Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫଏଫଆଇର ୫୬ତମ ସଂସ୍କରଣ
ଆଜିର ଖବର

ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫଏଫଆଇର ୫୬ତମ ସଂସ୍କରଣ

July 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ପରିଚାଳନା ସମିତିର ପ୍ରଥମ ବୈଠକ ଆଜି ମୁମ୍ବାଇସ୍ଥିତ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି) ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ, ମହୋତ୍ସବ ନିର୍ଦ୍ଦେଶକ ଶେଖର କପୁର, ଏନଏଫଡିସିର ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ମଗଦୁମ, ଗୋଆ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏନଏଫଡିସିର ବରିଷ୍ଠ ଅଧିକାରୀଗଣଙ୍କ ସମେତ ଭାରତୀୟ ଓ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ଶିଳ୍ପର ପରିଚାଳନା ସମିତି ସଦସ୍ୟମାନଙ୍କର ଏକ ପ୍ରତିଷ୍ଠିତ ପ୍ୟାନେଲ ଉପସ୍ଥିତ ଥିଲେ।

ଏହି ବୈଠକରେ ଆଇଏଫଏଫଆଇ ୨୦୨୫ ପାଇଁ ରଣନୀତିକ ଯୋଜନା ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଥିଲା। ବିଶେଷ କରି କାର୍ଯ୍ୟକ୍ରମ ପ୍ରସ୍ତୁତି, ପ୍ରଚାରପ୍ରସାର, ପ୍ରତିଭାଙ୍କ ସହ ଯୋଗାଯୋଗ ଏବଂ ମହୋତ୍ସବକୁ ସମାବେଶୀ କରିବା, ବିଶ୍ୱସ୍ତରରେ ପହଞ୍ଚାଇବା ସହ ଜନସାଧାରଣଙ୍କ ସମ୍ପୃକ୍ତି ବୃଦ୍ଧି କରିବା ପାଇଁ ଅଭିନବ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଇଏଫଏଫଆଇ ୫୬ତମ ସଂସ୍କରଣ ୨୦ରୁ ୨୮ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ। ଯୁବପିଢ଼ି ଉପରେ ବିଶେଷ ଧ୍ୟାନ ଦେଇ, ଏହି ମହୋତ୍ସବ ଛାତ୍ର ଚଳଚ୍ଚିତ୍ର ନିର୍ମାତା ଏବଂ ଯୁବ କଣ୍ଟେଣ୍ଟ ନିର୍ମାତାଙ୍କ ପାଇଁ କ୍ୟୁରେଟେଡ୍ ମାଷ୍ଟରକ୍ଲାସ୍, ଶିଳ୍ପ କର୍ମଶାଳା ଏବଂ ନେଟୱାର୍କିଂ ପ୍ଲାଟଫର୍ମ ମାଧ୍ୟମରେ ନୂତନ ସୁଯୋଗ ଆଣିଦେବ। ଏହା ନୂତନ ପ୍ରତିଭାମାନଙ୍କୁ ବିଶ୍ୱସ୍ତରୀୟ ପରାମର୍ଶଦାତାଙ୍କ ସହ ଯୋଡ଼ିବ।

