Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଉପରେ ଆଧାରିତ ‘ନମୋତ୍ସବ’ରେ ଯୋଗଦେଲେ ସଚିବ ସଞ୍ଜୟ ଜାଜୁ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଉପରେ ଆଧାରିତ ‘ନମୋତ୍ସବ’ରେ ଯୋଗଦେଲେ ସଚିବ ସଞ୍ଜୟ ଜାଜୁ

December 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଉପରେ ଆଧାରିତ ‘ନମୋତ୍ସବ’ରେ ଯୋଗଦେଲେ ସଚିବ ସଞ୍ଜୟ ଜାଜୁ
ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଉପରେ ଆଧାରିତ ‘ନମୋତ୍ସବ’ରେ ଯୋଗଦେଲେ ସଚିବ ସଞ୍ଜୟ ଜାଜୁ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଗୁଜରାଟର ଅହମ୍ମଦାବାଦ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଭବ୍ୟ ସାଂସ୍କୃତିକ ମଲ୍ଟିମିଡିଆ କାର୍ଯ୍ୟକ୍ରମ ‘ନମୋତ୍ସବ’ରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ 150ଜଣ କଳାକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଜୀବନୀ, ବିଚାର ଏବଂ ରାଷ୍ଟ୍ର ନିର୍ମାଣ ଯାତ୍ରାକୁ ନେଇ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସଚିବ ଶ୍ରୀ ଜାଜୁ ଗିଫ୍ଟ ସିଟି ମଧ୍ୟ ପରିଦର୍ଶନ କରିଥିଲେ।

ନମୋତ୍ସବର ତୃତୀୟ ଦିନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ସହିତ ତାଙ୍କର ବିଚାରଧାରା, କାର୍ଯ୍ୟ ସଂସ୍କୃତି ଏବଂ ଦେଶବାସୀଙ୍କ ପାଇଁ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରିଥିଲେ।

ଅହମ୍ମଦାବାଦ ଘୁମା ସ୍ଥିତ ସଂସ୍କାର ଧାମ ଠାରେ ଏହି ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବଡ଼ନଗରରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବାଲ୍ୟ ଜୀବନ ଠାରୁ ଆରମ୍ଭ କରି ତାଙ୍କର ପରବର୍ତ୍ତୀ ଜୀବନଯାତ୍ରାକୁ କଳାକାରମାନେ ସଂଗୀତ, ନୃତ୍ୟ, ନାଟକ ଏବଂ ଆଧୁନିକ ମଲ୍ଟିମିଡିଆ ମାଧ୍ୟମରେ ପରିବେଷଣ କରିଥିଲେ। ଏହି ଅବସରରେ ସଚିବ ଶ୍ରୀ ଜାଜୁ କେନ୍ଦ୍ର ସରକାରଙ୍କ ପ୍ରକାଶନ ଡିଭିଜନ ଏବଂ ସିବିସି ଦ୍ୱାରା ଆୟୋଜିତ ଷ୍ଟଲଗୁଡ଼ିକୁ ମଧ୍ୟ ବୁଲି ଦେଖିଥିଲେ। ସେ ସଂସ୍କାର ଧାମ କ୍ୟାମ୍ପସ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଏହାର ଶିକ୍ଷା ବ୍ୟବସ୍ଥା ଓ ଡିଜାଇନ୍ ଚିନ୍ତାଧାରା, କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ଭଳି ଅଭିନବ ଧାରଣା ବିଷୟରେ ପଚାରି ବୁଝିଥିଲେ।

ମଙ୍ଗଳବାର ସକାଳେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଜାଜୁ ଗାନ୍ଧୀନଗରରେ ଥିବା ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍-ସିଟି (ଗିଫ୍ଟ ସିଟି) ପରିଦର୍ଶନ କରିଥିଲେ। ଗସ୍ତ ସମୟରେ, ଗିଫ୍ଟ ସିଟିର ଅଧିକାରୀମାନେ ତାଙ୍କୁ ସେଠାକାର କାର୍ଯ୍ୟଧାରା, ସୁବିଧା ଏବଂ ଏହାର ବ୍ୟବସ୍ଥାଗୁଡ଼ିକ ବିଷୟରେ ଅବଗତ କରାଇଥିଲେ।

ନମୋତ୍ସବ ନରେନ୍ଦ୍ର ମୋଦୀ ସଞ୍ଜୟ ଜାଜୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.