Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ ବିଧାନସଭା ଅଧିବେଶନ: ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡ଼ି
ଆଜିର ଖବର

ଆଜିଠୁ ବିଧାନସଭା ଅଧିବେଶନ: ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡ଼ି

September 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି
ଆଜିଠୁ ବିଧାନସଭା ଅଧିବେଶନ: ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡ଼ି

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଜିଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେସନରେ ଦଳର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ବିଧାନସଭାର ମୌସୁମୀ ଅଧିବେସନ ସଂକ୍ଷିପ୍ତ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ଗତ ସାଢେ ତିନି ମାସ ମଧ୍ୟରେ ମହିଳା ସୁରକ୍ଷା, ସାର ଯୋଗାଣ ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷା, ରାଜ୍ୟ ସ୍ୱାର୍ଥର ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଦବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଜଳ ଜଳ ହୋଇ ଦିଶୁଛି। ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁସୁଡି ଯାଇଛି। ମହିଳା ମାନଙ୍କ ଉପରେ ଅତ୍ୟାଚାର ଜନିତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପ୍ରତିଦିନ ବଢି ଚାଲିଛି। ଏ ରାଜ୍ୟରେ ଏବେ କେହି ନିରାପଦ ନୁହନ୍ତି।

ସେହିପରି ସାର ଯୋଗାଣ କ୍ଷେତ୍ରରେ ସୃଷ୍ଟି ହୋଇଥିବା ମାନବକୃତ ସଙ୍କଟ ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି। ପଞ୍ଚାୟତି ରାଜ ବ୍ୟବସ୍ଥାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି।

ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅପ୍ରାସଙ୍ଗୀକ କରିବା ପାଇଁ ରାଜ୍ୟ ସରକାର ଅଫିସରମାନଙ୍କ ଆର୍ଥୀକ କ୍ଷମତା ବୃଦ୍ଧି ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଦୃଢ ବିରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏତଦ୍‌ ବ୍ୟତୀତ ଓଡିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଦଳାଚକଟା ଘଟଣାରେ ମଧ୍ୟ ସରକାରଙ୍କୁ ଜବାବ ଦାବୀ କରାଯିବ ବୋଲି ସେ କହିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କେବଳ ମିଛ ପ୍ରଚାର ବ୍ୟତୀତ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ତେଣୁ ଚାଷୀ, ମହିଳା, ପଞ୍ଚାୟତି ରାଜ ବ୍ୟବସ୍ଥା ତଥା ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ବିଜୁ ଜନତା ଦଳ ବିଧାନ ସଭାରେ  କଠୋର  ଆଭିମୁଖ୍ୟ  ନେଇ  କାମ କରିବ ବୋଲି ବିରୋଧୀ ଦଳ ନେତା କହିଥିଲେ।

ବିଧାୟକ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ନେତାଙ୍କ ପରାମର୍ଶ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡିଆ ଅସ୍ମିତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ବିଜେଡି ବିଧାନସଭା ଅଧିବେଶନ ବିଧାୟକ ଦଳ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଚିତାବାଘ ଶିକାର ଯୋଜନା ପଣ୍ଡ : ଦୁଇ ଶିକାରୀ ଗିରଫ

November 12, 2026

ଭୟଙ୍କର ବିସ୍ଫୋରଣରେ ଥରିଲା ଖଲ୍ଲିକୋଟ! ଭାଙ୍ଗିଲା ଘରକାନ୍ଥ, ଉପୁଡ଼ିଲା ଲୁହା ଗେଟ୍‌, ୨ ଆହତ

November 12, 2026

ମାତ୍ର ୪୫ ମିନିଟ୍‌ରେ ଭୁବନେଶ୍ୱରରୁ ପୁରୀ! ୬ ଲେନ୍‌ ହେବ NH-୩୧୬, ବଦଳିବ ଯାତାୟାତର ଚିତ୍ର

November 12, 2026

ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍‌ଚର ସହ ଐତିହାସିକ ମୈତ୍ରୀ ଚୁକ୍ତି ସ୍ୱାକ୍ଷରିତ

November 12, 2026
Latest News

ଏଲ୍‌ଓସିରେ ୫୦ଟି ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କଲା ପାକିସ୍ତାନ

November 12, 2026

ଚିତାବାଘ ଶିକାର ଯୋଜନା ପଣ୍ଡ : ଦୁଇ ଶିକାରୀ ଗିରଫ

November 12, 2026

୨୦୨୭ ୟୁପି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି: ୩୪୩ ଆସନରେ ଏକାକୀ ଲଢ଼ିବ ଦଳ

November 12, 2026

ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ପରେ ବାଂଲାଦେଶରେ ତୀବ୍ର ଉତ୍ତେଜନା: ୨୧ଟି ଜିଲ୍ଲାରେ ହିଂସା, ପୋଡ଼ାଜଳା

November 12, 2026

ଭୟଙ୍କର ବିସ୍ଫୋରଣରେ ଥରିଲା ଖଲ୍ଲିକୋଟ! ଭାଙ୍ଗିଲା ଘରକାନ୍ଥ, ଉପୁଡ଼ିଲା ଲୁହା ଗେଟ୍‌, ୨ ଆହତ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.