Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ମାଣ ବିଭାଗ ପକ୍ଷରୁ ଏଆଇର ଉପଯୋଗ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ
ଆଜିର ଖବର

ନିର୍ମାଣ ବିଭାଗ ପକ୍ଷରୁ ଏଆଇର ଉପଯୋଗ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ

February 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Training to construction depat. officers on use of AI
Training to construction depat. officers on use of AI

ଭୁବନେଶ୍ଵର: ଆଜିର ଯୁଗ ହେଉଛି ନୂତନ ଜ୍ଞାନକୌଶଳ ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗ। ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ଲକ୍ଷ୍ୟ ରଖିଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ କୃତ୍ରିମ ବୁଦ୍ଧିମତ୍ତାର ଭରପୂର ଉପଯୋଗ କରି ବିଭିନ୍ନ କାର୍ଯ୍ୟକ୍ରମକୁ ସଠିକ୍ ଓ ତ୍ୱରିତ ଗତିରେ ଆଗକୁ ନେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମାର୍ଗଦର୍ଶନରେ ନିର୍ମାଣ ବିଭାଗ ପକ୍ଷରୁ ବିଭାଗର ସମସ୍ତ ଅଧିକାରୀ, ବିଭିନ୍ନ ସ୍ଥାନରେ ଅବସ୍ଥାପିତ ଇଂଜିନିୟର ଓ କର୍ମଚାରୀମାନଙ୍କୁ କୃତି୍ରମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ ନେଇ ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟର ପରିସରରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଏଆଇର ବିଭିନ୍ନ ଦିଗ, ବ୍ୟବହାର ପ୍ରଣାଳୀ, କାର୍ଯ୍ୟକୁଶଳତା,ବିଭିନ୍ନ ଡାଟା ଆଧାରରେ ଡକୁମେଣ୍ଟ ପ୍ରସ୍ତୁତ କରିବାରେ ଏଆଇର ଦକ୍ଷତା ବିଷୟରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ନିର୍ମାଣ ବିଭାଗ ପକ୍ଷରୁ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଏଆଇର ଉପଯୋଗ ନେଇ ଆୟୋଜିତ ଏହି ମେଗା କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଯୋଗଦେଇଥିବା ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି।

ଏହି କର୍ମଶାଳାରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ଲକ୍ଷ୍ମୀକାନ୍ତ ପାଢ଼ୀ, ଅତିରିକ୍ତ ଶାସନ ସଚିବ ଦୀପକ ରଞ୍ଜନ ଦାସ, ସର୍ବୋଚ୍ଚ ଯନ୍ତ୍ରୀ(ଡିଜାଇନ୍) ଇଂ ସମୀର ହୋତା, ଯୁଗ୍ମ ଶାସନ ସଚିବ (ଆଇଟି) ଦୀପ୍ତି ରଞ୍ଜନ ବେହେରା, ଅର୍ଥ ପରାମର୍ଶଦାତା ରତୀକାନ୍ତ ମହାପାତ୍ର, ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ) ଇଂ ପ୍ରିୟବ୍ରତ ସାମନ୍ତରାୟଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଓକାକ୍ ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ai construction depat ଏଆଇ ଦିନିକିଆ ତାଲିମ ନିର୍ମାଣ ବିଭାଗ ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଇଗ୍ନୋରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଛାତ୍ର ଆଲୋଚନା

April 13, 2026

ଯାତ୍ରୀଙ୍କ ପାଇଁ ଭଲ ଖବର: ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଗଡ଼ିବ ଅଧିକ ସ୍ୱତନ୍ତ୍ର ଟ୍ରେନ

April 13, 2026

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026
Latest News

ଭୁବନେଶ୍ୱର ଇଗ୍ନୋରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଛାତ୍ର ଆଲୋଚନା

April 13, 2026

ଯାତ୍ରୀଙ୍କ ପାଇଁ ଭଲ ଖବର: ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଗଡ଼ିବ ଅଧିକ ସ୍ୱତନ୍ତ୍ର ଟ୍ରେନ

April 13, 2026

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.