Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପ୍ରଥମ ରଜ, କିଏ ବୋଲି ପାରିବ ସଂପୂର୍ଣ୍ଣ ରଜଦୋଳି ଗୀତ, କ୍ଲିକ କରି ବୋଲନ୍ତୁ ବନସ୍ତେ ଡାକିଲା ଗଜ….
ଆଜିର ଖବର

ଆଜି ପ୍ରଥମ ରଜ, କିଏ ବୋଲି ପାରିବ ସଂପୂର୍ଣ୍ଣ ରଜଦୋଳି ଗୀତ, କ୍ଲିକ କରି ବୋଲନ୍ତୁ ବନସ୍ତେ ଡାକିଲା ଗଜ….

June 14, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Raja
ଆଜି ପ୍ରଥମ ରଜ, କିଏ ବୋଲି ପାରିବ ସଂପୂର୍ଣ୍ଣ ରଜଦୋଳି ଗୀତ, କ୍ଲିକ କରି ବୋଲନ୍ତୁ ବନସ୍ତେ ଡାକିଲା ଗଜ....

ଭୁବନେଶ୍ବର: ସାଧାରଣତଃ ରଜଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତା ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର‌୍ୟ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏ ପ୍ରସିଦ୍ଧି ଲୋକଗୀତ ଭାବେ ବେଶ ମାନ୍ୟତା ହାସଲ କରିଆସିଛି।

ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା ସହିତ ଓତଃପ୍ରାତ ଭାବେ ଜଡିତ।

ସଂପୂର୍ଣ୍ଣ ରଜ ଗୀତ

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧରେ ଲୋ, ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ,ଭାଙ୍ଗି ଦେବି ତୋର ଗାଲ।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ଲୋ, ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ରେ, ସେ ସିନା ମୋମନ ରଜା ।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉ ରେ, ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା, ବଚନରେ ଯାର ନଥଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ଲୋ, ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।
କାଳୀଗାଇ ଧୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।

RajaFestival ପ୍ରଥମ ରଜ ରଜ ଉତ୍ସବ ରଜ ଦୋଳି
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026

ହଙ୍ଗମା ସହିତ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଅପରାହ୍ନ ୧୨ ଟା ଯାଏଁ ଲୋକସଭା ମୁଲତବୀ

July 20, 2026
Latest News

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.