ଗଞ୍ଜାମ : ୧୭ଜଣ ସିଆରସିସି ସାମୂହିକ ଇସ୍ତଫା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଏପରି ଏକ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ରଙ୍ଗେଲୁଣ୍ଡା, ବ୍ରହ୍ମପୁରରେ କାର୍ଯ୍ୟରତ ୧୭ଜଣ ସିଆରସିସି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମାନସିକ ଚାପ ଓ ଅଧିକ କାର୍ଯ୍ୟଭାର ଯୋଗୁଁ ଇସ୍ତଫା ଦେଇଛନ୍ତି ବୋଲି ଜଣାପଡିଛି । ବିଭିନ୍ନ କାର୍ଯ୍ୟ ପରେ ବି ତାଗିଦ ମିଳୁଥିବାର ଅଭିଯୋଗ କରିଛନ୍ତି ସିଆରସିସି ।


