Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପବିତ୍ର ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ କର୍ମଚାରୀଙ୍କ ସେବାର ସୁଯୋଗ ମିଳିବା ରିଲାଏନ୍ସର ସୌଭାଗ୍ୟ
ଆଜିର ଖବର

ପବିତ୍ର ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ କର୍ମଚାରୀଙ୍କ ସେବାର ସୁଯୋଗ ମିଳିବା ରିଲାଏନ୍ସର ସୌଭାଗ୍ୟ

July 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ପବିତ୍ର ରଥଯାତ୍ରାରେ ଅନ୍ନ ସେବା ଠାରୁ ସୁରକ୍ଷା ଯାଏଁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ପୋଲିସ ତଥା କର୍ତ୍ତବ୍ୟରତ କର୍ମଚାରୀଙ୍କୁ ୧୩ ଦିନ ବ୍ୟାପୀ ପୁଷ୍ଟିକର ଏବଂ ଗରମ ଭୋଜନ ବିତରଣ ସମେତ ବିବିଧ ସେବା ପ୍ରଦାନର ସୁଯୋଗ ଦେଇଥିବାରୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଜୁନ ୨୬ ତାରିଖରୁ ଆରମ୍ଭ ହୋଇଥିବା ରିଲାଏନ୍ସର ଏହି ୧୩ ଦିନ ବ୍ୟାପୀ ଅନ୍ନ ସେବା ଜୁଲାଇ ୮, ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଉଭୟ ମଧ୍ୟାହ୍ନ ଏଵଂ ସନ୍ଧ୍ୟାରେ ପୁରୀରେ ପ୍ରମୁଖ ସ୍ଥାନଗୁଡିକରେ ଲକ୍ଷ ଲକ୍ଷ ଭକ୍ତ ଏବଂ ପୋଲିସ କର୍ମଚାରୀଙ୍କୁ ପୁଷ୍ଟିକର ଗରମ ଭୋଜନ ପରିବେଷଣ କରିଛି। ଏଥିସହିତ ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀମାନଙ୍କୁ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ, ରିଲାଏନ୍ସ ପକ୍ଷରୁ ପରିବେଶ ଅନୁକୂଳ ସାମଗ୍ରୀରେ ତିଆରି ଦେଢ଼ ଲକ୍ଷରୁ ଅଧିକ ହାତପଙ୍ଖା ବା ବିଞ୍ଚଣା ବିତରଣ କରାଯାଇଛି।

ରଥଯାତ୍ରା ପାଇଁ ରିଲାଏନ୍ସ ପକ୍ଷରୁ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ ୧୦୦ ଟି ପୋଲିସ ସହାୟତା ପୋଷ୍ଟ ଏବଂ ଆଶ୍ରୟସ୍ଥଳ ସ୍ଥାପନରେ ସହାୟତା କରାଯାଇଥିଲା ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ସହଜ ଓ ସୁଗମ ସହାୟତା ସ୍ଥାନ ଉପଲବ୍ଧ କରିଥିଲା। ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନଙ୍କୁ ୩,୫୦୦ ରେନକୋଟ୍ ବିତରଣ କରାଯିବା ସହିତ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ସେବା ଯୋଗାଉଥିବା ସ୍ୱେଚ୍ଛାସେଵୀ, ପୌର କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କୁ ରିଫ୍ରେସମେଣ୍ଟ କିଟ୍ ମଧ୍ୟ ପ୍ରଦାନ କରାଯାଇଛି। ରିଲାଏନ୍ସର ୪୦୦୦ ରୁ ଉର୍ଦ୍ଧ୍ବ ସ୍ୱେଚ୍ଛାସେବୀ ଭିଡ ପରିଚାଳନା ତଥା ଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବାରେ ସହାୟତା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏହି ସେବା କାର୍ଯ୍ୟର ପ୍ରାରମ୍ଭରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଏମ୍ ଅମ୍ବାନୀ କହିଥିଲେ “ପୁରୀରେ ଭକ୍ତଗଣଙ୍କର ସେବା କରିବାର ଏହି ସୁଯୋଗ ବାସ୍ତବରେ ଏକ ଆଶୀର୍ବାଦ। ଆମେ ବିଶ୍ୱାସ କରୁଛୁ ଯେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ ସମସ୍ତ କର୍ମଚାରୀଙ୍କ ସେବା କରି ଆମେ ଈଶ୍ୱରଙ୍କ ସେବା କରୁଛୁ। ଭୋଜନ ଠାରୁ ସୁରକ୍ଷା ଯାଏଁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କ ଅନୁଭୂତିକୁ ସୁଗମ, ନିରାପଦ ଓ ଆରାମଦାୟକ କରି ସମୃଦ୍ଧ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ”।

ପୌରପାଳିକା ସହିତ ସହଭାଗିତାରେ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ପକ୍ଷରୁ ସ୍ୱତନ୍ତ୍ର ଆବର୍ଜନା ସଂଗ୍ରହ ବ୍ୟାଗ ଯୋଗାଇ ଦିଆଯାଇଥିଲା ଏବଂ ପୋଲିସ ଶିବିରଗୁଡ଼ିକୁ ପରିଚ୍ଛନ୍ନତା ଓ ପରିମଳ ସୁବିଧା ଉପଲବ୍ଧ କରାଯାଇଥିଲା।

ଚଳିତ ବର୍ଷ ପ୍ରାରମ୍ଭରେ ମହାକୁମ୍ଭ ୨୦୨୫ ରେ ପ୍ରୟାଗରାଜ ଠାରେ ରିଲାଏନ୍ସ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ଭୋଜନଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପରିବହନ ସେବା ସମେତ ବିବିଧ ପଦକ୍ଷେପ ଜରିଆରେ ସେବା ପ୍ରଦାନ କରିଥିଲା। ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜନ ସମୁଦାୟକୁ ସହାୟତା କରି ସମସ୍ତଙ୍କୁ ଏକ ସୁରକ୍ଷିତ, ସୁସ୍ଥ ଅନୁଭୂତି ପ୍ରଦାନ କରିବାନେଇ ରିଲାଏନ୍ସ ଦୃଢ ପ୍ରତିବଦ୍ଧତା ପ୍ରଦର୍ଶିତ କରିଆସିଛି। ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ କାର୍ଯ୍ୟକାରୀ କରାଯାଇଥିବା ବିବିଧ ପ୍ରୟାସ ମାନବତା ଓ ଈଶ୍ୱରଙ୍କ ସେବା କରିବାରେ ରିଲାଏନ୍ସ ପାଇଁ ଆଉ ଏକ ଅନନ୍ୟ ସୁଯୋଗ ହୋଇଥିଲା।

ନୀଳାଦ୍ରିବିଜେ ପବିତ୍ର ରଥଯାତ୍ରା ପୁରୀ ରିଲାଏନ୍ସ ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.