Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁର ସମେତ ବିଭିନ୍ନ ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା ଓ ସୁବିଧାକୁ ପ୍ରଶଂସା କଲେ ରେଳ ଯାତ୍ରୀ
ଆଜିର ଖବର

ସମ୍ବଲପୁର ସମେତ ବିଭିନ୍ନ ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା ଓ ସୁବିଧାକୁ ପ୍ରଶଂସା କଲେ ରେଳ ଯାତ୍ରୀ

October 22, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଯାତ୍ରୀ ସେବା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଯାତ୍ରୀ ସେବା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ ରେଳ ଷ୍ଟେସନ ପରିଦର୍ଶନ କରି କ୍ଷେତ୍ର ସ୍ତରରେ ରେଳ ଯାତ୍ରୀଙ୍କୁ ମିଳୁଥିବା ସୁବିଧା ଏବଂ ସେବାର ନିରୀକ୍ଷଣ କରିଛନ୍ତି। ପାର୍ବଣ ଋତୁରେ ଯାତ୍ରୀ ଭିଡ଼ର ମୁକାବିଲା କରିବା ଲାଗି ରେଳବାଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ରେଳ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବା ଲାଗି 12 ଲକ୍ଷ ରେଳ କର୍ମଚାରୀ ଦିନ ରାତି କାମ କରୁଛନ୍ତି। ଏବେ ସୁଦ୍ଧା 4211ଟି ପାର୍ବଣ ସ୍ୱତନ୍ତ୍ର ଟ୍ରେନରେ 1 କୋଟିରୁ ଅଧିକ ଯାତ୍ରୀ ଯାତାୟାତ କରିସାରିଛନ୍ତି। କେବଳ ଦିଲ୍ଲୀ ଅଞ୍ଚଳରେ ଦୈନିକ ହାରାହାରୀ 4.25 ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ସୁରତ, ମୁମ୍ବାଇ, କୋଏମ୍ବାଟୁର, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ଷ୍ଟେସନରେ ଯାତ୍ରୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦେବା ଲାଗି ଉତ୍ସର୍ଗୀକୃତ ରେଳ କର୍ମଚାରୀମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି। ସବୁ ଜୋନରେ ସ୍ୱତନ୍ତ୍ର ଜରୁରୀକାଳୀନ କକ୍ଷ ଖୋଲାଯାଇ ଯାତ୍ରୀ ଭିଡ଼ ପରିଚାଳନା କରାଯାଉଛି।

