Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି
ଆଜିର ଖବର

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି
ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର: ପିଆଇବି ତତ୍ତ୍ୱାବଧାନରେ ତେଲଙ୍ଗାନାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଭୁବନେଶ୍ୱରସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିଦର୍ଶନ କରିଛନ୍ତି। ଏହି ଗଣମାଧ୍ୟମ ପ୍ରତିନିଧି ଦଳ ବୈଜ୍ଞାନିକମାନଙ୍କ ସହ ମତ ବିନିମୟ କରିବା ସହିତ ସିଏସଆଇଆର-ଆଇଏମଏମଟିରେ ଚାଲିଥିବା ବିଭିନ୍ନ ଗବେଷଣା କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି।

ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (ପିଆଇବି), ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦଙ୍କ ସହିତ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ ସିଏସଆଇଆର-ଆଇଏମଏମଟି ପରିସର ବୁଲି ଦେଖିଥିଲେ। ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏହି ପ୍ରତିନିଧି ଦଳକୁ ବିଭିନ୍ନ ବିଷୟରେ ସୂଚନା ଦେଇଥିଲେ। ବିଶେଷ କରି ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ହୋଇଥିବା ଗବେଷଣା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା।

ବୈଜ୍ଞାନିକମାନଙ୍କ ସୂଚନା ମୁତାବକ, ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିଷ୍ଠାନ ପକ୍ଷରୁ 925ରୁ ଅଧିକ ଗବେଷଣା ନିବନ୍ଧ ପ୍ରକାଶ ପାଇଛି। ଏହି ପ୍ରତିଷ୍ଠାନ ବିଭିନ୍ନ କ୍ଷେତ୍ରରେ 7ଟି ବୁଝାମଣାପତ୍ର ଏବଂ 12ଟି ପେଟେଣ୍ଟ ହାସଲ କରିଛି।

ସିଏସଆଇଆର-ଆଇଏମଏମଟି ଖଣିଜ ପ୍ରକ୍ରିୟାକରଣ କ୍ଷେତ୍ରରେ ଖଣିଜ ବର୍ଗୀକରଣ, ପାଇଲଟ୍ ପ୍ଲାଣ୍ଟ ଟେଷ୍ଟିଂ, ବାଣିଜ୍ୟିକ ପ୍ଲାଣ୍ଟ ପାଇଁ ମୌଳିକ ଇଞ୍ଜିନିୟରିଂ ପ୍ରସ୍ତୁତି, ବୈଷୟିକ ସହାୟତା, ପ୍ଲାଣ୍ଟ ଆରମ୍ଭ ସମୟରେ ସହାୟତା, ମାନବ ସମ୍ବଳ ବିକାଶ ଆଦି ସେବା ଯୋଗାଇ ଦେଇଥାଏ। ଏହା ମଧ୍ୟ ପ୍ଲାଟିନମ, ଲିଥିୟମ, ଟେଲରିୟମ, କପର୍, ଗ୍ରାଫାଇଟ୍, ନିକେଲ ଭଳି ପ୍ରାୟ 20ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ଉତ୍ତୋଳନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା ସହିତ ବିଭିନ୍ନ ଘରୋଇ ଓ ସରକାରୀ ପ୍ରତିଷ୍ଠାନକୁ ସେବା ଯୋଗାଇ ଦେଉଛି। ନିକଟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଗବେଷଣା ଲାଗି ଅଷ୍ଟ୍ରେଲିଆ ସହ ସିଏସଆଇଆର-ଆଇଏମଏମଟି ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ପ୍ରତିଷ୍ଠାନ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ସହ ଦେଶର ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେଉଛି। ଏସବୁ ବିଷୟରେ ଅବଗତ ହୋଇ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ।

ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ କଳାଭୂମି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟର ହସ୍ତଶିଳ୍ପ ଓ କାରିଗରୀ ଦେଖି ସେମାନେ ପ୍ରଭାବିତ ହୋଇଥିଲେ ।

ଆଇଏମଏମଟି ଗଣମାଧ୍ୟମ ପ୍ରତିନିଧି ତେଲଙ୍ଗାନା ପିଆଇବି ସିଏସଆଇଆର
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Latest News

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.