Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କ ବାଣପୁର ଗସ୍ତ ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କ ବାଣପୁର ଗସ୍ତ ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

January 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କ ବାଣପୁର ଗସ୍ତ ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
ମୁଖ୍ୟମନ୍ତ୍ରୀଙ୍କ ବାଣପୁର ଗସ୍ତ ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ବାଣପୁର: ଆସନ୍ତା ୭ ତାରିଖ ଦିନ ବାଣପୁରକୁ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଗସ୍ତ କରି ପଲଟଣ ପଡ଼ିଆ ଠାରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ଆଜି ସୁନାଖଳା ପୂର୍ତ୍ତ ବିଭାଗର ଡ଼ାକବଙ୍ଗଳା ଠାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ର ବିଧାୟକ ତଥା ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ମନ୍ତ୍ରୀ ସ୍ଥାନୀୟ ଜନପ୍ରତିନିଧି,ଦଳୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତାମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସୁଚାରୁରୂପେ ସମ୍ପାଦନା କରିବା ସହ ଅଧିକରୁ ଅଧିକ ଜନସମାଗମ ପାଇଁ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଲଟଣ ପଡ଼ିଆ କାର୍ଯ୍ୟକ୍ରମ ଶେଷକରି ବାଣପୁରର ଆରାଧ୍ୟ ଦେବି ମା’ ଭଗବତୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହ ଜାରି ରହିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ହେବାପରେ ଚିଲିକା ନିର୍ବାଚନମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଥିବାରୁ ଏହାକୁ କିପରି ପୂର୍ଣ୍ଣ ସଫଳ କରାଯିବ ସେ ନେଇ କାର୍ଯ୍ୟକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ।

ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ଦଳୀୟ ନେତୃବୃନ୍ଦ ଏବଂ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।

ପୃଥ୍ୱୀରାଜ ହରିଚନ୍ଦନ ପ୍ରସ୍ତୁତି ବୈଠକ ବାଣପୁର ମୁଖ୍ୟମନ୍ତ୍ରୀଙ୍କ ବାଣପୁର ଗସ୍ତ ମୋହନ ଚରଣ ମାଝି
Share. Facebook Twitter LinkedIn Email WhatsApp Copy Link

Related Posts

ଅମ୍ବରନାଥ ମହାନଗର ନିଗମ ନିର୍ବାଚନ: ବିଜେପିର ଖେଳରେ କଂଗ୍ରେସ ମୁକ୍ତ, ସିନ୍ଦେ ଗୋଷ୍ଠୀକୁ ବଡ କ୍ଷତି 

January 8, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଷ୍ଟାର ଖେଳାଳି ତିଲକ ବର୍ମା ଆହତ

January 8, 2026

ଗଛକୁ ପିଟିଲା ମୋଟରସାଇକେଲ: ଦୁଇ ମୃତ ଜଣେ ଗୁରୁତର

January 8, 2026

ବିଦ୍ୟୁତ୍ ଆଘାତରେ ଗୃହରକ୍ଷୀଙ୍କର ଅକାଳ ବିୟୋଗ

January 8, 2026
Latest News

ଅମ୍ବରନାଥ ମହାନଗର ନିଗମ ନିର୍ବାଚନ: ବିଜେପିର ଖେଳରେ କଂଗ୍ରେସ ମୁକ୍ତ, ସିନ୍ଦେ ଗୋଷ୍ଠୀକୁ ବଡ କ୍ଷତି 

January 8, 2026

IPAC କାର୍ଯ୍ୟାଳୟରେ ED ର ଚଢାଉ: ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

January 8, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଷ୍ଟାର ଖେଳାଳି ତିଲକ ବର୍ମା ଆହତ

January 8, 2026

ଗଛକୁ ପିଟିଲା ମୋଟରସାଇକେଲ: ଦୁଇ ମୃତ ଜଣେ ଗୁରୁତର

January 8, 2026

ବିଦ୍ୟୁତ୍ ଆଘାତରେ ଗୃହରକ୍ଷୀଙ୍କର ଅକାଳ ବିୟୋଗ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.