ଭୁବନେଶ୍ଵର: ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଦିନ ପାଖେଇ ଆସୁଥିବା ବେଳେ ବିଜେଡି ପକ୍ଷରୁ ଜୋରଦାର୍ ପ୍ରଚାର ଚାଲିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସୂର୍ଯ୍ୟ ନଗର, ଏକତା ଛକ ଏବଂ ନୂଆପଡ଼ାଠାରେ ଆୟୋଜିତ ତିନୋଟି ନିର୍ବାଚନୀ ସଭାରେ ସେ ଉଦବୋଧନ ଦେଇଥିଲେ। ଏଥିସହ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଏକ ରୋଡ ଶୋ କରି ପ୍ରଚାର କରିଛନ୍ତି।


