀୟ ଭତ୍ତା ଯୋଜନାରେ ସାମିଲ କରିବାକୁ କହିଥିଲେ।  ଅନ୍ତଦ୍ବୟ ଯୋଜନା ହିତାଧିକାରିଙ୍କୁ ପାଇଖାନା ଯୋଗାଇବା, ଶ୍ରମ କାର୍ଡ ଧାରୀଙ୍କୁ ଶ୍ରମ ଯୋଗାଇବା, ଶ୍ରମ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିବା, ଲକ୍ଷପତି ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କ ବାଦାମ ଚାଷ, ଖଲିପତ୍ର ବ୍ୟବଶାୟ ଜାଣି ପ୍ରମୁଖ ସଚିବ ଖୁସି ବ୍ୟକ୍ତ କରିଥିଲେ।

ସେହିପରି ଜଙ୍ଗଲ ଜମି ପଟ୍ଟା ହିତାଧିକାରୀଙ୍କ ସମସ୍ୟା ତୁରନ୍ତ ସମାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ବରବରା ନେଚର କ୍ୟାମ୍ପ ପରିଦର୍ଶନ କରିବା ସହ ବିଭିନ୍ନ ଯୋଜନାର ଅଗ୍ରଗତି ବୁଲିଦେଖି ପ୍ରମୁଖ ସଚିବ ପ୍ରତ୍ୟାବର୍ତ୍ତନ କରିଥିଲେ।

ପ୍ରମୁଖ ସଚିବଙ୍କ ସହ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ବାଣପୁର ବି ଡ଼ି ଓ ଶୀତଳ ଆଗ୍ରୱାଲ, ବାଣପୁର ଏନ ଏ ସି ଅଧ୍ୟକ୍ଷ ମିଟୁ ନାୟକ, ନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ, ଶାଳିଆ ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ମାନସ କୁମାର ନାୟକ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଗୀତାଂଶୁ ମୋହନ ଦାସ, ସରପଞ୍ଚ ବିଣାପାଣି ଷଣ୍ଢ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ସଚିବଙ୍କ ଆଜି ଜିଲ୍ଲା ପରିଦର୍ଶନରେ ଯୋଗ ଦେଇଥିଲେ।

ଉନ୍ନୟନ ପ୍ରକଳ୍ପ ଖୋର୍ଦ୍ଧା ଜିଲ୍ଲା ଗସ୍ତ ଚିତ୍ରା ଅରୁମୁଗମ ପ୍ରମୁଖ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

RBI MPC 2026: ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନାହିଁ, ହୋମ୍ ଲୋନ୍ ଓ କାର୍ ଲୋନ୍ EMI ରହିବ ପୂର୍ବଭଳି

August 5, 2026

ଜନ୍ତର ମନ୍ତରରେ ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ?: ଏକ ISI ମଡ୍ୟୁଲର ନଅ ସଦସ୍ୟ ଗିରଫ

August 5, 2026

ବୈପାରିଗୁଡ଼ାରେ ବିଲୁଆ ଆତଙ୍କ

August 5, 2026
Latest News

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026

RBI MPC 2026: ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନାହିଁ, ହୋମ୍ ଲୋନ୍ ଓ କାର୍ ଲୋନ୍ EMI ରହିବ ପୂର୍ବଭଳି

August 5, 2026

ଜନ୍ତର ମନ୍ତରରେ ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ?: ଏକ ISI ମଡ୍ୟୁଲର ନଅ ସଦସ୍ୟ ଗିରଫ

August 5, 2026

ବୈପାରିଗୁଡ଼ାରେ ବିଲୁଆ ଆତଙ୍କ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.