Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହେଲେ ଆଠ ରେଳ କର୍ମଚାରୀ
ଆଜିର ଖବର

ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହେଲେ ଆଠ ରେଳ କର୍ମଚାରୀ

December 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସମ୍ମାନିତ ହେଲେ ଆଠ ରେଳ କର୍ମଚାରୀ
ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହେଲେ ଆଠ ରେଳ କର୍ମଚାରୀ

ଭୁବନେଶ୍ୱର: ଉତ୍ସର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଟ୍ରେନ ପରିଚାଳନାର ନିରାପତ୍ତା ଏବଂ ଦକ୍ଷତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ସତର୍କତା ପାଇଁ ଆଠ ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି।

ସମ୍ମାନିତ କର୍ମଚାରୀମାନେ ହେଲେ:

ବୋନି କିରଣ କୁମାର, ଷ୍ଟେସନ ସୁପରିଟେଣ୍ଡେଣ୍ଟ, ଜଗୟାପାଲେମ

କଲ୍ଲେପାଲି ସୁନୀଲ, ଟେକ୍ନିସିଆନ୍-I / C&W, ବିଶାଖାପାଟଣା

ପିଲ୍ଲାଲା ରାମୁ, ଟ୍ରାକ ମେଣ୍ଟେନର -IV, ଜରାତି

ଭେଙ୍କଟେଶ୍ୱରରାଓ କାୟା, ଗୁଡ଼ସ ଟ୍ରେନ ମ୍ୟାନେଜେର, କୋରାପୁଟ

ଯୋଗୀ ରମେଶ, ଟେକ୍ନିସିଆନ୍-I / C&W, ବିଶାଖାପାଟଣା

ଭି. ସୋମେଶ୍ୱର ରାଓ, ଲୋକୋ ପାଇଲଟ୍ (ମେଲ୍/ଏକ୍ସପ୍ରେସ୍), ଟିଟଲାଗଡ଼

ଶୁଭେନ୍ଦୁ କୁମାର ସାହୁ, ପଏଣ୍ଟସମ୍ୟାନ୍ ‘ଏ’, ବଡ଼ବନ୍ଧ

ସତୀଶ କୁମାର, ପଏଣ୍ଟସମ୍ୟାନ୍ ‘ଏ’, ଚାରବାଟିଆ

ସେମାନଙ୍କର ସମୟୋଚିତ ପ୍ରତିକ୍ରିୟା ଏବଂ ସକ୍ରିୟ କାର୍ଯ୍ୟ ପରିଚାଳନା ସୁରକ୍ଷାକୁ ସୁନିଶ୍ଚିତ କରିଥିଲା, ସମ୍ଭାବ୍ୟ ବାଧାବିଘ୍ନକୁ ପ୍ରତିରୋଧ କରିଥିଲା ଏବଂ ଭାରତୀୟ ରେଳବାଇର ଉଚ୍ଚ ସୁରକ୍ଷା ମାନକକୁ ବଜାୟ ରଖିଥିଲା।

ଉକ୍ତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କର୍ମଚାରୀ ମାନଙ୍କର ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ। ବିଶେଷକରି ରେଳ କର୍ମଚାରୀମାନେ ପ୍ରାୟତଃ କଷ୍ଟକର ପରିସ୍ଥିତିରେ କାମ କରନ୍ତି। ରେଳ ସେବାର ନିରାପତ୍ତା ଏବଂ ବିଶ୍ୱସନୀୟତା ବଜାୟ ରଖିବାରେ ଟ୍ରାକ୍, ସିଗନାଲ ଏବଂ OHE ମେଣ୍ଟେନର୍ସ, ଲୋକୋ ପାଇଲଟ୍, ଟେକ୍ନିସିଆନ୍ ଏବଂ ଷ୍ଟେସନ ମାଷ୍ଟର ମାନଙ୍କ ସହ ସମସ୍ତ ଆଗଧାଡ଼ିର କର୍ମଚାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପୂର୍ବତଟ ରେଳପଥ ସୁରକ୍ଷା ଏବଂ କାର୍ଯ୍ୟ ଦକ୍ଷତାର ଉତ୍କର୍ଷତା ଏବଂ ଜନସାଧାରଣଙ୍କ ସେବାରେ ରେଳ କର୍ମଚାରୀଙ୍କ ଉତ୍ସାର୍ଗିକୃତ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ।

ପରମେଶ୍ୱର ଫୁଙ୍କୱାଲ ପୂର୍ବତଟ ରେଳପଥ ରେଳ କର୍ମଚାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026

ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

August 10, 2026

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026

ରାଜଧାନୀରେ ଦୁର୍ଘଟଣା : ଯୁବକ ମୃତ

August 10, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026

ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

August 10, 2026

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026

JPSC ପରୀକ୍ଷା ଦୁର୍ନୀତି ମାମଲାରେ ED ର ଏଣ୍ଟ୍ରି: ଆରମ୍ଭ କଲା ତଦନ୍ତ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.