ରେଳ ମନ୍ତ୍ରୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଆରପିଏଫ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ଯାତ୍ରୀଙ୍କ ପାଇଁ ହୋଇଥିବା ସୁବିଧା ଏବଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେ ମଧ୍ୟ ପ୍ରାଥମିକ ଚିକିତ୍ସା କକ୍ଷ ପରିଦର୍ଶନ କରି ଡାକ୍ତରଙ୍କ ସହିତ କଥା ହୋଇଥିଲେ। ସେ ନୂଆଦିଲ୍ଲୀ ଷ୍ଟେସନର 16 ନମ୍ବର ପ୍ଲାଟଫର୍ମରେ ପାଟନା ଯାଉଥିବା ଅମୃତ ଭାରତ ଏକ୍ସପ୍ରେସର ଯାତ୍ରୀମାନଙ୍କ ସହିତ କଥା ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଯାତ୍ରୀ ସୁବିଧା କେନ୍ଦ୍ର ବୁଲିଦେଖିବା ସହିତ ଯାତ୍ରୀଙ୍କ ପ୍ରତୀକ୍ଷା ପାଇଁ ହୋଇଥିବା ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ । ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସତୀଶ କୁମାରଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହି ରେଳମନ୍ତ୍ରୀଙ୍କୁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ଶ୍ରୀ ବୈଷ୍ଣବ ରେଳ ଭବନର ଜରୁରୀକାଳୀନ କକ୍ଷରେ ସ୍ୱତନ୍ତ୍ର ଟ୍ରେନ ସମ୍ପର୍କରେ ସୂଚନାର ସମୀକ୍ଷା କରିଥିଲେ। ଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ଲାଗି ରେଳ ଅଧିକାରୀମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା। ଭାରତୀୟ ରେଳବାଇ ଚଳିତ ବର୍ଷ 12 ହଜାରରୁ ଅଧିକ ପାର୍ବଣ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ଯାହା ଗତବର୍ଷ ତୁଳନାରେ ପ୍ରାୟ ଦୁଇ ଗୁଣ ଅଧିକ। ନିୟମିତ ଟ୍ରେନ୍ ସେବା ବ୍ୟତୀତ, ଭାରତୀୟ ରେଳବାଇ 1 ଅକ୍ଟୋବରରୁ 20 ଅକ୍ଟୋବର 2025 ମଧ୍ୟରେ 4,211ଟି ସ୍ୱତନ୍ତ୍ର ଟ୍ରେନ୍ ସଫଳତାର ସହ ପରିଚାଳନା କରିଛି, ଯାହା 1 କୋଟିରୁ ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇଛି। ପାର୍ବଣ ଭିଡ଼ ଏଡ଼ାଇବାକୁ ଆହୁରି 7800 ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ। ଦେଶବ୍ୟାପୀ ଯାତ୍ରୀ ସୁବିଧାକୁ ସୁଦୃଢ଼ କରାଯାଇଛି। ସ୍ୱତନ୍ତ୍ର ଯାତ୍ରୀ ସୁବିଧା କେନ୍ଦ୍ର, ଅତିରିକ୍ତ ଟିକେଟ୍‌ କାଉଣ୍ଟର, ପୋର୍ଟେବୁଲ ପାଣି ସୁବିଧା, ସ୍ୱଚ୍ଛ ଶୌଚାଳୟ ଆଦି ବ୍ୟବସ୍ଥା ଯାତ୍ରୀଙ୍କ ସେବାରେ ସୁଧାର ଆଣିଛି।

ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ, ଆରାମଦାୟକ ଏବଂ ସୁସଜ୍ଜିତ ଯାତ୍ରା ସୁନିଶ୍ଚିତ କରିବା ଲାଗି ଭାରତୀୟ ରେଳବାଇ ଚଳିତ ପାର୍ବଣ ଋତୁରେ ସତର୍କତା ଅବଲମ୍ବନ କରୁଛି, ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପ୍ରସାରିତ ଭୁଲ ସୂଚନାକୁ ରୋକିବା ପାଇଁ ସକ୍ରିୟ ପଦକ୍ଷେପ ମଧ୍ୟ ନେଉଛି। ଗତ ପାଞ୍ଚ ଦିନ ମଧ୍ୟରେ, ଏପରି 40 ରୁ ଅଧିକ ମିଥ୍ୟା ଅପପ୍ରଚାର ମାମଲା ଚିହ୍ନଟ କରାଯାଇଛି। ଭୁଲ ସୂଚନା ପ୍ରସାରଣ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ ଏତଲା ରୁଜୁ କରାଯାଉଛି।

ଅଧିକାଂଶ ଷ୍ଟେସନରେ ରେଳବାଇର ସୁବିଧା ଏବଂ ସେବାକୁ ନେଇ ଯାତ୍ରୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସମ୍ବଲପୁର ରେଳ ଷ୍ଟେସନ ସମେତ ପ୍ରୟାଗରାଜ, ଭଲସାଡ, ବିଶାଖାପାଟଣା ଆଦି ଷ୍ଟେସନର ଯାତ୍ରୀମାନେ ଭାରତୀୟ ରେଳବାଇ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ପ୍ରତି ସନ୍ତୋଷ ପ୍ରକାଶ କରିଛନ୍ତି । ଉନ୍ନତ ସୁବିଧା ଏବଂ ଭିଡ଼ ପରିଚାଳନାକୁ ପ୍ରଶଂସା କରିଛନ୍ତି, ଏପରିକି ଅଣସଂରକ୍ଷିତ କୋଚରେ ମଧ୍ୟ ହୋଇଥିବା ବ୍ୟବସ୍ଥାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି ।

ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ ରେଳ ଷ୍ଟେସନ ଯାତ୍ରୀ ସେବା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026
Latest News

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.