Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରାୟ ୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଅନାବରଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଆଜିର ଖବର

ପ୍ରାୟ ୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଅନାବରଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

July 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ‘ବିକଶିତ ଭାରତ’ କେବଳ ଏକ ଭିଜନ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା କାମକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ଶକ୍ତିଶାଳୀ ଆହ୍ୱାନ। ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେଲେ ଜାତୀୟ ଶିକ୍ଷା ନୀତି ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ବୋଲି ଆଜି ନୂଆଦିଲ୍ଲୀ ଠାରେ ଜାତୀୟ ଶିକ୍ଷା ନୀତି ୨୦୨୦ର ୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସମାଗମ (ଏବିଏସଏସ)-୨୦୨୫କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଗୌରବମୟ ଅବସରରେ ଜାତୀୟ ଶିକ୍ଷା ନୀତି ୨୦୨୦ର ଡ୍ରାଫଟିଂ କମିଟିର ଅଧ୍ୟକ୍ଷ ପଦ୍ମବିଭୂଷଣ ଡକ୍ଟର କେ କସ୍ତୁରୀରଙ୍ଗନଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, ଭାରତର ଶିକ୍ଷା ଏବଂ ମହାକାଶ କ୍ଷେତ୍ରରେ ଅଗ୍ରଣୀ ଅବଦାନକୁ ସ୍ୱୀକୃତି ଦେଇ ଶ୍ରୀ ପ୍ରଧାନଙ୍କ ସମେତ ସମ୍ମାନିତ ବ୍ୟକ୍ତିମାନେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ପରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଜୟନ୍ତ ଚୌଧୁରୀ ଜାତୀୟ ଶିକ୍ଷା ନୀତିର ପଞ୍ଚମ ବାର୍ଷିକୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ମଧ୍ୟ ପଠନ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ସ୍କୁଲ ଶିକ୍ଷା ସ୍ୱାକ୍ଷରତା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ  ପ୍ରାୟ ୪,୦୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଅନାବରଣ କରିଥିଲେ। ଏହି ପ୍ରକଳ୍ପରେ ଶିକ୍ଷା କ୍ଷେତ୍ରରେ ନୂଆ ଉପକ୍ରମ, ପଦକ୍ଷେପ, ନୂଆ କ୍ୟାମ୍ପସର ଉଦଘାଟନ ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଅନ୍ତର୍ଭୃକ୍ତ।

ଏହି ଅବସରରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ୨୦୨୦ର ପାଞ୍ଚ ବର୍ଷ ସଫଳ ସମାପନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତ୍ତନକାରୀ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଭାରତର ଅଭିବୃଦ୍ଧିରେ ଶିକ୍ଷାର ବଡ଼ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀଙ୍କ ମନରେ ରହିଛି। ଦେଶ “ବିକଶିତ ଭାରତ ୨୦୪୭” ର କଳ୍ପନା ଆଡକୁ ଅଗ୍ରସର ହେଉଥିବା ବେଳେ ଜାତୀୟ ଶିକ୍ଷା ନୀତି ଏହାକୁ ଆଗେଇ ନେବା ଦିଗରେ ଏକ ଜାତୀୟ ମିଶନ ଭାବରେ କାର୍ଯ୍ୟ କରିବ। ବିଗତ ପାଞ୍ଚ ବର୍ଷ ମଧ୍ୟରେ  ସରକାର ଜାତୀୟ ଶିକ୍ଷା ନୀତିକୁ ପଲିସିରୁ ପ୍ରାକ୍ଟିସକୁ ନେବାରେ ସଫଳ ହୋଇଛନ୍ତି। ଏହି ନୀତି ଶିକ୍ଷା ବ୍ୟବସ୍ଥାରେ ଏକ ଅନୁକରଣୀୟ ପରିବର୍ତ୍ତନ ଆଣିବା ସହ ଶ୍ରେଣୀଗୃହ, କ୍ୟାମ୍ପସ ଏବଂ ସମୁଦାୟ ପର୍ଯ୍ୟନ୍ତ ପହଞ୍ଚିଛି। ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ଯେ ଜାତୀୟ ଶିକ୍ଷା ନୀତିର ମୂଳରେ ଭାରତୀୟ ବିଚାରଧାରା ରହିଛି। ବୈଜ୍ଞାନିକ ଶିକ୍ଷା, ନବସୃଜନ, ଗବେଷଣା, ଭାରତୀୟ ଜ୍ଞାନ ପ୍ରଣାଳୀ ଏବଂ ଭାରତୀୟ ଭାଷା ଉପରେ ଶିକ୍ଷା ନୀତି ବିଶେଷ ଧ୍ୟାନ ଦେବା ସହ ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ବ୍ୟାପକ ଲକ୍ଷ୍ୟ ରଖିଛି। ପ୍ରତ୍ୟେକ ଶ୍ରେଣୀଗୃହରେ ଏକ ଅର୍ଥପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବା ଉପରେ ଦୃଷ୍ଟି ଦେବା ସହ ପ୍ରତ୍ୟେକ ପିଲାର ସାମର୍ଥ୍ୟକୁ ପ୍ରସ୍ଫୁଟିତ ସୁନିଶ୍ଚିତ କରିବା ପାଇଁ  ଶ୍ରୀ ପ୍ରଧାନ ସେ ସମସ୍ତ ଅଂଶୀଦାରଙ୍କୁ ସକ୍ରିୟ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଅଖିଳ ଭାରତୀୟ ଶିକ୍ଷା ସମାଗମ କେବଳ ଏକ ସମ୍ମିଳନୀ ନୁହେଁ ବରଂ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଜାତୀୟ ସଂକଳ୍ପର ଏକ ସାମୂହିକ ଅଭିବ୍ୟକ୍ତି। ସେ ସମସ୍ତଙ୍କୁ ଜାତୀୟ ଶିକ୍ଷା ନୀତିର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମନର ସହ ପ୍ରତିବଦ୍ଧ ହେବାକୁ ଆହ୍ୱାନ କରିଥିଲେ। କ୍ଲାସରୁମରୁ କ୍ରିଏଟିଭିଟି ଏବଂ ଶିକ୍ଷାରୁ ରାଷ୍ଟ୍ର ନିର୍ମାଣ ଆଡ଼କୁ ଯିବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ, ଡକ୍ଟର ସୁକାନ୍ତ ମଜୁମଦାର, ୧୩ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ସଚିବ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ, ପ୍ରମୁଖ ଶିକ୍ଷାବିତ୍, ସିବିଏସଇ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସଂଗଠନର ଆଞ୍ଚଳିକ ଅଧିକାରୀ, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର କୁଳପତି, ନିର୍ଦ୍ଦେଶକ, ମୁଖ୍ୟ, ଅନ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ଶିକ୍ଷା ସଚିବ, ସମଗ୍ର ଶିକ୍ଷାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଏସସିଇଆରଟିର ନିର୍ଦ୍ଦେଶକ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜାତୀୟ ଶିକ୍ଷା ନୀତି-୨୦୨୦ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀ ବିକଶିତ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.