ଭୁବନେଶ୍ବର: ଭୁବନେଶ୍ବରରେ ଆଜି ସନ୍ କ୍ରାନ୍ତି ଏପିଭି ସମ୍ମିଳନୀ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ବାଚସ୍ପତି ସୁରମା ପାଢୀ ଓ ରାଜ୍ୟ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟର ସୌରଶକ୍ତି କ୍ଷେତ୍ରରେ ସନ୍ କ୍ରାନ୍ତି ଏପିଭି ସମ୍ମିଳନୀ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଅତିଥିମାନେ ମତ ଦେଇଛନ୍ତି।