Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା
ଆଜିର ଖବର

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା
ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିକଟରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗର୍ଭବତୀ ପତ୍ନୀକୁ ଡାକ୍ତରଖାନାରେ ଦେଖାଇ ନିଜ ଘରକୁ ମାଆକୁ ଧରି ଫେରୁ ଥିବା ବେଳେ ରେଢ଼ାଖୋଲ ଥାନା ଡ଼ିମିରିକୁଦା ଠାରେ ଦୁର୍ଘଟଣା ଘଟିଛି। ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ରାତିରେ ନିଜର ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ଭଳି ଘଟଣା ଘଟିଛି। ସେପଟେ ସ୍ୱାମୀ ଓ ଶାଶୁଙ୍କର ମୃତ୍ୟୁ ହେବା କଥା ପତ୍ନୀଙ୍କୁ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ଜଣା ପଡିଛି।

ସୂଚନା ଥାଉକି ଗତ ନଭେମ୍ବର ୯ ତାରିଖ ସନ୍ଧ୍ୟାରେ ରେଢ଼ାଖୋଲ ବ୍ଳକ ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ପିପିଲି କାନୀ ମନୋଜ ମାଝୀ ମାଆ ମଞ୍ଜୁ ମାଝୀଙ୍କ ସହ ନିଜ ଶାଶୁ ଘର ନାକଟିଦେଉଳ ଥାନା ଝାରବେଡା ଗ୍ରାମକୁ ଗର୍ଭବତୀ ପତ୍ନୀ କୁ ଦେଖିବାକୁ ଯାଇଥିଲେ। ନାକଟିଦେଉଳ ମେଡିକାଲକୁ ନିଜ ପତ୍ନୀକୁ ଡାକ୍ତରଙ୍କ ଠାରେ ଦେଖା କରି ଶାଶୁ ଘରେ ଛାଡି ଫେରି ଯାଇଥିଲେ।

ସନ୍ଧ୍ୟାରେ ନିଜ ଗ୍ରାମକୁ ଫେରୁ ଥିବା ବେଳେ ରେଢ଼ାଖୋଲ ଥାନା ଡ଼ିମିରିକୁଦା ନିକଟସ୍ଥ ବେହେରା ନର୍ସିଂ ହୋମ ଠାରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ମା ଓ ପୁଅ ରାସ୍ତା ପାର୍ଶ୍ୱରେ ଛିଟିକି ହୋଇ ପଡ଼ିଥିଲେ। ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମା ଓ ପୁଅକୁ ମୃତ ଘୋଷଣା କରିଥିଲେ।

ସେପଟେ ରାତିରେ ମୃତକଙ୍କ ପତ୍ନୀ ସଂଜିତା ଦେହୁରୀ ଗର୍ଭ ଯନ୍ତ୍ରଣା ସହ୍ୟ କରି ନ ପାରିବାରୁ ପରିବାର ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରିଥିଲେ। ରାତିରେ ସେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ। ହେଲେ ସ୍ୱାମୀ ଓ ଶାଶୁର ମୃତ୍ୟୁ ଖବର ପତ୍ନୀକୁ ଲୁଚାଯାଇଥିବା ଜଣା ପଡିଛି।

ସେପଟେ ଗୋଟିଏ ଜୁଇରେ ସ୍ୱାମୀ ଓ ଶାଶୁଙ୍କର ଶବ ଜଳିଛି। ଏଇ ଖବର ଜଣାପଡିବା ପରେ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ରେଢ଼ାଖୋଲ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଅଜଣା ଗାଡି ଧକ୍କା କନ୍ୟା ସନ୍ତାନ ଜନ୍ମ ରେଢାଖୋଲ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026

ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

August 5, 2026

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ବୁଧବାର ରାଶିଫଳ

August 5, 2026

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026
Latest News

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026

ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

August 5, 2026

୭୪ ବର୍ଷରେ ଚିରବିଦାୟ ନେଲେ ଅଭିନେତା ପ୍ରଦୀପ ରାୱତ

August 5, 2026

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ବୁଧବାର ରାଶିଫଳ

August 5, 2026

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.