Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 
ଆଜିର ଖବର

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Train Passanger
ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୨୦୨୬ ଗ୍ରୀଷ୍ମ ଋତୁରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି ଯାହା ଯାତ୍ରୀଙ୍କ ଚାହିଦାରେ ଅପ୍ରତ୍ୟାଶିତ ବୃଦ୍ଧିକୁ ସମାଧାନ କରିବ ଏବଂ ଏକ ସହଜ ଏବଂ ସୁବିଧାଜନକ ଯାତ୍ରା ଅନୁଭୂତି ସୁନିଶ୍ଚିତ କରିବ। ସାରା ଦେଶରେ ବହୁ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ଅନୁମୋଦନ କରି ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ପାଇଁ ସହଜ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ରେଳବାଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ୧୫ ଏପ୍ରିଲ ୨୦୨୬ ରୁ ୧୫ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ମୋଟ ୯୦୮ ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଅନୁମୋଦିତ ହୋଇଛି, ଯାହା ବର୍ଦ୍ଧିତ ଯାତ୍ରା ଚାହିଦାକୁ ପୂରଣ କରିବା ପାଇଁ ୧୮,୬୮୨ ଥର ଯାତ୍ରା କରିବ।

ଏଥିମଧ୍ୟରୁ ୬୬୦ଟି ଟ୍ରେନକୁ ପୂର୍ବରୁ ଅଧିସୂଚିତ କରାଯାଇଛି, ଯେଉଁଥିରେ ୧୧,୨୯୪ଟି ଯାତ୍ରା ରହିଛି, ଯାହା ସୁନିଶ୍ଚିତ କରୁଛି ଯେ, ଯୋଜନାବଦ୍ଧ ସେବାର ଏକ ବଡ଼ ଅଂଶ ଯାତ୍ରୀ ବୁକିଂ ଏବଂ ଯାତ୍ରା ଯୋଜନା ପାଇଁ ଆଗୁଆ ଉପଲବ୍ଧ ରହିଛି।

ବିଶେଷ କରି ଛୁଟିଦିନ, ପର୍ବପର୍ବାଣୀ ଏବଂ ବ୍ୟସ୍ତବହୁଳ ଯାତ୍ରା ସମୟରେ ଋତୁକାଳୀନ ଯାତ୍ରୀଙ୍କ ଭିଡ଼ ପରିଚାଳନା ପ୍ରତି ଭାରତୀୟ ରେଳବାଇର ସକ୍ରିୟ ଆଭିମୁଖ୍ୟକୁ ଏହି ବ୍ୟାପକ ଯୋଜନା ପ୍ରତିଫଳିତ କରୁଛି।

ଜୋନ୍-ୱାରି ବିବରଣୀ

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ପରିଚାଳନା ଭାରତୀୟ ରେଳବାଇର ସମସ୍ତ ପ୍ରମୁଖ ଜୋନରେ ରହିଛି, ଯାହା ଆଞ୍ଚଳିକ ସଂଯୋଗ ଏବଂ ଦକ୍ଷ ଯାତ୍ରୀ ପରିଚାଳନାକୁ ସୁନିଶ୍ଚିତ କରିଥାଏ ।

  • ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ୧୨୪ଟି ଟ୍ରେନ୍ (୧୧୮୪ଟି ଯାତ୍ରା) ଅନୁମୋଦିତ ଏବଂ ୭୬ଟି ଟ୍ରେନ୍ (୩୨୪ଟି ଯାତ୍ରା) ଅଧିସୂଚିତ କରିଛି।
  • ପଶ୍ଚିମ ରେଳବାଇ ୧୦୬ଟି ଟ୍ରେନ୍ (୨୦୭୮ଟି ଯାତ୍ରା) ଅନୁମୋଦନ ସହିତ ୯୨ଟି ଟ୍ରେନ୍ (୧୬୬୭ଟି ଯାତ୍ରା) କୁ ଅଧିସୂଚିତ କରିଛି।
  • ଉତ୍ତର-ପଶ୍ଚିମ ରେଳବାଇ ୭୬ଟି ଟ୍ରେନ୍ (୨୨୪୫ଟି ଯାତ୍ରା) ଅନୁମୋଦନ ସହିତ ଏବଂ ୬୨ଟି ଟ୍ରେନ୍ (୧୮୭୮ଟି ଯାତ୍ରା) କୁ ଅଧିସୂଚିତ କରିଛି।
  • ଉତ୍ତର ରେଳବାଇ ୭୬ଟି ଟ୍ରେନ୍ (୨୦୯୦ଟି ଟ୍ରିପସ୍‍)କୁ ଅନୁମୋଦନ ସହିତ ୫୬ଟି ଟ୍ରେନ୍ (୧୫୩୫ଟି ଯାତ୍ରା) କୁ ଅଧିସୂଚିତ କରିଛି।
  • କେନ୍ଦ୍ରୀୟ ରେଳବାଇ ୭୪ଟି ଟ୍ରେନ୍ (୩୦୮୨ଟି ଯାତ୍ରା)କୁ ଅନୁମୋଦନ ସହିତ ୭୦ଟି ଟ୍ରେନ୍ (୨୨୩୮ଟି ଯାତ୍ରା) କୁ ଅଧିସୂଚିତ କରିଛି।
  • ଦକ୍ଷିଣ ରେଳବାଇ ୭୨ଟି ଟ୍ରେନ୍ (୫୫୮ଟି ଯାତ୍ରା)କୁ ଅନୁମୋଦନ ସହିତ ୩୮ଟି ଟ୍ରେନ୍ (୧୩୩ଟି ଯାତ୍ରା) କୁ ଅଧିସୂଚିତ କରିଛି।
  • ପୂର୍ବ କେନ୍ଦ୍ରୀୟ ରେଳବାଇ ୬୪ଟି ଟ୍ରେନ୍ (୨୭୧୧ଟି ଯାତ୍ରା)କୁ ଅନୁମୋଦନ ସହିତ ୩୮ଟି ଟ୍ରେନ୍ (୧୦୬୦ଟି ଯାତ୍ରା) କୁ ଅଧିସୂଚିତ କରିଛି।
  • ଉତ୍ତର କେନ୍ଦ୍ରୀୟ ରେଳବାଇ୫୪ଟି ଟ୍ରେନ୍ (୧୧୬୩ ଯାତ୍ରା)କୁ ଅନୁମୋଦନ ସହିତ ୪୬ଟି ଟ୍ରେନ୍ (୬୮୮ ଯାତ୍ରା)କୁ ଅଧିସୂଚିତ କରିଛି।
  • ଉତ୍ତର ପୂର୍ବ ରେଳବାଇ୫୨ଟି ଟ୍ରେନ (୮୧୪ ଟି ଯାତ୍ରା)କୁ ଅନୁମୋଦନ ସହିତ ୩୪ଟି ଟ୍ରେନ (୪୭୭ ଟି ଯାତ୍ରା)କୁ ଅଧିସୂଚିତ କରିଛି।
  • ପୂର୍ବତଟ ରେଳବାଇ୨୮ଟି ଟ୍ରେନ୍ (୪୧୦ ଟି ଯାତ୍ରା)କୁ ଅନୁମୋଦନ ସହିତ ୧୮ଟି ଟ୍ରେନ୍ (୮୮ ଟି ଯାତ୍ରା)କୁ ଅଧିସୂଚିତ କରାଯାଇଛି।
  • ପଶ୍ଚିମ କେନ୍ଦ୍ରୀୟ ରେଳବାଇ୨୮ଟି ଟ୍ରେନ୍ (୪୦୮ ଯାତ୍ରା)କୁ ଅନୁମୋଦନ ସହିତ ୧୮ଟି ଟ୍ରେନ୍ (୧୯୨ ଯାତ୍ରା)କୁ ଅଧିସୂଚିତ କରିଛି।
  • ପୂର୍ବ ରେଳବାଇ୨୪ଟି ଟ୍ରେନ୍ (୩୯୨ଟି ଯାତ୍ରା)କୁ ଅନୁମୋଦନ ସହିତ ୧୦ଟି ଟ୍ରେନ୍ (୨୭୬ଟି ଯାତ୍ରା)କୁ ଅଧିସୂଚିତ କରିଛି।
  • ନର୍ଥ ଫ୍ରଣ୍ଟିୟର୍ ରେଳବାଇ୨୪ଟି ଟ୍ରେନ୍ (୨୨୦ ଯାତ୍ରା)କୁ ଅନୁମୋଦନ ସହିତ ୨୦ଟି ଟ୍ରେନ୍ (୧୪୧ ଯାତ୍ରା)କୁ ଅଧିସୂଚିତ କରିଛି।
  • ଦକ୍ଷିଣ ପୂର୍ବ ରେଳବାଇ୨୦ଟି ଟ୍ରେନ (୨୭୬ ଯାତ୍ରା)କୁ ଅନୁମୋଦନ ସହିତ ୧୮ଟି ଟ୍ରେନ (୨୫୦ ଯାତ୍ରା)କୁ ଅଧିସୂଚିତ କରିଛି।
  • ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ୧୦ଟି ଟ୍ରେନ (୧୨୨ଟି ଯାତ୍ରା)କୁ ଅନୁମୋଦନ ସହିତ ୮ଟି ଟ୍ରେନ (୭୦ଟି ଯାତ୍ରା)କୁ ଅଧିସୂଚିତ କରିଛି।
  • ଦକ୍ଷିଣ ପଶ୍ଚିମ ରେଳବାଇ୭୬ଟି ଟ୍ରେନ୍ (୫୦୯ ଯାତ୍ରା)କୁ ଅନୁମୋଦନ ସହିତ ୫୬ଟି ଟ୍ରେନ୍ (୨୭୭ ଯାତ୍ରା)କୁ ଅଧିସୂଚିତ କରିଛି।

