Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁପମଙ୍କ ‘ମନ୍ତ୍ରମୁଗ୍ଧ’ର ମହୁରତ
ଆଜିର ଖବର

ଅନୁପମଙ୍କ ‘ମନ୍ତ୍ରମୁଗ୍ଧ’ର ମହୁରତ

July 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ଘୋଷଣା କରିଛନ୍ତି। ସାଙ୍କେତିକ ଭାବେ ‘ଏମ୍ଏମ୍’ ନାମରେ ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ ଉତ୍କଣ୍ଠା ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ଏକ ଅଭିନବ ରୋମଞ୍ଚକ କମେଡି ଫିଲ୍ମ ଭାବରେ ଓଡ଼ିଆ ସିନେମାର କାହାଣୀରେ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।

‘କର୍ମ’ ର ଅଦ୍ଭୂତପୂର୍ବ ସଫଳତା ପରେ ଏବେ ଅନୁପମ ‘ମନ୍ତ୍ରମୁଗ୍ଧ’ କରିବାକୁ ଯାଉଛନ୍ତି। ୫୦ରୁ ଅଧିକ ଦିନ ଧରି ଆଧିପତ୍ୟ ବଜାୟ ରଖି ସାରା ଦେଶରେ ୮.୫ କୋଟିରୁ ଅଧିକ ଟଙ୍କା ଆୟ କରିଥିବା ‘କର୍ମ’ର ଧାରାକୁ ଆଗେଇ ନେଇ ଅନୁପମ ପୁଣି ଥରେ ସନୋଜ କୁମାର ଓ ମନ୍ମୟ ଦେଙ୍କୁ ପ୍ରମୁଖ ଭୂମିକାରେ ନେବା ସହିତ ଉଦୀୟମାନ ନବାଗତା ସାର୍ଥକ ଭରଦ୍ୱାଜଙ୍କୁ ଏଥିରେ ସ୍ଥାନ ଦେଇଛନ୍ତି। ଚଳଚ୍ଚିତ୍ର ‘ପ୍ରତୀକ୍ଷା’ରେ ଚମତ୍କାର ଅଭିନୟ କରିଥିବା ଦିପନ୍ଵିତ ଦାଶମହାପାତ୍ର ମଧ୍ୟ ଏଥିରେ ଅଭିନୟ କରୁଛନ୍ତି। ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ସୋମା ହୋତା ଓ ଭକ୍ତି ଦାସ ରହିଛନ୍ତି।

ଟେଲି ଅଭିନେତ୍ରୀ ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତଙ୍କୁ ବି ଫିଲ୍ମରେ ନିଆଯାଇଛି। ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ ‘କର୍ମ’ରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏଥିରେ ଦମଦାର ଭୂମିକାରେ ଆସୁଛନ୍ତି। ଚଳଚ୍ଚିତ୍ରରେ ଲୋକପ୍ରିୟ ଚେହେରାମାନଙ୍କ ସହିତ ଉଦୀୟମାନ ନବାଗତାମାନଙ୍କ ଏକ ସୁନ୍ଦର ସମ୍ମିଶ୍ରଣ ରହିଛି। ଅନୁପମ ପଟ୍ଟନାୟକଙ୍କ ବିଶ୍ଵସ୍ତ ଟେକ୍ନିକାଲ ଟିମ୍ ର ସିନେମାଟୋଗ୍ରାଫର ଦୀପକ କୁମାର, ଏଡିଟର ରଶ୍ମି ରଂଜନ ଦାଶ, ସାଉଣ୍ଡ ଡିଜାଇନର ଶକ୍ତି ସ୍ୱରୂପ ଦ୍ବିବେଦୀ, ସିଙ୍କ ସାଉଣ୍ଡ ଚନ୍ଦ୍ରଶେଖର ଶର୍ମା ଏକ ସୁନ୍ଦର ଭିଜୁଆଲ ଅନୁଭୂତି ସୁନିଶ୍ଚିତ କରିବେ।

କାହାଣୀ ଅନୁପମ ଓ ରୋଶନ ବିଶୋଇ ଲେଖିଥିବା ବେଳେ ଚିତ୍ରନାଟ୍ୟ ସଜାଇଛନ୍ତି ରୋହିତ ଗେହଲୋଟ ଓ ଅନୁପମ ପଟ୍ଟନାୟକ। ପ୍ରଣବ ରଥ ସଂଳାପ ଏବଂ ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ନିଶାନ୍ତ ମଜିଠିଆ।

ଫିଲ୍ମର ସଙ୍ଗୀତକୁ ସଜେଇଛନ୍ତି ପାଞ୍ଚ ଜଣ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ, ଯାହା ଏହି ଚଳଚ୍ଚିତ୍ରକୁ ଆହୁରି ସମୃଦ୍ଧ କରିଛି। ଫିଲ୍ମରେ ତିନିଟି ମୂଳ ଚରିତ୍ର ରୋମାଞ୍ଚ ଏବଂ ହାସ୍ୟରସରେ ପୂର୍ଣ୍ଣ। କେବଳ ହାସ୍ୟ ରସ କି ରୋମାଞ୍ଚ ନୁହେଁ ବରଂ ପ୍ରଚଳିତ ସାମାଜିକ ବିଧି ବ୍ୟବସ୍ଥାକୁ ଆହ୍ବାନ ଦେଉଥିବା ଏକ କାହାଣୀ ରହିଛି। ମନ୍ତ୍ରମୁଗ୍ଧ ଦର୍ଶକଙ୍କୁ ରୋମାଞ୍ଚିତ ଏବଂ ମୋହିତ କରିବା ପାଇଁ ଖୁବଶୀଘ୍ର ଫ୍ଲୋରକୁ ଆସିବାକୁ ଯାଉଛି। ସର୍ବଦା ନୂଆ ପିଢ଼ିଙ୍କୁ ସୁଯୋଗ ଦେଇ ଆସିଥିବା ଧାରାକୁ ଏଥିରେ ବି ଅନୁପମ ଜାରି ରଖିଛନ୍ତି।

ଅନୁପମ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.