Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି
ଆଜିର ଖବର

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି
ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରଭାତ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସାମ୍ବାଦିକ ୟୁନିଅନର ପୂର୍ବତନ ସାଧାରଣ ସମ୍ପାଦକ ତଥା ଟ୍ରିବୁନାଲ ଅଧ୍ୟକ୍ଷ ଅଶୋକ ନନ୍ଦ ମୁଖ୍ୟ ଅତିଥି ଓ ଓୟୁଜେ କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ସାମ୍ବାଦିକ ସୁରକ୍ଷା ଆଇନ, ପେନସନ ଓ ସ୍ଵାସ୍ଥ୍ୟ ବୀମାରେ ପିତା ମାତାଙ୍କୁ ସାମିଲ କରିବା ପାଇଁ ଏହି ବୈଠକରେ ଦୃଢ଼ ଦାବି ହୋଇଥିଲା। ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ଶରତ ପ୍ରଧାନ ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ହେମନ୍ତ ରାଉତ ଆୟ ବ୍ୟୟ ଉପସ୍ଥାପନ କରିଥିଲେ। ବାମରା ବ୍ଲକ ୟୁନିଟ ର ସଦସ୍ୟ କ୍ଷୀରୋଦ ସା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାମରା ବ୍ଲକ ସଭାପତି ସନ୍ତୋଷ ଶୁକ୍ଳା ସ୍ଵାଗତ ଭାଷଣ ଦେଇଥିଲେ।

ଉପ ସଭାପତି ଦିନେଶ ମାହାନା, ସତୀଶ ମିଶ୍ର, ସମ୍ପାଦକ ମନୋଜ ରାଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମିଶ୍ର, ସଂଗଠନ ସମ୍ପାଦକ ରାଜେନ୍ଦ୍ର ନାଏକ ଓ ବରିଷ୍ଠ ସାମ୍ବାଦିକ ହରିହର ନାଥ ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜ ବକ୍ତବ୍ୟ ଦେଇଥିଲେ। କୁଚିଣ୍ଡା, ଜମନକିରା, ରେଢ଼ାଖୋଲ, ନାକଟିଦେଉଳ, ଯୁଯୁମୁରା, ରେଙ୍ଗାଲି, ଧନକଉଡ଼ା, ମାନେଶ୍ୱର ଓ ବାମରା ବ୍ଲକର ସଦସ୍ୟ ଯୋଗଦାନ କରିଥିଲେ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରାଯାଇଥିବା ବେଳେ ରାଜ୍ୟସ୍ତରୀୟ ସେମିନାର ଓ ମିଡ଼ିଆ ୱାର୍କ ସପ୍ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି।

ଏଥିସହ ଟୋଲ ଗେଟ ରେ ସାମ୍ବାଦିକଙ୍କ ନିଶୁଳ୍କ ପ୍ରବେଶ ଦାବି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି ହୋଇଥିଲା। ବୈଠକରେ ବରିଷ୍ଠ ସଦସ୍ୟ ସୁଶିଲ କର, ବିରଞ୍ଚି ଦର୍କା, ଜୈନେନ୍ଦ୍ର ଚୌଧୁରୀ ଓ ଗଣନାଥ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ତଥା ସମସ୍ତ ବ୍ଲକ ୟୁନିଅନକୁ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଜମନକିରା ବ୍ଲକ ସଭାପତି କ୍ଷିତିରଞ୍ଜନ ପଧାନ, ରେଢ଼ାଖୋଲ ବ୍ଲକ ସଭାପତି ପ୍ରସନ୍ନ ପଧାନ, ନାକଟିଦେଉଳ ବ୍ଲକ ସଭାପତି କନ୍ଦର୍ପ ବେହେରା, ରେଙ୍ଗାଲି ବ୍ଲକ ସଭାପତି ମନୋଜ ମୁଦୁଲି, କୁଚିଣ୍ଡା ବ୍ଲକ ସଭାପତି ଦିନେଶ ନନ୍ଦ, ମାନେଶ୍ୱର ବ୍ଲକ ସଭାପତି ଭଗବାନ ପୁରୋହିତ, ଯୁଯୁମୁରା ବ୍ଲକ ସଭାପତି ରାଧାମୋହନ ଷଡ଼ଙ୍ଗୀ, ବାମରା ବ୍ଲକ ସମ୍ପାଦକ ସୁଧୀର ରାଏ ରିପୋର୍ଟ ଉପସ୍ଥାପନ କରିଥିଲେ। ବାମରା ବ୍ଲକ ସାମ୍ବାଦିକ ୟୁନିଅନର ପ୍ରମୋଦ ଦୀକ୍ଷିତ, ସୁରେଶ ଘୋଷ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ରାଜା ଖାନ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକାରିଣୀ ବୈଠକ ପେନସନ ବାମରା ବାମରା ବ୍ଲକ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସୁରକ୍ଷା ଆଇନ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.