ଯାତ୍ରୀମାନଙ୍କ ଲାଭ:

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ବଡ଼ ଧରଣର ଚଳାଚଳ ଯାତ୍ରୀମାନଙ୍କୁ ନିମ୍ନଲିଖିତ କାରଣରୁ ଯଥେଷ୍ଟ ଲାଭ ଦେବ ବୋଲି ଆଶା କରାଯାଉଛି:

  • ଯାତ୍ରା ଋତୁରେ ଅପେକ୍ଷା ତାଲିକାକୁ ହ୍ରାସ କରିବା।
  • ଅତିରିକ୍ତ ବର୍ଥ ଏବଂ ନିଶ୍ଚିତ ଯାତ୍ରା ବିକଳ୍ପ ପ୍ରଦାନ କରିବା।
  • ପ୍ରମୁଖ ସହର ଏବଂ ଅଞ୍ଚଳଗୁଡ଼ିକ ମଧ୍ୟରେ ସଂଯୋଗ ବୃଦ୍ଧି କରିବା।
  • ସୁଗମ ଏବଂ ଅଧିକ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା।

ଅଧିକ ଚାହିଦା ଥିବା ମାର୍ଗରେ ସ୍ୱତନ୍ତ୍ର ଟ୍ରେନ୍ ନିୟୋଜିତ କରି ଭାରତୀୟ ରେଳବାଇ ଏହା ସୁନିଶ୍ଚିତ କରୁଛି ଯେ, ଗ୍ରୀଷ୍ମକାଳୀନ ଭିଡ଼ ସମୟରେ ଯାତ୍ରୀମାନେ ଯେପରି ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି।

ସମୟୋଚିତ ଯୋଜନା ଏବଂ ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡିକର ବୃହତ ସ୍ତରରେ ନିୟୋଜନ ସହିତ, ଭାରତୀୟ ରେଳବାଇ ଯାତ୍ରୀ ସୁବିଧା ଏବଂ ଯାତ୍ରା ଆରାମକୁ ପ୍ରାଥମିକତା ଜାରି ରଖିଛି। ଜୋନଗୁଡିକରେ ବ୍ୟାପକ ରେଳ ଚଳାଚଳ ଏବଂ ଅଧିକ ସଂଖ୍ୟକ ସୂଚିତ ଟ୍ରେନ୍ ଯାତ୍ରୀଙ୍କ ଚାହିଦାକୁ ଦକ୍ଷତାର ସହ ପୂରଣ କରିବା ଏବଂ ଗ୍ରୀଷ୍ମ ଋତୁରେ ଏକ ବାଧାମୁକ୍ତ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ଏକ ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ରେଳ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

କେନାଲରୁ ମୁମୁର୍ଷ ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର

April 21, 2026

ଚଳଚଞ୍ଚଳ ରଥଖଳା

April 21, 2026

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026
Latest News

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

କେନାଲରୁ ମୁମୁର୍ଷ ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର

April 21, 2026

ଚଳଚଞ୍ଚଳ ରଥଖଳା

April 21, 2026

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.