Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ
ଆଜିର ଖବର

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ବଡ଼ ସଫଳତା
ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ବଡ଼ ସଫଳତା

ଭୁବନେଶ୍ୱର: ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥ ଏକ ବଡ଼ ସଫଳତା ହାସଲ କରିଛି। ପୂର୍ବଘାଟ ପର୍ବତମାଳାର ଜଟିଳ ଭୌଗୋଳିକ ପରିସ୍ଥିତି ମଧ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷରେ ୫ଟି ଟନେଲର ଖନନ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି, ଯାହା ଟନେଲ୍ ନିର୍ମାଣ ଇତିହାସରେ ଏହାକୁ ଏକ ଅତ୍ୟନ୍ତ ସଫଳ ବର୍ଷ ଭାବେ ପ୍ରତିପାଦିତ କରିଛି।

ଏହି କ୍ରମରେ ଶେଷ ସଫଳତା ଭାବେ ଏପ୍ରିଲ ୧୪, ୨୦୨୬ରେ କୋରାପୁଟ-ସିଙ୍ଗାପୁର ରୋଡ ଦୋହରୀକରଣ ପ୍ରକଳ୍ପର ସିକରପାଇ-କେଉଟଗୁଡ଼ା ସେକ୍ସନରେ ଥିବା ୧,୦୪୩ ମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲ୍ ନମ୍ବର-୩୦ର ବ୍ରେକ୍‌ଥ୍ରୁ (Breakthrough) ହୋଇଛି। ଏକ ଚ୍ୟାଲେଞ୍ଜପୂର୍ଣ୍ଣ ୫ ଡିଗ୍ରୀ ବକ୍ରପଥ (Curve) ଉପରେ ଏହି ଟନେଲ୍ ନିର୍ମାଣ କରାଯାଇଛି। ଉଭୟ ପାର୍ଶ୍ୱରୁ ଏକକାଳୀନ ଖନନ କରାଯାଇ ଶତପ୍ରତିଶତ ସଠିକତା ସହ ଏହାର ସଂଯୋଗ କରାଯାଇଛି, ଯାହାକି ଉନ୍ନତ ଇଞ୍ଜିନିୟରିଂ କୌଶଳ ଓ ସଠିକ ସର୍ବେକ୍ଷଣର ପ୍ରମାଣ ଦେଉଛି।

ଏଥିସହିତ ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏହି ରୁଟ୍‌ର ସବୁଠାରୁ ଲମ୍ବା ଟନେଲ୍ ଟି-୪ (୪,୧୮୫ ମିଟର) ଏବଂ ଟନେଲ୍ ଟି-୨ (୧,୭୭୫ ମିଟର) ର ଖନନ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ଏହା ବ୍ୟତୀତ ଜୁଲାଇ ୨୦୨୫ରେ ଟି-୫ ଓ ଟି-୬ (ପ୍ରତ୍ୟେକ ୨୫୦ ମିଟର) ଏବଂ ନଭେମ୍ବର ୨୦୨୫ରେ ଟି-୭ (୧,୯୭୫ ମିଟର) ଟନେଲର ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ବର୍ଷକ ମଧ୍ୟରେ ମୋଟ ୭,୦୫୧ ମିଟର ଟନେଲ୍ ଖନନ କରାଯାଇଛି ଏବଂ ୨,୪୭୫ ମିଟର ଲାଇନିଂ କାର୍ଯ୍ୟ ସହ ଅନ୍ୟାନ ସଲଗ୍ନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏହା ସହିତ କୋରାପୁଟ-ରାୟଗଡା ଏବଂ କୋରାପୁଟ-ସିଙ୍ଗାପୁର ରୋଡ କରିଡର ସମେତ ପ୍ରମୁଖ ଦୋହରୀକରଣ ସେକ୍ସନରେ ଅତିରିକ୍ତ ସଫଳତା ମିଳିଛି।।

ଏହି ସଫଳତା ଦ୍ୱାରା ଉପକୂଳ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇବା ସହ ଦୁର୍ଗମ ତଥା ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକ ଅର୍ଥନୀତିର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ପ୍ରାକୃତିକ ବାଧାବିଘ୍ନ ସତ୍ତ୍ୱେ ପୂର୍ବତଟ ରେଳପଥର ଏହି ନିରନ୍ତର ପ୍ରୟାସ ଆଧୁନିକ ରେଳ ସେବାକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି।

ପୂର୍ବଘାଟ ପର୍ବତମାଳା ପୂର୍ବତଟ ରେଳପଥ ରେକର୍ଡ ସଂଖ୍ୟକ ଟନେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.