ନିକଟରେ ପୁନର୍ବାର ନାମକରଣ କରାଯାଇଥିବା ଦକ୍ଷିଣ ଏସିଆର ସବୁଠୁ ବଡ଼ ଚଳଚ୍ଚିତ୍ର ବଜାର ଏବଂ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରସାରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରୂପେ ୱେଭ୍ସ ଚଳଚ୍ଚିତ୍ର ବଜାର ମଧ୍ୟ ଆଇଏଫଏଫଆଇ ସହିତ ଆୟୋଜନ କରାଯିବ। ପରିଚାଳନା ସମିତି ଦ୍ୱାରା ଚଳଚ୍ଚିତ୍ର ବଜାରକୁ ୱେଭ୍ସ ଚଳଚ୍ଚିତ୍ର ବଜାର ରୂପେ ପୁନଃ ନାମକରଣ କରାଯିବା ଉପରେ ଆଲୋଚନା ପରେ ଏହାକୁ ଅନୁମୋଦନ କରାଯାଇଥିଲା। ଭାରତକୁ କଣ୍ଟେଣ୍ଟ ବା ବିଷୟବସ୍ତୁ, ସୃଜନଶୀଳତା ଏବଂ ସହ-ପ୍ରଯୋଜନା ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ଏକ ବ୍ୟାପକ ରଣନୀତିକ ଦୃଷ୍ଟିକୋଣର ଅଂଶବିଶେଷ ଭାବରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ମହୋତ୍ସବର ଢାଞ୍ଚାକୁ ଅଧିକ ସମାବେଶୀ କରିବା ଏବଂ ସୃଜନଶୀଳ ଅନ୍ତର୍ଦୃଷ୍ଟିକୁ ପ୍ରୋତ୍ସାହିତ କରିବା ପାଇଁ ପରିଚାଳନା ସମିତିର ସଦସ୍ୟ ସଂଖ୍ୟା ୧୬ରୁ ୩୧କୁ ବୃଦ୍ଧି କରାଯାଇଛି । ଏହା ଅଧିକ ବିବିଧ ହେବା ସହିତ ଶିଳ୍ପ ଜଗତର ପ୍ରତିନିଧିମାନଙ୍କୁ ମଧ୍ୟ ଏଥିରେ ସ୍ଥାନ ମିଳିପାରିଛି । କମିଟିରେ ଅନୁପମ ଖେର, ଗୁନୀତ ମୋଙ୍ଗା କପୁର, ସୁହାସିନୀ ମଣିରତ୍ନମ୍, ଖୁସବୁ ସୁନ୍ଦର, ପଙ୍କଜ ପରାଶର ଏବଂ ପ୍ରସୂନ ଜୋଶୀଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଛି। ଏମାନେ ଚଳଚ୍ଚିତ୍ର, ପ୍ରଯୋଜନା, ଗଣମାଧ୍ୟମ ଏବଂ ସାଂସ୍କୃତିକ କ୍ଷେତ୍ରର ବିଶେଷଜ୍ଞ ଅଟନ୍ତି।

ଆଇଏଫଏଫଆଇ ୨୦୨୫ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ସମର୍ଥନ ସହ ଏକକ-ୱିଣ୍ଡୋ ସୁବିଧା ଯୋଗାଇ ଦେବା ଏବଂ ପ୍ରୋତ୍ସାହନ-ଭିତ୍ତିକ ନୀତି ମାଧ୍ୟମରେ ଭାରତରେ ଚଳଚ୍ଚିତ୍ର ସୁଟିଂ ଲାଗି ବିଶ୍ୱସ୍ତରୀୟ ପ୍ରଯୋଜନା ସଂସ୍ଥାଗୁଡ଼ିକୁ ଉତ୍ସାହିତ କରିବାର ବ୍ୟାପକ ଦୃଷ୍ଟିକୋଣକୁ ସାକାର କରିବା ମଧ୍ୟ ଏହାର ଉଦ୍ଦେଶ୍ୟ। ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଆୟୋଜନ, ସମାବେଶୀ ଆଭିମୁଖ୍ୟ ଏବଂ ଚଳଚ୍ଚିତ୍ର କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆଇଏଫଏଫଆଇର ପ୍ରତିବଦ୍ଧତା ରହିଛି। ଏହାର ୫୬ତମ ସଂସ୍କରଣ ଏକ ଐତିହାସିକ ଉତ୍ସବ ହେବାକୁ ପ୍ରସ୍ତୁତ। ଏହା ଏକ ସଂଯୁକ୍ତ, ସୃଜନଶୀଳ ଏବଂ ସହଯୋଗୀ ବିଶ୍ୱରେ ଚଳଚ୍ଚିତ୍ରର ପରିବର୍ତ୍ତିତ ପରିଭାଷାକୁ ଦର୍ଶାଇଥାଏ।

ଆଇଏଫଏଫଆଇ ଗୋଆ ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025
Latest News

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.