Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ବଙ୍କାଡ଼ଗଡ଼ର ସ୍ଵପ୍ନେଶ୍ୱର ମନ୍ଦିରକୁ “ସୁରକ୍ଷିତ ସ୍ମାରକ” ଭାବରେ ଘୋଷଣା କଲେ ଭାରତ ସରକାର
ଆଜିର ଖବର

ବାଣପୁର ବଙ୍କାଡ଼ଗଡ଼ର ସ୍ଵପ୍ନେଶ୍ୱର ମନ୍ଦିରକୁ “ସୁରକ୍ଷିତ ସ୍ମାରକ” ଭାବରେ ଘୋଷଣା କଲେ ଭାରତ ସରକାର

July 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା/ବାଣପୁର: ଦୀର୍ଘଦିନ ଅପେକ୍ଷାରେ ଅନ୍ତ ଘଟିଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଗତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପକ୍ଷରୁ ବାଣପୁର ବଙ୍କାଡ଼ଗଡ଼ର ପ୍ରଭୁ ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିରକୁ “ସୁରକ୍ଷିତ ସ୍ମାରକ” ଭାବରେ ଘୋଷଣା କରାଯାଇଛି। ଏନେଇ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଶ୍ରୀ ହରିଚନ୍ଦନ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ଖୁସିରେ ଲହରୀ ଖେଳିଯାଇଛି।

ଆଇନ ମନ୍ତ୍ରୀ ଲେଖିଛନ୍ତି ଯେ, ”ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ ବୀର ଐତିହାସିକ ବାଣପୁର ମାଟିର ଗାରିମା କୀର୍ତ୍ତିରାଜି ଆଜିକାଲିର ନୁହେଁ, ଏହାର ଇତିହାସ କିମ୍ୱଦନ୍ତୀ ସର୍ବ ପୁରାତନ। ଏହାର ଅନେକ ଉଦାହରଣ ରହିଛି ଆମ ଇତିହାସରେ। ଇତିମଧ୍ୟରୁ ଖ୍ରୀଷ୍ଟାବ୍ଦ ୬ଷ୍ଟ ଏବଂ ୮ମ ଶତାବ୍ଦୀ ସମୟର ଶୈଳୋଦ୍ଭବ ରାଜବଂଶର ରାଜଧାନୀ ଥିବା ବଙ୍କାଡ ଗଡ ଯାହାକି ରହିଅଛି ଆଜିର ଆଧୁନିକ ବାଣପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଭେଦ୍ୟ ଅପନ୍ତରା ସବୁଜିମା ଭରା ଜଙ୍ଗଲ ମଧ୍ୟରେ ବନବାସୀ ଅଧ୍ୟୁଷିତ ଅଞ୍ଚଳ ନିଳାଦ୍ରୀପ୍ରସାଦ ଗ୍ରାମରେ। ତତ୍କାଳୀନ ଉତ୍କଳୀୟ କଳା ଭାସ୍କର୍ଯ୍ୟର ପରାକାଷ୍ଠାର ପରିପକ୍ୱତା ସିଦ୍ଧ କରିବା ନିମିତ୍ତ ତତ୍କାଳୀନ ରାଜା ମହାରାଜା ମାନେ ସମଗ୍ର ସାମ୍ରାଜ୍ୟରେ ଅନେକ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ମନ୍ଦିର ନିର୍ମାଣ କରାଇଥିଲେ। ଏଥିମଧ୍ୟରୁ ଅନ୍ୟତମ ହେଉଛି ଆଶ୍ଚର୍ଯ୍ୟ କିର୍ତ୍ତିରାଜି “ବଙ୍କାଡ଼ଗଡ଼ର ପ୍ରଭୁ ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର”।

ଶ୍ରୀ ହରିଚନ୍ଦନ ଆହୁରୀ ଲେହିଛନ୍ତି ଯେ, “ଏହି ଐତିହାସିକ ସ୍ବପ୍ନେଶ୍ବର ମନ୍ଦିରକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଗତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପକ୍ଷରୁ “ସୁରକ୍ଷିତ ସ୍ମାରକ” ଭାବରେ ଘୋଷଣା କରାଯାଇଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନନୀୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖ‌ୱାତ୍ ଓ ପୂର୍ବତନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି.କିଶାନ ରେଡ୍ଡୀ ଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ୍ ଅର୍ପଣ କରୁଛି।”

ଏହି ଘୋଷଣା ଓଡ଼ିଆ ଅସ୍ମିତା ଓ ପୁରାତନ ଐତିହ୍ୟ କୀର୍ତ୍ତିରାଜିର ରକ୍ଷା କରିବା ପାଇଁ ସୂଚ଼ିତ କରୁଅଛି। ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ଆମ ଐତିହ୍ୟର ଗାଥା ବହନ କରିଥାଏ।

୧୯୭୭-୭୮ ମସିହାରେ ସେତେବେଳ ସମୟରେ ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ବିଭାଗ ଦାୟିତ୍ୱରେ ଥିବା ସମୟରେ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାୟିତ୍ଵ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହା ଅବହେଳିତ ଅବସ୍ଥାକୁ ଚାଲିଆସିଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ପ୍ରଧାନମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବା ପରେ ଏଏସଆଇ ଏହାର ଦାୟିତ୍ଵ ବହନ ଗ୍ରହଣ କରିବା ପ୍ରକ୍ରିୟା କରାଇଥିଲେ। ୨୦୨୪ରେ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠିତ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅହରହ ପ୍ରଚେଷ୍ଟାରେ ଏହି ପ୍ରକ୍ରିୟା ଦ୍ରୁତ ହୋଇ ବର୍ତ୍ତମାନ ଏହାକୁ ସରକାରୀ ଭାବେ ଏଏସଆଇ ଦ୍ୱାରା ‘ସୁରକ୍ଷିତ ସ୍ମାରକ’ ଘୋଷଣା କରାଯାଇଛି।

ଏହି ଘୋଷଣା ସମସ୍ତ ବାଣପୁର ବାସୀ ତଥା ରାଜ୍ୟ ପାଇଁ ଗର୍ବ ଓ ଆନନ୍ଦର ବିଷୟ।

ବଙ୍କାଡ଼ଗଡ଼ ବାଣପୁର ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026
Latest News

CEC ବିରୋଧରେ ସମସ୍ତ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ: ଅକ୍ଟୋବର ୨୭ରେ ଶୁଣାଣି

October 12, 2026

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

କ୍ରସର୍ ପ୍ଲାଣ୍ଟ ବିବାଦ: ଗ୍ରାମବାସୀଙ୍କ ମାାଡ଼ରେ ବିଜେପି ପୂର୍ବତନ ବିଧାୟକ ମୃତ

October 12, 2026

ଆଉ ଜନ୍ତର ମନ୍ତରରେ ହେବ ନାହିଁ ପ୍ରତିବାଦ: ଏହି ୩ ଟି ସ୍ଥାନକୁ ଚୂଡ଼ାନ୍ତ କଲା ଗୃହ ମନ୍ତ୍ରଣାଳୟ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.