Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ
ଆଜିର ଖବର

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ

November 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ
ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ

ବାଲୁଗାଁ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦୀର୍ଘ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ବୁଧବାର ସକାଳେ କାଳିଜାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ଆତସବାଜିରେ ଚିଲିକା କୁଳ ପରିବେଶ ଉଲ୍ଲସିତ ହୋଇ ଉଠିଥିବା ବେଳେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସତସଙ୍ଗୀ ଭାଇଭଉଣୀ ମାନେ ସାଧବ ପୁଅ ଓ ବୋହୁ ସାଜି ପାରମ୍ପରିକ ବୋଇତ ବନ୍ଦାଣ ସମ୍ପାଦନ କରି ସୁସଜିତ ବୋଇତରେ ଚିଲିକା ଅଧିଷ୍ଠାତ୍ରୀ ମା କାଳିଜାଇଙ୍କ ଦର୍ଶନ କରି ଫେରିଥିଲେ।

ଅପରାହ୍ନରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ସାନ୍ଧ୍ୟ ଅଧିବେଶନରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସଭାପତିତ୍ୱରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବର ଉଦଯାପନୀ ଉତ୍ସବ ପାଳନ କରାଯାଇଥିଲା। ଜାତୀୟ ସଙ୍ଗୀତ ଗାନ ପରେ ଅତିଥି ଗହଣରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ମହାମହିମ ରାଜ୍ୟପାଳ ଡ଼ା. ହରିବାବୁ କମ୍ବମପତି, ମୁଖ୍ୟ ବକ୍ତା ଭାବେ ବାଚସ୍ପତି ସୁରମା ପାଢ଼ୀ, ବିଶିଷ୍ଟ ଅତିଥି ଭାବେ ଆଇନ,ଅବକାରୀ ଓ ପୁର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ବିଜୟାନନ୍ଦ ସିଂହ, ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, କମିଟି କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ହରିଚନ୍ଦନ ପ୍ରମୁଖ ଯୋଗଦେଇ ଚିଲିକାର ବୈଭବ, ବିବିଧତା, ପୁନରୁଦ୍ଧାର, ନୌବିହାରରେ ବାଣିଜ୍ୟିକ ଦକ୍ଷତା, ସମୃଦ୍ଧ ତଥା ବିକଶିତ ଓଡିଶା ଗଠନରେ ସମସ୍ତ ଜନସାଧାରଣ ଆଗଭର ହେବାନେଇ ଅଭିଭାଷଣ ରଖିଥିଲେ।

ଉତ୍କଳୀୟ ପର୍ବ ପାଳନରେ ସାରା ପୃଥିବୀରେ ଓଡ଼ିଆ ମାନଙ୍କର ଅବଦାନ ଭଳି ଚିଲିକା ବୋଇତ ବନ୍ଦାଣ ମହୋତ୍ସବକୁ ଏ ଅଞ୍ଚଳ ପାଳନ କରୁଥିବାରୁ ଆମକୁ ଗର୍ବ ଅନୁଭବ ହେଉଥିବା ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ। ବାଣିଜ୍ୟିକ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ଚିଲିକା ପ୍ରସିଦ୍ଧ। ମହାମହିମ ରାଜ୍ୟପାଳ ବୋଇତ ବନ୍ଦାଣ ଉତ୍ସବ ଓଡ଼ିଶାର ଏକ ପରମ୍ପରା ହୋଇଥିବା ବେଳେ ଏ ଅଞ୍ଚଳର ଚିଲିକା ହେଉଛି ଏକ ପ୍ରମୁଖ ବ୍ୟବସାୟ କ୍ଷେତ୍ର। ଯାହାଦ୍ୱାରା ବହୁ ଲୋକ ପରିବାର ପ୍ରତିପୋଷଣ କରିପାରୁଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ରୃତୁରାଜ ସ୍ୱାଗତ ଅଭିଭାଷଣ ରଖିବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାମହିମ ରାଜ୍ୟପାଳ ଡ଼ା.କମ୍ବମପତିଙ୍କ ଦ୍ଵାରା ସ୍ମରଣିକା”ଚିଲିକା ବୋଇତ ବନ୍ଦାଣ-୨୦୨୫” ଉନ୍ମୋଚନ କରାଯାଇଥିଲା। ସଭା ପରେ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କର ନିଜ କମେଡି ମାଧ୍ୟମରେ ଦର୍ଶକଙ୍କ ମନ ମୋହିଥିଲେ।

ଏହା ପରେ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଗୀତ ବାହାର ମେଲୋଡିରେ ଦର୍ଶକ ବିଭୋର ହୋଇଥିଲେ। ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ବାଲୁଗାଁ କଲେଜର ଏନସିସି,ଏନଏସଏସ କ୍ୟାଡେଟ ଓ ମହୋତ୍ସବ କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ।

BJP Ads
କାର୍ତ୍ତିକ ପୂର୍ଣ୍ଣିମା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

November 6, 2025

ପୁରଣ ହେଲାନି ଦାବି, ଆଜିଠାରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବେ ରାଜ୍ୟ ସରକାରୀ ଆୟୁଷ ଛାତ୍ରଛାତ୍ରୀ

November 6, 2025

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୦ କୋଟି ଟଙ୍କା ଦେବାକୁ କଲେ ଘୋଷଣା

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025
BJP Ads
Latest News

ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

November 6, 2025

ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

November 6, 2025

ପୁରଣ ହେଲାନି ଦାବି, ଆଜିଠାରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବେ ରାଜ୍ୟ ସରକାରୀ ଆୟୁଷ ଛାତ୍ରଛାତ୍ରୀ

November 6, 2025

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୦ କୋଟି ଟଙ୍କା ଦେବାକୁ କଲେ ଘୋଷଣା

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.