ପୁରୀ: ଭାଦ୍ରବ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ଆଜି ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ପାକ ତ୍ୟାଗ ଏବଂ ଦେବନୀତି ନିଷେଧ ରହିଥିବାରୁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତିକୁ ଆଗୁଆ ସମ୍ପାଦନ କରାଯାଇଛି। ଗ୍ରହଣ ଶେଷ ହେବା ପରେ ଶ୍ରୀଜିଉଙ୍କର ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ଏବଂ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।